ସରୋଜ ପ୍ରଧାନ ପିସିସି ଓବିସି ବିଭାଗ ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଲେ...

May 26, 2026 - 10:42
 11
ସରୋଜ ପ୍ରଧାନ ପିସିସି ଓବିସି ବିଭାଗ ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଲେ...

ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ଓ ପିସିସି ସଭାପତିଙ୍କ ପରାମର୍ଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ଅନ୍ୟାନ୍ୟ ପଛୁଆ ବର୍ଗ ବିଭାଗର ଅଧ୍ୟକ୍ଷ ରୂପେ ସରୋଜ ପ୍ରଧାନଙ୍କୁ ସାଂସଦ ତଥା ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେସି ବେଣୁଗୋପାଳ ନିଯୁକ୍ତି ଦେଇଛନ୍ତି l

ଶ୍ରୀ ପ୍ରଧାନ ଅନୁଗୋଳ କଂଗ୍ରେସ ରାଜନୀତିରେ ଜଣେ ଯୁବ ସଂଗଠକ ରୂପେ ବେଶ ଆଦୃତ l 

ଏହା ପୂର୍ବରୁ ସେ ଅନେକ ପଦ ପଦବୀରେ ରହି ନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଛନ୍ତି l

ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପଛୁଆ ବର୍ଗ ସଂଗଠିତ ହୋଇ କଂଗ୍ରେସ ଦଳ ଅଧିକ ମଜବୁତ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଶା ପ୍ରକାଶ କରିଛନ୍ତି l