ସମାବେଶୀ କର୍ମକ୍ଷେତ୍ର ବିକଶିତ ଭାରତର ଆଧାର ମୁଖ୍ଯ ବିନ୍ଦୁ

Oct 14, 2025 - 11:50
 3
ସମାବେଶୀ କର୍ମକ୍ଷେତ୍ର ବିକଶିତ ଭାରତର ଆଧାର  ମୁଖ୍ଯ ବିନ୍ଦୁ

ଭାରତରେ ମହିଳା କର୍ମଶକ୍ତି ଅଂଶଗ୍ରହଣ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୭-୧୮ରେ ୨୩.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ରେ ୪୧.୭ ପ୍ରତିଶତ ହୋଇଛି।

ଦୃଢ଼ ଆଇନଗତ ସମର୍ଥନ: ମାତୃତ୍ବ ଲାଭ ଆଇନ, ଯୌନ ଉହୀଡ଼ନ ଆଇନ, ଏବଂ ସାମାଜିକ ସୁରକ୍ଷା ସଂହିତା, ପିଏମ୍ କେଭିଓ୍ବାଇ ଏବଂ ମିଶନ ଶକ୍ତି ଭଳି ଆଇନ ସୁରକ୍ଷା ଏବଂ ସମାନତା ସୁନିଶ୍ଚିତ କରେ।

ସଶକ୍ତିକରଣ ପଦକ୍ଷେପ: ପିଏମ୍ ଏମ୍ ଓ୍ବାଇ (୬୮ ପ୍ରତିଶତ ମହିଳା), ଷ୍ଟାଣ୍ଡ-ଅପ୍ ଇଣ୍ଡିଆ (୨.୦୧ ଲକ୍ଷ ଆକାଉଣ୍ଡ), ଏବଂ ମିଶନ ଶକ୍ତିର କ୍ରେଚ୍ ଏବଂ କେନ୍ଦ୍ରଗୁଡ଼ିକ ବିକଶିତ ଭାରତ @୨୦୪୭ ପାଇଁ ଦକ୍ଷତା ଏବଂ ଉଦ୍ୟୋଗୀତାକୁ ବୃଦ୍ଧି କରନ୍ତି।

ବିକଶିତ ଭାରତର ହୃଦୟରେ ନାରୀ ଶକ୍ତି

ଏକ ରାଷ୍ଟ୍ରର କଳ୍ପନା କ କରନ୍ତୁ ଯେଉଁଠାରେ ଗ୍ରାମୀଣ କାରିଗରଠାରୁ ସହରାଞ୍ଚଳ ଉଦ୍ଭାବକ ପର୍ଯ୍ୟନ୍ତ ପ୍ରତ୍ୟେକ ମହିଳା, ଜଣେ ଅଂଶଗ୍ରହଣକାରୀ ଭାବରେ ନୁହେଁ, ବରଂ କର୍ମଶକ୍ତି ଭାବେ ପାଦ ଦିଅନ୍ତି। ଏକ ଶକ୍ତିଶାଳୀ ଆର୍ଥିକ ପରିବର୍ତ୍ତନର ଅଂଶ ହୁଅନ୍ତି। ଏହା ହେଉଛି ବିକଶିତ ଭାରତର ପ୍ରତିଶ୍ରୁତି, ଯାହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତକୁ କଳ୍ପନା କରେ, ମହିଳାମାନଙ୍କ ଆର୍ଥକ ଅନୁର୍ଭୁକ୍ତିକୁ କେନ୍ଦ୍ରିତ କରି ଏବଂ ଜାତୀୟ ଅଭିବୃଦ୍ଧି ପାଇଁ ନାରୀ ଶକ୍ତିକୁ ଉନ୍ମୋଚନ କରିବା ପାଇଁ ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ଉଦ୍ୟୋଗ ମାଧ୍ୟମରେ ସେମାନଙ୍କୁ ସଶକ୍ତି କରିଥାଏ।

ଭାରତ ହାସଲ କରିବାର ଏକ ପ୍ରମୁଖ ସ୍ତମ୍ଭ ହେଉଛି ମହିଳାମାନଙ୍କ ଦ୍ବାରା ଅତି କମରେ ୭୦ ପ୍ରତିଶତ ଶ୍ରମଶକ୍ତି ଅଂଶଗ୍ରହଣକୁ ସୁନିଶ୍ଚିତ କରିବା, ଯାହା ସେମାନଙ୍କୁ ଭାରତର ଅଭିବୃଦ୍ଧି କାହାଣୀରେ ସମାନ ଅଂଶୀଦାର କରିଥାଏ।

ଶ୍ରମଶକ୍ତି ଭାବେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ

ଭାରତ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାରରେ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖୁଛି। ୨୦୧୭-୧୮ ରୁ ୨୦୨୩-୨୪ ମଧ୍ୟରେ ମହିଳା ନିଯୁକ୍ତି ହାର ପ୍ରାୟ ଦ୍ବିଗୁଣିତ ହୋଇଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲ୍ ଏଫପିଆର) ୨୦୧୭-୧୮ରେ ୨୩.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ରେ ୪୧.୭ ପ୍ରତିଶତ ହୋଇଛି।

୧୫ ବର୍ଷ ଏବଂ ତା'ଠାରୁ ଅଧିକ ବୟସର ମହିଳାମାନଙ୍କ ପାଇଁ ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲ୍ୟୁପିଆର୍ ) ୨୦୧୭-୧୮ରେ ୨୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ରେ ୪୦.୩ ପ୍ରତିଶତ ହୋଇଛି, ଏଲ୍ ଏଫପିଆର ୨୩.୩ ପ୍ରତିଶତରୁ ୪୧.୭ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ପ୍ରତି, ମହିଳା ଡବ୍ଲ୍ୟୁପିଆର୍ ଅଗଷ୍ଟ ୨୦୨୫ରେ ୩୨.୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଜୁଲାଇ ୨୦୨୫ରେ ୩୧.୬ ପ୍ରତିଶତ ଏବଂ ଜୁନ ୨୦୨୫ରେ ୩୦.୨ ପ୍ରତିଶତ ଥିଲା ଏବଂ ମହିଳା ଏଲ୍ ଏଫପିଆର ଅଗଷ୍ଟ ୨୦୨୫ରେ ୩୩.୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଜୁଲାଇ ୨୦୨୫ରେ ୩୩.୩ ପ୍ରତିଶତ ଏବଂ ଜୁନ ୨୦୨୫ରେ ୩୨.୦ ପ୍ରତିଶତ ଥିଲା ।

ଉତ୍ସ: ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ

ଏହା ବ୍ୟତୀତ, ସଦ୍ୟତମ ଇପିଏଫ୍ ଓ ପେରୋଲ୍ ତଥ୍ୟ ମହିଳାମାନଙ୍କ ମଧ୍ୟରେ ଆନୁଷ୍ଠାନିକ ନିଯୁକ୍ତିର ବର୍ଷିତ ଧାରାକୁ ଉଲ୍ଲେଖ କରେ। ୨୦୨୪-୨୫ ମଧ୍ୟରେ, ସମୁଦାୟ ୨୬.୯ ଲକ୍ଷ ମହିଳା ସବସ୍କାଇବର ଭାବେ ଇପିଏଫ୍ ଓ ରେ ଯୋଡି ହୋଇଥିଲେ। ଜୁଲାଇ ୨୦୨୫ ରେ, ପ୍ରାୟ ୨ଲକ୍ଷ ୮୦ ହଜାର ନୂତନ ମହିଳା ସବସ୍କ୍ରିଇବର ଯୋଗ ଦେଇଥିଲେ ଏବଂ ସମୁଦାୟ ପେରୋଲରେ ପ୍ରାୟ ୪.୪୨ ଲକ୍ଷ ମହିଳା ଯୋଡ଼ିହୋଇଥିଲେ, ଯାହା ଆଜିର ଅଧୂକ ଅନ୍ତର୍ଭୁକ୍ତ ଏବଂ ବିବିଧ ଶ୍ରମଶକ୍ତିକୁ ସୂଚାଇ ଥାଏ।

