ସାଇବର ଅପରାଧ ସୁରକ୍ଷା ଅଭିଯାନ...
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଆରମ୍ଭ କରାଯାଇଥିଲା।
ଏହି ଅଭିଯାନରେ ଓଡ଼ିଶାର ୩୩ଟି ପୋଲିସ୍ ଜିଲ୍ଲା ସକ୍ରିୟ ଭାବେ ସାମିଲ ହୋଇ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ବିଭିନ୍ନ ଜିଲ୍ଲାମାନଙ୍କରେ ୫୦ରୁ ଅଧିକ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି।
ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି।
ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସାଇବର ସଚେତନତା ସମ୍ବଳିତ ପାମ୍ପଲେଟ୍ ବଣ୍ଟନ କରାଯାଇଛି ଏବଂ LED ପ୍ୟାନେଲ୍ ମାଧ୍ୟମରେ ସାଇବର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଛି।
ପୁରୀ ଜିଲ୍ଲା ପୋଲିସ ତରଫରୁ ସାଇବର ସଚେତନତା ପ୍ରସାର ପାଇଁ ଏକ walkathon ର ଆୟୋଜନ କରାଯାଇଥିବାବେଳେ ଏଥିରେ ହଜାର ହଜାର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ସମ୍ପର୍କରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏଥିରେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ସାଇବର ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷଣ କରଯାଇଥିଲା ଯାହାକୁ ଦର୍ଶକ ମାନେ ଆଗ୍ରହର ସହ ଉପଭୋଗ କରିବା ସହ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ହୋଇଥିବା ପରିଲକ୍ଷିତ ହୋଇଥିଲା ।
ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସର୍ବାଧିକ ୨୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ |
କଳାହାଣ୍ଡିରେ ୧୫ ହଜାରରୁ ଅଧିକ ଏବଂ ସମ୍ବଲପୁରରେ ୧୨ ହଜାରରୁ ଅଧିକ ନାଗରିକ ସାମିଲ ହୋଇ ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ପୋଲିସର ଭୂମିକାକୁ ପ୍ରସଂଶା କରିଥିଲେ ।