ସନ୍ଦେଶଖାଲି ପୀଡିତା ତଥା ବିଜେପି ପ୍ରାର୍ଥୀ ରେଖା ପାତ୍ରଙ୍କୁ ଏଭଳି କହିଲେ ପ୍ରଧାନମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ପୀଡିତା ତଥା ବିଜେପି ପ୍ରାର୍ଥୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡିତା ତଥା ପ୍ରାର୍ଥୀ ରେଖା ପାତ୍ରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି | ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶକ୍ତିସ୍ୱରୂପା ବୋଲି କହିବା ସହ ନିର୍ବାଚନ ପ୍ରସ୍ତୁତି ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ସୂଚନା ଅନୁଯାୟୀ, ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରେଖା ପାତ୍ରଙ୍କୁ ପଚାରିଥିଲେ ଯେ ତାଙ୍କ ନିର୍ବାଚନ ପ୍ରଚାର ସ୍ଥାନୀୟ ସ୍ତରରେ କିପରି ଚାଲିଛି, କେଉଁ ପ୍ରକାର ପ୍ରସ୍ତୁତି ଚାଲିଛି, ସେ କେଉଁ ପ୍ରକାର ସମର୍ଥନ ପାଇଛନ୍ତି ଏବଂ ସମସ୍ତଙ୍କୁ ଦୃଷ୍ଟିରେ ରଖି ସେ କଣ କରିବେ? | ବାର୍ତ୍ତାଳାପ ସମୟରେ ରେଖା ପାତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ସନ୍ଦେଶଖାଲି ଅଞ୍ଚଳର ମହିଳାମାନଙ୍କୁ କିପରି ଅତ୍ୟାଚାର ଏବଂ ତିକ୍ତ ଅନୁଭୂତିର ସମ୍ମୁଖୀନ ହେବାକୁ ପଡିଥିଲା ।

Mar 26, 2024 - 21:23
 11
ସନ୍ଦେଶଖାଲି ପୀଡିତା ତଥା ବିଜେପି ପ୍ରାର୍ଥୀ ରେଖା ପାତ୍ରଙ୍କୁ ଏଭଳି କହିଲେ ପ୍ରଧାନମନ୍ତ୍ରୀ