ସମ୍ଭାବ୍ୟ ବାତ୍ୟା ପାଇଁ ଖୋରଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ...

Oct 25, 2026 - 22:30
 14
ସମ୍ଭାବ୍ୟ ବାତ୍ୟା ପାଇଁ ଖୋରଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ...

ଅକ୍ଟୋବର ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । 

ଏଥିସହ ବିନା ଅନୁମତିରେ ସେମାନଙ୍କ ମୁଖ୍ୟାଳୟ ନଛାଡିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । 

ପୂର୍ବରୁ ଯେଉଁ ଅଧିକାରୀ ଛୁଟି କିମ୍ବା ମୁଖ୍ୟାଳୟ ଛାଡିବା ଅନୁମତି ନେଇଛନ୍ତି ଏହାକୁ ବାତିଲ କରାଯିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଏଥି ସହ ଆସନ୍ତା ୫ ଦିନ ଅର୍ଥାତ ଚଳିତ ଅକ୍ଟୋବର ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।