ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମ ବଙ୍ଗ ଗସ୍ତ...
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ
ପ୍ରଧାନମନ୍ତ୍ର ନମନ୍ତ୍ରୀ ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ଦୈର୍ଘ୍ୟର ୪ ଲେନ୍ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ
ପ୍ରଧାନମନ୍ତ୍ର ମନ୍ତ୍ରୀ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ବିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ
ପ୍ରକଳ୍ପ ଗୁଡ଼ିକ କୋଲକାତା-ସିଲିଗୁଡ଼ି ମଧ୍ଯରେ ସଂଯୋଗ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ
୧୯ ଡିସେମ୍ବର ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧.୧୫ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରାଣାଘାଟ ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଉପସ୍ଥିତ ଜନସମାବେଶକୁ ମଧ୍ୟ ସେ ସମ୍ବୋଧୂତ କରିବେ ।
ପ୍ରଧାନମନ୍ତ୍ରୀ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ବିଶିଷ୍ଟ ୪ ଲେନ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ । ଏହା ସହ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ଦୈର୍ଘ୍ୟ ବିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ ।
ଏହି ପ୍ରକଳ୍ପ ଗୁଡ଼ିକ କୋଲକାତା ଓ ସିଲିଗୁଡ଼ି ମଧ୍ଯରେ ଗୁରୁତ୍ବପୂର୍ଣ୍ଣ ସଂଯୋଗ ବ୍ୟବସ୍ଥା ଭାବେ କାମ ମ କ କରିବ । ଏହାଦ୍ବାରା ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ହ୍ରାସ ପାଇବ ଏବଂ ଗାଡ଼ି ଗୁଡ଼ିକ ନିର୍ବିଘ୍ନରେ କମ୍ ଟ୍ରାଫିକରେ ଦ୍ରୁତ ଓ ନିରାପଦରେ ଯାତାୟାତ କରିପାରିବେ । ଗାଡ଼ି ଚଳାଚଳର ଖର୍ଚ୍ଚହ୍ରାସ ପାଇ କୋଲାକାତା ও ପଶ୍ଚିମବଙ୍ଗର ଅନ୍ୟାନ୍ୟ ଜିଲ୍ଲା ସମେତ, ପଡ଼ୋଶୀ ଦେଶ ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଉନ୍ନତ ହୋଇପାରିବ । ପ୍ରକଳ୍ପ ଗୁଡ଼ିକ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ ଏବଂ ଅଞ୍ଚଳରେ ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହନ ମିଳିପାରିବ ।