ସାମ୍ବାଦିକଙ୍କୁ ପେନସେନ ଦେବାର ବ୍ୟବସ୍ଥା ତ୍ୱରାନ୍ୱିତ କରାଯାଉଛି |
ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍ସନ୍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ରାଜଭବନରେ ଆୟୋଜିତ ଆଟ୍ ହୋମ୍ ଉତ୍ସବରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଅଲ ଓଡ଼ିଶା ମିଡିଆ ଆସୋସିଏସନ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପଦେଷ୍ଟା ରବିପ୍ରିୟ ଦାଶ ଏବଂ ଉପ ସଭାପତି ସରୋଜ ରଞ୍ଜନ ପଟ୍ଟନାୟକ ସାମ୍ବାଦିକଙ୍କ ପେନସେନ ବିଷୟ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା କହିବା ସହ ଆମେ ଏହି ଦାବି ଉଠାଇଥିଲୁ, ଏହାକୁ ଆମେ ହିଁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି |