ଶ୍ରୀମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ର ଇତି ବୃତ୍ତି I
ପବିତ୍ର ଗହ୍ମା ପୂର୍ଣ୍ଣମୀ ତଥା ରକ୍ଷାବନ୍ଧନ ଉତ୍ସବ ଏବଂ ବଳଭଦ୍ର ଜନ୍ମ ନୀତି ଶ୍ରୀମନ୍ଦିର ରେ ଯଥାରୀତି ପାଳିତ ହୋଇଥାଏ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତିମାନ ଅନୁଷ୍ଠିତ ହୋଇଥାଏ |
ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ଭାଇଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାଖୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଲାଗି କରାଇଥାନ୍ତି ।
ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରନ୍ତି। ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖୀ ପିନ୍ଧାଇଥାନ୍ତି । ପାଟରା ବିଶୋୟୀଙ୍କ ଦ୍ୱାର ନିର୍ମିତ ସ୍ୱତନ୍ତ୍ର ରାଖୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଆଜି ଲାଗି କରାଇଥାନ୍ତି ।
ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି ।ତେବେ ଏହି ପୂର୍ଣ୍ଣିମା ପାଳନ କରାଯିବାର ମୁଖ୍ୟ ହେଉଛି ଦ୍ରୈାପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ । ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ ।
ଏହି ଦିନ ବ୍ରାହ୍ଣଣମାନେ ମଧ୍ୟ ବେଦ ପାଠ ଆରମ୍ଭ କରନ୍ତି ତେଣୁ ଏହି ଦିନରେ ପାଠପଢା ଆରମ୍ଭ କଲେ ପିଲାମାନେ ଉତ୍ତମ ପାଠ ପଢନ୍ତି ବୋଲି ବିଶ୍ୱାସ ରହିଛି । ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ ।
ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ ।
ସାରା ଦେଶରେ ଏହି ପର୍ବକୁ ଅତି ଆଡମ୍ବରରେ ପାଳନ କରାଯାଇଥାଏ |