ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର...

Jun 10, 2026 - 21:03
 3
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର...

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର...

ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ୨୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି। 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଜୁନ୍‌ ୧୦ ଓ ୧୧ ତାରିଖ ଦୁଇ ଦିନ ଏହି ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଛି। 

ଓଡ଼ିଶା ସରକାରଙ୍କ ୨୩ ଟି ବିଭାଗ ଏବଂ ୫ଟି ନିର୍ଦ୍ଦେଶାଳୟରୁ ମୋଟ୍ ୨୦୫ ଜଣ ସରକାରୀ ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। 

ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଓଡ଼ିଆ ଭାଷା ଶବ୍ଦ ଭଣ୍ଡାରର ବ୍ୟାବହାରିକ ରୂପ, କମ୍ପୁଟରରେ ଓଡ଼ିଆ ଟାଇପିଙ୍ଗ, ଓସ୍‌ୱାସ୍‌ରେ ସରକାରୀ କାର୍ଯ୍ୟ ସମ୍ପାଦନ, ପାୱାର ପଏଣ୍ଟ ଉପସ୍ଥାପନା, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା, ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। 

ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଡକ୍ଟର ହର ପ୍ରସାଦ ମିଶ୍ର, ଶ୍ରୀ ସ୍ମୃତିରଞ୍ଜନ ମିଶ୍ର, ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ଡକ୍ଟର ପ୍ରଦୀପ୍ତ କୁମାର ବାରିକ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି।