ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ
ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ
ମାନନୀୟ ସଦସ୍ୟଗଣ,
1. ସଂସଦର ଉଭୟ ସଦନରେ ଏକାଠି ଭାଷଣ ଦେବା ମୋତେ ଅତି ଆନନ୍ଦ ଦେଉଛି । ଗତ ବର୍ଷ ଭାରତର ଦ୍ରୁତ ବିକାଶ ଏବଂ ଏହାର ସମୃଦ୍ଧ ଐତିହ୍ୟ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ସମୟ ଅନେକ ପ୍ରେର ପ୍ରରଣା ନେଇ ଆସିଛି । ବର୍ତ୍ତମାନ ଭାରତ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି। ଏହି ଗଭୀର ପ୍ରେରଣାର ଉତ୍ସ ପାଇଁ ଭାରତର ଲୋକମାନେ ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଳି ଜଣାଉଛ ଜଣାଉଛନ୍ତି। ଏହି ପବିତ୍ର ଅବସରରେ ସଂସଦରେ ଏକ ବିଶେଷ ଆଲୋଚନା ଆୟୋଜନ କରାଯାଇବ ଯାଇଥିବାରୁ ମୁଁ ମାନନୀୟ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି।
ମାନନୀୟ ସଦସ୍ୟଗଣ,
2. ଏହି ସମୟ ମଧ୍ୟରେ, ନାଗରିକମାନେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଶହୀଦ ହେବାର 350ତମ ବାର୍ଷିକୀକୁ ଗଭୀର ଶ୍ରଦ୍ଧାର ସହିତ ପାଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ବାର୍ଷିକୀ ବର୍ଷରେ, ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା ଏବଂ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ମ ପକାଇଥୂଲା । ମନେ
ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମ ବାର୍ଷିକୀ ସହିତ ଜଡିତ ଘଟଣାଗୁଡ଼ିକ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଦୃଢ଼ କରିଛି। ସମସ୍ତ ନାଗରିକ ଏହା ମଧ୍ୟ ଦେଖୁଥିଲେ ଯେ ଭାରତ ରନ୍ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ପାଳନ ସଙ୍ଗୀତ ଏବଂ ଜାତୀୟ ଏକତାର ଭାବନାରେ ପରିପୂର୍ଣ୍ଣ ଥୂଲା।
ଯେତେବେଳେ ନାଗରିକମାନେ ସେମାନଙ୍କର ଗୌରବମୟ ଅତୀତର ଏହି ମହାନ ପର୍ଯ୍ୟାୟ ଏବଂ ସେମାନଙ୍କ ପୂର୍ବପୁରୁଷଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାନ୍ତି, ଏହା ନୂତନ ପିଢ଼ିକୁ ପ୍ରେରଣା ଦିଏ। ଏହି ପ୍ରେରଣା ‘ବିକଶିତ ଭାରତ' ଆଡ଼କୁ ଦେଶର ଯାତ୍ରାକୁ ଆହୁରି ତ୍ବରାନ୍ବିତ କରିଥାଏ ।
ମାନନୀୟ ସଦସ୍ୟଗଣ,