ବ୍ରିକ୍ସରେ ଭାରତର ମହିଳା କର୍ମଚାରୀଙ୍କ ଅଂଶଗ୍ରହଣରେ ବୃଦ୍ଧି

ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ, ଗତ ଦଶନ୍ଧି ମଧ୍ୟରେ, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ରେକର୍ଡ କରିଛି। ୨୦୧୫ ରୁ ୨୦୨୪ ମଧ୍ୟରେ, ଭାରତର ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୩ ପ୍ରତିଶତରୁ ଅଧୂକ ବୃଦ୍ଧି ସହିତ ବୃଦ୍ଧି ପାଇଛି। ଅପରପକ୍ଷେ, ବ୍ରାଜିଲ୍, ଚୀନ୍ ଏବଂ ରୁଷିଆ ଏକ୍ଷେତ୍ରରେ ସ୍ଥିର କିମ୍ବା ସାମାନ୍ୟ ହ୍ରାସ ଅନୁଭବ କରିଛନ୍ତି, ଯେତେବେଳେ ଦକ୍ଷିଣ ଆଫ୍ରିକା କେବଳ ସାମାନ୍ୟ ଉନ୍ନତି ପାଇଛି।

ଅର୍ଥନୈତିକ ଅନୁର୍ଭୁକ୍ତିରେ ମହିଳା କର୍ମଶକ୍ତି ଏହି ଅଭିବୃଦ୍ଧି ଭାରତର ଦ୍ରୁତ ପରିବର୍ତ୍ତନକୁ ପ୍ରତିଫଳିତ କରେ, ଯାହା ଲକ୍ଷ୍ୟଭିତ୍ତୀକ ନୀତିଗତ ପଦକ୍ଷେପ ଦ୍ବାରା ପରିଚାଳିତ ଯାହା ଦକ୍ଷତା, ଋଣ ଏବଂ ଆନୁଷ୍ଠାନିକ ନିଯୁକ୍ତିର ପ୍ରବେଶକୁ ବିସ୍ତାର କରେ।

ଦେଶର ଦଶନ୍ଧି ଧରି ଚାଲିଥିବା ଗତି ଏହାକୁ ବ୍ରିକ୍ସ ମଧ୍ୟରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ଏକ ମଡେଲ ଭାବରେ ସ୍ଥାନୀତ କରେ, ଏହା ଦର୍ଶାଏ ଯେ ନିରନ୍ଧର ନୀତିଗତ ବ୍ୟବସ୍ଥା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ଜାତୀୟ ଅଭିବୃଦ୍ଧି ବାହକରେ ପରିଣତ କରିପାରିବ।

ମାତୃତ୍ବ ଲାଭ ଆଇନ, ୧୯୬୧ (ସଂଶୋଧୂତ ୨୦୧୭)

