ଇଥ୍ଓପିଆ ସଂସଦର ମିଳିତ ଅଧୂବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

Dec 18, 2025 - 10:58
 3
ଇଥ୍ଓପିଆ ସଂସଦର ମିଳିତ ଅଧୂବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଓପିଆ ସଂସଦର ମିଳିତ ଅଧୂବେଶନକୁ ସମ୍ବୋଧୂତ କରିଛନ୍ତି। ସେ ପ୍ରଥମ ଦ୍ବିପାକ୍ଷିକ ଇଥ୍ଓପିଆ ଗସ୍ତରେ ଥ‌ିବାରୁ, ଏହା ତାଙ୍କ ପାଇଁ ଏକ ବିଶେଷ ସମ୍ମାନ।

ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭକରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧୂତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ଯମରେ, ଇଥ୍ଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସ‌ହ କ‌ଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥ୍ଓପିଆ' ପ୍ରଦାନ କରିବା ପାଇଁ ସେ ଇଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବା ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥ‌ିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସ‌ହଭାଗୀତା ସ୍ବରକୁ ଉନ୍ନୀତ ହୋଇଛି।

ଭାରତ ଏବଂ ଇଥ୍ଓପିଆ ମଧ୍ୟରେ ସଭ୍ୟତାଗତ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ, ଉଭୟ ଦେଶ ପ୍ରାଚୀନ ଜ୍ଞାନକୁ ଆଧୁନିକ ମହତ୍ତ୍ବାକାଂକ୍ଷା ସହିତ ମିଶ୍ରଣ କରିଆସିଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଲ ଯେ ଭାରତର ଜାତୀୟ ଗୀତ "ବନ୍ଦେ ମାତରମ୍" ଏବଂ ଇଥ୍ଓପିଆର ଜାତୀୟ ସଙ୍ଗୀତ ଉଭୟ ସେମାନଙ୍କ ଭୂମିକୁ ମାତା ବୋଲି ସମ୍ବୋଧୂତ କରନ୍ତି। ଦୁଇ ଦେଶର ମିଳିତ ସଂଘର୍ଷକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୧ ମସିହାରେ ସ୍ବାଧୀନତା ପାଇଁ ଲଢ଼ିଥ‌ିବା ଇଥ୍ଓପିଆର ଲୋକଙ୍କ ସହିତ ଭାରତୀୟ ସୈନିକଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ସେ କହିଥିଲେ ଯେ ଇଥ୍ଓପିଆ ଲୋକ କଙ୍କ ବଳିଦାନର ପ୍ରତୀକ ଏଡୱା ବିଜୟ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ଥୂଲା ।

ପ୍ରଧାନମନ୍ତ୍ରୀ ଭାରତ-ଇଥ୍ଓପିଆ ସହଭାଗୀତାକୁ ବ୍ୟାପକ ଏବଂ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଇଥ୍ଓପିଆର ଅଭିବୃଦ୍ଧି ଏବଂ ସମୃଦ୍ଧିରେ ଭାରତୀୟ ଶିକ୍ଷକ ଏବଂ ବଂ ଭାରତୀୟ ଭା ବ୍ୟବସାୟର ଅବଦାନକୁ ମନେ ପକାଇଥିଲେ। ସେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନବସୃଜନ ନ ସମେତ କ୍ଷେତ୍ରଗୁଡ଼ିକରେ ଭାରତର ବିକାଶ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଇଥ୍ଓପିଆକୁ ଆକୁ ଏହାର । ପ୍ରାଥମିକତା ଅନୁଯାୟୀ ବିକାଶ କ୍ଷେତ୍ରରେ ସହାୟତା ତା ଜାରି ରଖୁବାକୁ ଭା ଭାରତ ପ୍ରସ୍ତୁତ ବୋଲି କହିଥିଲେ। "ବସୁଧୈବ କୁଟୁମ୍ବକମ" (ବିଶ୍ବ ଗୋଟିଏ ପରିବାର) ନୀତି ଅନୁସାରେ ମାନବତାର ସେବା ପାଇଁ ଭାରତର ପ୍ରତିବଦ୍ଧତା ପ୍ରକାଶ କରି ସେ କହିଥୁଲେ କୋଭିଡ୍ ମହାମାରୀ ସମୟରେ ଇଥ୍ଓପିଆକୁ ଟୀକା ପ୍ରଦାନ କରିବା ଭାରତ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା ।

ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ, ବିଶ୍ବ ଦକ୍ଷିଣର ଦେଶ ଭାବରେ, ଭାରତ ଏବଂ ଇଓପିଆ ବିକାଶଶୀଳ ଦେଶଗୁଡ଼ିକ ଲାଗି ଏକ ବଡ଼ ସ୍ବର ସ୍ବର ହେବା ପାଇଁ ଏକତ୍ରିତ ହେବା ଉଚିତ। ଆତଙ୍କବାଦ ବିରୁଦ୍ଧରେ ବିଶ୍ବ ଲଢ଼େଇକୁ ମଜବୁତ କରିବାରେ ଇଥ୍ଓପିଆର ସମର୍ଥନ ପାଇଁ ନ୍ୟବାଦ ଜଣାଇଥିଲେ। ସେ ଧନ୍ୟବା

ଆଫ୍ରିକୀୟ ଏକତାର ସ୍ବପ୍ନକୁ ସାକାର କରିବାରେ ଆଫ୍ରିକୀୟ ସଂଘର ମୁଖ୍ୟାଳୟ ଆଡିସ୍ ଆବାବାର ଗୁରୁତ୍ବପୂର୍ଣ୍ଣ ଭୂମିକା କଥା ଉଲ୍ଲେଖ ଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜର ସଭାପତିତ୍ବ କାଳରେ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ସ୍ବାଗତ କରି ଭାରତ ଭାରତ ଗର୍ବିତ। ସେ କହିଥିଲେ ଯେ ତାଙ୍କ ସରକାରଙ୍କ ୧୧ ବର୍ଷ ମଧ୍ୟରେ ଭାରତ-ଆଫ୍ରିକା ସମ୍ପର୍କ ଦ୍ରୁତ ଗତିରେ ଅଗ୍ରଗତି ହାସଲ କରିଛି, ଉଭୟ ପକ୍ଷର ରାଷ୍ଟ୍ରମୁଖ୍ୟ ସ୍ମରରେ ଏବଂ ସରକାର ସ୍ମରରେ ୧୦୦ ରୁ ଅଧୂକ ବୈଠକ ହୋଇଛି। ସେ ଆଫ୍ରିକାର ବିକାଶ ପ୍ରତି ଭାରତର ଗଭୀର ପ୍ରତିବଦ୍ଧତ ବିଷୟ ଦୋହରାଇଥିଲେ । ଏହି ମହାଦେଶର ୧ ନିୟୁତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେବା ପାଇଁ ଜୋହାନ୍ସବର୍ଗ ଜି-୨୦ ଶିଖର ସମ୍ମିଳନୀରେ "ଆଫ୍ରିକା ଦକ୍ଷତା ଅଭିବୃଦ୍ଧି ପଦକ୍ଷେପ" ଆରମ୍ଭ କରିବା ପାଇଁ ତାଙ୍କ ପ୍ରସ୍ତାବ ଉପରେ ପୁନଃ ଗୁରୁତ୍ବାରୋପ କରିଥିଲେ।

ଏକ ସାଥୀ ଗଣତନ୍ତ୍ର ନିକଟରେ ଭାରତର ଯାତ୍ରା କଥା ପ୍ରକାଶ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମାନ୍ୟବର ବାଚସ୍ପତିଙ୍କୁ ଧନ୍ୟବାଦ ଦେଇ କହିଥିଲେ ବିଶ୍ବ ଦକ୍ଷିଣ ନିଜେ ନିଜର ଭାଗ୍ୟ ଲେଖୁଛି ।