ସାଂସଦଙ୍କ ଦ୍ୱାରା ଶବବୁହା ଗାଡ଼ି ଲୋକାର୍ପିତ

Mar 9, 2024 - 21:32
 4
ସାଂସଦଙ୍କ ଦ୍ୱାରା ଶବବୁହା ଗାଡ଼ି ଲୋକାର୍ପିତ

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଜସ୍ୱ ପାଣ୍ଠିରୁ ୧୩ଲକ୍ଷ ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଶବବୁହା ଗାଡ଼ି (ଶାନ୍ତିରଥ) ଶନିବାର ଦିନ ଜଳେଶ୍ୱର ଅଞ୍ଚଳବାସୀ ତଥା ଆର୍ଥିକ ଅନଗ୍ରସର ଲୋକମାନଙ୍କ ସହାୟତା ନିମନ୍ତେ ଲୋକାର୍ପିତ ହୋଇଯାଇଛି । ଅପରାହ୍ନ ୫ଟାରେ ସହରର ୬ନମ୍ବର ୱାଡସ୍ଥିତ ନୂତନ ସରକାରୀ ଜନସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ନଗର ପ୍ରତିନିଧି ଫାଲ୍ଗୁନି ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ବ୍ଲକ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, କାଉନସିଲର ଚନ୍ଦନ ଦାସ , ଶିବନାରାୟଣ ମହାପାତ୍ର, ଡାକ୍ତର ମୋହନ ଲାଲ ମହାନ୍ତି, ପ୍ରବୀର କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ । ଏହି ଶାନ୍ତିରଥ ବହୁଶିଘ୍ର ବିନା ମୂଲ୍ୟରେ ମୃତ ଲୋକଙ୍କ ପୂର୍ଣ୍ଣ୍ୟ କାର୍ଯ୍ୟରେ ଲାଗିବ ବୋଲି ଘୋଷଣା କରାଯାଇଥିଲା