ମାତୃତ୍ଵ ଲାଭ ଆଇନ, ୧୯୬୧, ଯାହା ମହିଳା କର୍ମଚାରୀମାନଙ୍କୁ ମାତୃତ୍ଵ ଲାଭ ପ୍ରଦାନ କରେ, ୨୦୧୭ ରେ ସଂଶୋଧନ କରାଯାଇଥିଲା ଯାହା ମାତୃତ୍ଵ ଛୁଟିକୁ ୧୨ ରୁ ୨୬ ସପ୍ତାହକୁ ବୃଦ୍ଧି କରିଥାଏ। ମାତୃତ୍ଵ ଛୁଟି ପ୍ରଦାନ କରିବା ସହିତ, ଏହି ଆଇନ ଅନୁଯାୟୀ ୫୦ କିମ୍ବା ତା'ଠାରୁ ଅଧିକ କର୍ମଚାରୀ ଥ‌ିବା ନିଯୁକ୍ତିଦାତାମାନେ କାର୍ଯ୍ୟସ୍ଫୁଳ ମଧ୍ୟରେ ଏକ କ୍ରେଚ୍ ସ୍ଥାପନ ଏବଂ ରକ୍ଷଣାବେକ୍ଷଣ କରିବାକୁ ବାଧ୍ୟ। ଏହି କ୍ରେଚ୍ ପିଲାମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ଦିଷ୍ଟ ଯାହା କାର୍ଯ୍ୟ କରୁଥୁବା ମା'ମାନଙ୍କୁ କାର୍ଯ୍ୟ ସମୟରେ ଏକ ସୁରକ୍ଷିତ ସ୍ଥାନରେ ସେମାନଙ୍କ ପିଲାମାନଙ୍କୁ ଛାଡିବା ପାଇଁ ଏକ ସୁବିଧାଜନକ ଉପାୟ ସୁନିଶ୍ଚିତ କରେ। ଏବେ ଏହି ଆଇନରେ ସରୋଗେଟ୍ ମା'ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ଅନୁର୍ଭୁକ୍ତ କରାଯାଇଛି, ଯାହାର ଲକ୍ଷ୍ୟ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣକୁ ସମର୍ଥନ ଏବଂ ପ୍ରୋତ୍ସାହିତ କରିବା।

ଆରମ୍ଭ କର |

ମାତୃତ୍ୱ ଲାଭ (ସଂଶୋଧନ) ଆଇନ, ୨୦୧୭

ବେତନ ପ୍ରସବ ଛୁଟି ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି।

ପ୍ରଯୁଜ୍ୟତା |

ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ର ଉଭୟରେ ବ୍ୟବସାୟ (୧୦+ କର୍ମଚାରୀ) ପାଇଁ ପ୍ରଯୁଜ୍ୟ।

ପୋଷ୍ୟ ସନ୍ତାନ / ସରୋଗେସି |

ଉଭୟ ପୋଷ୍ୟ ସନ୍ତାନ ଗ୍ରହଣକାରୀ ଏବଂ କମିଶନିଂ କରୁଥିବା ମାଆମାନେ 12 ସପ୍ତାହ ପାଇଁ ମାତୃତ୍ୱ ଲାଭ ପାଇବାକୁ ଯୋଗ୍ୟ।

କ୍ରେଚ୍ ସୁବିଧା

50 କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ପ୍ରତ୍ୟେକ ବ୍ୟବସାୟ ପାଇଁ ଏକ କ୍ରେଚ୍ ସୁବିଧା ଆବଶ୍ୟକ।

ଘରୁ କାମ

ନିଯୁକ୍ତିଦାତାମାନେ ମାତୃତ୍ୱ ଭତ୍ତା ଅବଧି ପରେ ମଧ୍ୟ ମହିଳାମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇପାରିବେ।

ଉତ୍ସ: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ

ବ୍ରିକ୍ସ ମହିଳା ବିକାଶ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ଏହାର ଉଦାର ଦରମାପ୍ରାପ୍ତ ମାତୃତ୍ବ ଛୁଟି ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର, ୧୮୨ ଦିନ ପ୍ରଦାନ କରେ - କେବଳ ଇରାନର ୨୭୦ ଦିନ ରହିଛି। ଏହାପରେ ପରେ ସମ୍ପୂର୍ଣ୍ଣ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତରେ ମାତୃତ୍ଵ ଲାଭ ଛୁଟି ଦ୍ବିତୀୟ ସର୍ବାଧୂକ। ଏହା ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଇଥ୍ଓପିଆରେ ୧୨୦ ଦିନ, ଇଜିପ୍ଟ ଏବଂ ଇଣ୍ଡୋନେସିଆ ୯୦ ଦିନ ଲେଖାଏଁ ହୋଇଥିବା ବେଳେ ୟୁଏଏଇରେ ୬୦ ଦିନ ରହିଛି। ରିପୋର୍ଟରେ ମହିଳାମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ପରିବାର-ଅନୁକୂଳ କର୍ମକ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଭାରତର ନେତା ଭାବରେ ଗୁରୁତ୍ୱାରୋପ କରାଯାଇଛି।