3. 2026 ବର୍ଷ ଆରମ୍ଭ ହେବା ସହିତ, ଦେଶ ଚଳିତ ଶତାବ୍ଦୀର ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ଭାରତ ପାଇଁ ଚଳିତ ଶତାବ୍ଦୀର ପ୍ରଥମ 25 ବର୍ଷର ସମାପ୍ତି ଅନେକ ସଫଳତା, ଗୌରବମୟ ଉପଲବ୍ଧି ଏବଂ ଅସାଧାରଣ ଅଭିଜ୍ଞତା ଦେଖୁବାକୁ ମିଳିଛି । ଗତ 10-11 ବର୍ଷ ମଧ୍ୟରେ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଏହାର ମୂଳଦୁଆକୁ ମଜବୁତ କରିଛି। ଏହି ସମୟ 2047 ସୁଦ୍ଧା 'ବିକଶିତ ଭାରତ' ହେବା ଦିଗରେ ଭାରତର ଦ୍ରୁତ ଯାତ୍ରା ପାଇଁ ଏକ ଦୃଢ଼ ଆଧାରଶିଳା ପାଲଟିଛି।
ମାନନୀୟ ସଦସ୍ୟଗଣ,
4. ବାବା ସାହେବ ଆମ୍ବେଦକର ସର୍ବଦା ସମାନତା ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦେଇଥିଲେ । ଆମର ସମ୍ବିଧାନ ମଧ୍ୟ ସମାନ ଭାବନା ନେଇ ଆମକୁ ପ୍ରେରଣା ଦିଏ। ସାମାଜିକ ନ୍ୟାୟର ଅର୍ଥ ହେଉଛି,
କୌଣସି ଭେଦଭାବ ବିନା ପ୍ରତ୍ୟେକ ନାଗରିକଙ୍କୁ ସମ୍ପୂର୍ଣ ଅଧୂକାର ପ୍ରଦାନ କରିବା । ମୋ ସରକାର ପ୍ରକୃତ ଅର୍ଥରେ ସାମାଜିକ ନ୍ୟାୟ ପ୍ରତି ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ । ଏହାର ଫଳସ୍ବରୂପ, ଗତ ଦଶନ୍ଧିରେ 25 କୋଟି ନାଗରିକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ମୋ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ, ଗରିବଙ୍କୁ ସଶକ୍ତି କରିବାର ଅଭିଯାନ ଅଧୂକ ବେଗରେ ଆଗକୁ ବଢ଼ିଛି।
ଗତ ଦଶନ୍ଧିରେ, ଗରିବଙ୍କ ପାଇଁ ଚାରି କୋଟି ପକ୍କା ଘର ନିର୍ମାଣ କରାଯାଇଛି। ଗତ ବର୍ଷ ଗରିବଙ୍କୁ 32 ଲକ୍ଷ ନୂତନ ଘରର ମାଲିକାନା ଦିଆଯାଇଛି।
ଜଳ ଜୀବନ ମିଶନର ପାଞ୍ଚ ବର୍ଷ ମଧ୍ୟରେ, 12.5 କୋଟି ନୂତନ ପରିବାରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ଗତ ବର୍ଷ ମଧ୍ୟରେ, ପ୍ରାୟ ଏକ କୋଟି ନୂତନ ପରିବାରରେ ଟ୍ୟାପ୍ ପାଣି ସଂଯୋଗ ପହଞ୍ଚିଛି।
ଉଜ୍ଜ୍ବଳା ଯୋଜନା ମାଧ୍ୟମରେ, ଆଜି ପର୍ଯ୍ୟନ୍ତ, 10 କୋଟିରୁ ଅଧୂକ ପରିବାରକୁ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି, ଏବଂ ଏହି ଅଭିଯାନ ଗତ ବର୍ଷ ମଧ୍ଯ ଦ୍ରୁତ ଗତିରେ ଆଗକୁ ବଢ଼ିଛି।
ମୋ ସରକାର ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ସଚ୍ଚୋଟତାକୁ ସଂସ୍ଥାଗତ ରୂପ ଦେଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ, ମୋ ସରକାର ପ୍ରତ୍ୟକ୍ଷ ଲାଭ ହସ୍ତାନର ମାଧ୍ୟମରେ ହିତାଧିକାରୀମାନଙ୍କୁ 6.75 ଲକ୍ଷ କୋଟି ଟଙ୍କାରୁ ଅଧୂକ ମୂଲ୍ୟର ସହାୟତା ରାଶି ସିଧାସଳଖ ପ୍ରଦାନ କରିଛି।
ମାନନୀୟ ସଦସ୍ୟଗଣ,
5. ମୋ ସରକାର ଅବହେଳିତ, ପଛୁଆ ବର୍ଗ, ଉପେକ୍ଷିତ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ସମେତ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛି। ସବକା ସାଥ, ସବକା ବିକାଶର ଦୃଷ୍ଟିକୋଣ ଦେଶର ସମସ୍ତ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛି। 2014 ଆରମ୍ଭରେ, ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ କେବଳ 25 କୋଟି ନାଗରିକଙ୍କ ପାଖରେ ପହଞ୍ଚିପାରିଥିଲା। ମୋ ସରକାରଙ୍କ ନିରନ୍ତର ପ୍ରୟାସରେ, ଆଜି ପ୍ରାୟ 95 କୋଟି ଭାରତୀୟ ସାମାଜିକ ସୁରକ୍ଷା ଲାଭ ପାଇଛନ୍ତି।
ଗରିବ ରୋଗୀଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ଗତ ବର୍ଷ ପର୍ଯ୍ୟନ୍ତ ସାରା ଦେଶର ଡାକ୍ତରଖାନାଗୁଡ଼ିକରେ 11 କୋଟିରୁ ଅଧୂକ ମାଗଣା ଚିକିତ୍ସା ଦିଆଯାଇଛି। କେବଳ ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ 2.5 କୋଟି ଗରିବ ରୋଗୀ ମାଗଣା ଚିକିତ୍ସା ପାଇଛନ୍ତି।
ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ, ପ୍ରାୟ ଏକ କୋଟି ବରିଷ୍ଠ ନାଗରିକଙ୍କୁ ବୟ ବନ୍ଦନା କାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଡଗୁଡ଼ିକ ସାହାଯ୍ୟରେ, ପ୍ରାୟ ୫ ଲକ୍ଷ ବରିଷ୍ଠ ନାଗରିକ ଡାକ୍ତରଖାନାରେ ରୋଗୀ ଭାବରେ ମାଗଣା ଚିକିତ୍ସା ପାଇଛନ୍ତି।
ଆଜି, ସାରା ଦେଶରେ ସ୍ଥାପିତ 1 ଲକ୍ଷ 80 ହଜାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହାୟତାରେ, ରୋଗୀମାନେ ସେମାନଙ୍କ ଘର ପାଖରେ ଚିକିତ୍ସା ପାଇବା ନିଶ୍ଚିତ କରିଛନ୍ତି।
କଲ୍ ସେଲ୍ ଏଥି ମୋ ସରକାର ପ୍ରମୁଖ ରୋଗ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇ ଲଢ଼ିଛି। ସିକଲ୍ ନିରାକରଣ ମିଶନ ଅଧୀନରେ 6.5 କୋଟିରୁ ଅଧୂକ ନାଗରିକଙ୍କ ସ୍କ୍ରିନିଂ କରାଯାଇଛି। ଆଦିବାସୀ ଅଞ୍ଚଳରେ ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି। ଏନିମିଆ ଏହା ଅନେକ
ମିଶନ ମୋଡ୍ରେ କରାଯାଇଥ ଇଥିବା ଅଭିଯାନଗୁଡ଼ିକ ଜାପାନୀ ଏନସେଫାଲାଇଟିସ୍ ଭଳି ରୋଗ ପ୍ରଭାବୀ ନିୟନ୍ତ୍ରଣ ଆଣିଛି। ଉତ୍ତର ଡ ପ୍ରଭାବୀ ପ୍ରତିରୋଧ ସୁନିଶ୍ଚିତ କରାଯାଇଛି। ରୋଗ ଉପରେ ପ୍ରଦେଶର ଅନେକ ଅନୁନ୍ନତ ଏବଂ ଗ୍ରାମ ଗ୍ରାମାଞ୍ଚଳରେ, ଏହି ରୋଗର
