ସରକାରଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଭୟଙ୍କର ଗରମରେ ଲୋକେ ହସ୍ତସନ୍ତ ହେଉଛନ୍ତି...
ଓଡ଼ିଶାରେ ଦେଖା ଦେଇଥିବା ଭୟଙ୍କର ବିଦ୍ୟୁତ ସଂକଟ ଓ ଏହାକୁ ନେଇ ସାରା ରାଜ୍ୟବାସୀ ହେଉଥିବା ଅକଥନୀୟ ଦୁର୍ଦ୍ଦଶା ଉପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |
ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ପୂର୍ବତନମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂରଦର୍ଶିତା ଅଭାବ ଯୋଗୁଁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ଘୋର ହଇରାଣ ହେବାକୁ ପଡ଼ୁଛି ।
ଯଦି ସରକାର ପୂର୍ବରୁ ବିଜୁଳି ଉତ୍ପାଦନ ଓ ବଣ୍ଟନର ସମୀକ୍ଷା କରି ଆଗୁଆ ପଦକ୍ଷେପ ନେଇଥାନ୍ତେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।
????ବିଜୁଳି ବିଭାଗ ଆଇନର ପରିଛେଦ ୧୫୩/୫୪ ଅନୁସାରେ ସ୍ୱତନ୍ତ୍ର ବିଜୁଳି କୋର୍ଟ ଗଠନ ପରିଛେଦ ୫୭/୬୨ ଅନୁସାରେ ବିଜୁଳି ବଣ୍ଟନ ସଂସ୍ଥାଙ୍କ କାର୍ଯ୍ୟଦକ୍ଷତା ଏବଂ ଗୁଣବତ୍ତାର ସମୀକ୍ଷା ନିଶ୍ଚିତ କରେ ।
????ପରିଛେଦ ୪୨ (ଏସ) ଅନୁସାରେ ପ୍ରତ୍ୟେକ ବିଜଳି ବଂଟନ କମ୍ପାନୀ ଗ୍ରାହକ ଅଭିଯୋଗ କେନ୍ଦ୍ର ସ୍ଥାପନ କରିବ । ଫଲ୍ଟି ମିଟର ବିଲିଙ୍ଗ କନ୍ଦଳ, ବିଜୁଳି କାଟ ଆଦି ବିଷୟରେ ଗ୍ରାହକ ଅଭିଯୋଗ କରିପାରିବେ ।
????ପରିଚ୍ଛେଦ-୬୨ (୬) ଅନୁସାରେ ଗ୍ରାହକଙ୍କର ଅଧିକାର ଅଛି ସେମାନେ ଗୁଣଯୁକ୍ତ ଓ ଧାରା ପ୍ରବାହ ବିଜୁଳି ସେବା ପାଇପାରିବେ ଏବଂ ଏହାର ଖିଲାପରେ ବିଜୁଳି ସଂସ୍ଥାଙ୍କ ଉପରେ ଆର୍ଥିକ ଦଣ୍ଡ ବ୍ୟବସ୍ଥା ହୋଇପାରିବ ।
ଶ୍ରୀ କାନୁନ୍ଗୋ ରାଜ୍ୟର ଅଘୋଷିତ ବିଜୁଳିକାଟର ହିସାବ ଦେଇ
କହିଲେ ମାର୍ଚ୍ଚରେ ୨୪ ଘଣ୍ଟା, ଅପ୍ରେଲରେ ୩୪ ଘଣ୍ଟା ଏବଂ ୨୦ ତାରିଖ ସୁଧା ମେ ରେ ୪୧ ଘଣ୍ଟା ବିଦ୍ୟୁତକାଟ ହୋଇଛି ।
ଏ ସବୁ ବିଜୁଳି ବିଭ୍ରାଟ କାରଣ ହେଉଛି ଅତିରିକ୍ତ ବିଜୁଳି ଲୋଡ ଯାହା ତଳ ସ୍ତର ଟ୍ରାନ୍ସଫରମର ଫେଲୁଅର ରୁ ଗ୍ରିଡ୍ ଫେଲୁଅର ପର୍ଯ୍ୟନ୍ତ ଘଟୁଛି । ଫଳରେ ଘରେ ମଟରରୁ ପାଣି ଉଠୁ ନାହିଁ ।
ପ୍ରବଳ ଗରମରେ ବିଜୁଳିକାଟ ଯୋଗୁ ଏସି, ଫ୍ୟାନ, କୁଲର ବନ୍ଦ ହୋଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଓ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି ।
ଫଳରେ ସାଧାରଣ ଜନତା ଦଳବଦ୍ଧ ହୋଇ ବିଜୁଳି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି ।
ଏ ସମସ୍ତ ବିଭ୍ରାଟର ସମାଧାନ ପାଇଁ ବିଜୁଳି ବିଭାଗ ବିଜୁଳି ଅଡିଟ୍ କରିବା ନେତାଙ୍କ ଜରୁରୀ ।
ପ୍ରତି ଟ୍ରାନ୍ସଫରମର ପଏଣ୍ଟରେ ଯୋଗାଣ ଅଡିଟ୍ ବ୍ୟବସ୍ଥା କରାଯାଇ କେଉଁ ଘଣ୍ଟାରେ କମ୍ ବିଦ୍ୟୁତ ସରବରାହ ହୋଇଛି ଓ କାରଣ କଣ ଜଣାପଡିବ ।
ସମ୍ମିଳନୀରେ ଉପସ୍ଥିତ ଥିବ ପୂର୍ବତନମନ୍ତ୍ରୀ ଦେବାଶିଷ ନାୟକ କହିଲେ ବିଜେପି ସରକାର ଆସିବା ପର ଠାରୁ ଘୋର ବିଜୁଳି ସଙ୍କଟ ଦେଖାଯାଉଛି କାହିଁକି ବର୍ତ୍ତମାନ ଜାଣି ସାରିଲେଣି ।
ଟାଟା ପାୱାର ଓ ସରକାରଙ୍କ ମଧୁଚନ୍ଦ୍ରିକା ବର୍ତ୍ତମାନ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । କୌଣସି ବିଭାଗ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିପାରୁନାହାନ୍ତି ।
ସରକାର ସମସ୍ତ ବିଷୟରେ ଆଗୁଆ ପଦକ୍ଷେପ ଗ୍ରହଣ କଲେ ଏଭଳି ଜନଅସନ୍ତୋଷ ବ୍ୟାପନ୍ତା ନାହିଁ ।
ଉପସ୍ଥିତ ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ କହିଲେ ସରକାର ଓ ଟାଟା ପାୱାର ବିଭିନ୍ନ ଶିଳ୍ପ ସଂସ୍ଥାକୁ ବିଜୁଳି ଯୋଗାଣ କରିବାରେ କୌଣସି ସୃଷ୍ଟି ହେଉନାହିଁ । ଟାଟା ମାଇନ୍ସକୁ ଅନବରତ ବିଜୁଳି ଯୋଗାଣ ଚାଲିଛି ।
ସେଥିରେ ମଧ୍ୟ କୌଣସି ସମସ୍ୟା ନାହିଁ । ଏହା ସହିତ ଭିଭିଆଇପି ଅଂଚଳ ମାନଙ୍କୁ ମଧ୍ୟ ବିଜୁଳି ଯୋଗାଣ ବରାବର ରହୁଛି ।
କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଅଧିକ ବିଲିଂ, ନୂତନ ମିଟର ସ୍ଥାପନ ଇତ୍ୟାଦି ପାଇଁ ଘୋର ହଇରାଣ କରି ଜୀବନ ଦୁର୍ବିସହ କରିଦେଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।