ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି...
ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ
ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ବିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ ଭାରତ ଗସ୍ତ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ' ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ ଟୁ ୱାନ୍ ଆଲୋଚନା ହେବ । ଏହାସହ ପ୍ରତିନିଧୂ ମଣ୍ଡଳୀସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।