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତକୁ ଚକ୍ଷୁ ରୋଗ ଟ୍ରାକୋମା ମୁକ୍ତ ଘୋଷଣା କରିବା ଗର୍ବର ବିଷୟ।
ମୋ ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମା କଭରେଜ୍ ପ୍ରଦାନ କରିବାକୁ ମଧ୍ୟ ପ୍ରତିବଦ୍ଧ । ଏହି ପ୍ରୟାସରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାଗ ନାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ, ସହାୟତା ଆବଶ୍ୟକ କରୁଥିବା କୋଟି କୋଟି ନାଗରିକ ବୀମା ସୁରକ୍ଷା ପାଇଛନ୍ତି। ଏହି ଯୋଜନାଗୁ ।ଗୁଡ଼ିକ ଅଧୀନରେ, ଅଧୀନରେ, 24 ହଜାର କୋଟି ଟଙ୍କାରୁ ଅଧୂକ ଦାବି ମଧ୍ୟ ବଣ୍ଟନ କରାଯାଇଛି। ଏହି ଯୋଜନାଗୁଡ଼ିକ ସଙ୍କଟପୂର୍ଣ ପରିସ୍ଥିତିରେ କୋଟି କୋଟି ଗରିବ ଲୋକଙ୍କୁ ସାହାଯ୍ୟ ଯୋଗାଇଛି।
ମାନନୀୟ ସଦସ୍ୟଗଣ,
6. ଆମ ଦେଶର ଯୁବପିଢ଼ି, କୃଷକ, ଶ୍ରମିକ ଏବଂ ଉଦ୍ୟୋଗୀମାନେ ବିକଶିତ ଭାରତ ନିର୍ମାଣ ଦିଗରେ ନିରନ୍ଧର ସେମାନଙ୍କର ଭୂମିକାକୁ ବିସ୍ତାର କରୁଥିବା ଦେଖ୍ ମୁଁ ସନ୍ତୋଷ ଅନୁଭବ କରୁଛି। ଗତ ବର୍ଷର ଉତ୍ସାହଜନକ ପରିସଂଖ୍ୟାନ ଏହାର ପ୍ରମାଣ ଦିଏ ।
ଗତ ବର୍ଷ, ଭାରତ 350 ନିୟୁତ ଟନ୍ ରୁ ଅଧୂକ ଖାଦ୍ୟ ଶସ୍ୟର ରେକର୍ଡ ଉତ୍ପାଦନ ହାସଲ କରିଛି।
150 ନିୟୁତ ଟନ୍ ଉତ୍ପାଦନ ସହିତ, ଭାରତ ବିଶ୍ବର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ପାଲଟିଛି।
ଆମ ଦେଶ ବିଶ୍ବସ୍ତରରେ ଦ୍ଵିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ମଧ୍ୟ ହୋଇଛି। ଏହା ନୀଳ ଅର୍ଥବ୍ୟବସ୍ଥାରେ ଦେଶର ସଫଳତାକୁ ପ୍ରତିଫଳିତ କରେ।
ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ, ଭାରତ ବିଶ୍ବର ସବୁଠାରୁ ସଫଳ ଦେଶ ଭାବରେ ପରିଚିତ ହୋଇଛି। ଏହା ସମବାୟ ଆନ୍ଦୋଳନର ଶକ୍ତିର ଫଳାଫଳ ।
ଏହି ସମୟ ମଧ୍ୟରେ ଦେଶର ଉତ୍ପାଦନ କ୍ଷେତ୍ର ମଧ୍ଯ ରେକର୍ଡ ଅଭିବୃଦ୍ଧି ଦେଖାଇଛି। ମୋବାଇଲ୍ ଉତ୍ପାଦନ ଭଳି କ୍ଷେତ୍ରରେ, ଭାରତ ଏବେ ବିଶ୍ବର ଦ୍ବିତୀୟ ବୃହତ୍ତମ ଦେଶ ହୋଇପାରିଛି। 2025-26 ଆର୍ଥକ ବର୍ଷର ପ୍ରଥମ ପାଞ୍ଚ ମାସରେ, ଭାରତର ସ୍ମାର୍ଟଫୋନ୍ ରପ୍ତାନି 1 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ବର୍ଷ, ଭାରତ 100 ରୁ ଅଧୂକ ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନି ଆରମ୍ଭ କରିଛି।