ସାହିତ୍ୟ ସମ୍ମିଳନୀ ‘ସାହିତ୍ୟାର୍ପଣ’ ଅନୁଷ୍ଠିତ

Oct 18, 2025 - 21:01
 6
ସାହିତ୍ୟ ସମ୍ମିଳନୀ ‘ସାହିତ୍ୟାର୍ପଣ’ ଅନୁଷ୍ଠିତ

ଓଡ଼ିଆ ଅସ୍ମିତା : ଆମ ଭାଷା, ସାହିତ୍ୟ ଓ ସଂସ୍କୃତି

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟାନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ନୂଆ ଗନ୍ତ ଉପରେ ଦିଲ୍ଲୀ ସ୍ଥିତ ଡି ଡିଏଭି କଲେଜ ପରିଚାଳନା ସମିତି, ସମଗ୍ର ଦେଶର ଡିଏଭି ବିଦ୍ୟାଳୟଗୁଡ଼ିକରେ କରେ ସାହିତ୍ୟ ସମ୍ମିଳନୀ ଆୟୋଜନ ନର ଏକ ଅଭିନବ ପ୍ରୟାସ କରିଛନ୍ତି। ଭୁବନେଶ୍ଵର ସ୍ଥିତ ଡି.ଏ.ଭି କଳିଙ୍ଗ ନଗରରେ ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ସାହିତ୍ୟ ସମ୍ମିଳନୀ ‘ସାହିତ୍ୟାର୍ପଣ’ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ. ଗୋପ ରଞ୍ଜନ ମିଶ୍ର, ବୈଦିକ ବିଶ୍ଵବିଦ୍ୟାଳୟ ତାମିଲନାଡୁର କୁଳପତି ଡ. ହରିହର କ କାନୁନ୍‌ଗୋ ଓ ବିଶିଷ୍ଟ ଉଦ୍ୟୋଗପତି ତଥା ଗୀତିକାର ଡ. ଲଳିତ ନାରାୟଣ ରଥ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶ୍ରୀ ବର୍ଦ୍ଧନ କରିଛନ୍ତି । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦାନ ମୋହନ ପଣ୍ଡାଙ୍କ କର କମଳରେ କାର୍ଯ୍ୟ କ୍ରମର ଶୁଭାରମ୍ଭ ହୋଇଥିଲା।

 ମୁଖ୍ୟ ଅତିଥି ଡ. ଗୋପ ରଞ୍ଜନ ମି ମିଶ୍ର ସାହି ସାହିତ୍ୟର ବିଭିନ୍ନ ଦିଗଦିଗ ଆଲୋକପାତ କରି କରିବା ସହିତ ଓ ଡିଆ ଅସ୍ମିତାର ପରିଚୟ ହେଉଛି ତା’ର ଭାଷା, ସାହିତ୍ୟ ଓ ସ ସଂସ୍କୃତି ବୋଲି ଅଭିବ୍ୟକ୍ତ କରିଥିଲେ ଲେ । ପାଠ୍ୟ ପୁସ୍ତକ ବ୍ୟତିରେକ ନ୍ୟାନ୍ୟ ପୁସ୍ତକ ପଠନ, ଚିନ୍ତନ ଏବଂ ମନ ମନନ କଲେ ସର୍ଜନଶୀଳତାର ଅଭିବୃଦ୍ଧି ହୋଇଥାଏ ବୋଲି ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାମୂହିକ ସଙ୍ଗୀତ ଗାନ, କବିତା ଆବୃତ୍ତି, ସାମାଜିକ ସଂସ୍କାରମୂଳକ କ୍ଷୁଦ୍ର ନାଟକ ଆଦି ପରିବେଷଣ କରାଯାଇଥିଲା । ଆମନ୍ତ୍ରିତ ଅତିଥିଗଣ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ ଭାଷାରେ ଆ ୟୋଜିତ ସାଂସ୍କୃତିକ ତଥା ପ୍ରଶ୍ନୋତ୍ତର କାର୍ଯକ୍ରମର ଭୁରିଭୁରି ପ୍ରଶଂସା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ପ୍ରତ୍ୟକ୍ଷ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଛାତ୍ରଛାତ୍ରୀମାନେ ଯତ୍ନଶୀଳ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆ |ୟୋଜିତ କ୍ୟାରିୟର କନକ୍ଲେଭ୍ରେ, ଏଡୁକେସନାଲ ପାର୍ଟନରଶିପ୍, ୟୁ.ପି.ଇ.ଏସ ଡେହରାଡୁନର ମ୍ୟାନେଜର ରାକେଶ ରଞନ ଛାତ୍ରଛାତ୍ରୀମାନଙ୍କୁ ଏ.ଆଇ, ସାଇବର ସିକ୍ୟୁରିଟି ଏବଂ ପରିବେଶ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତ‌ଥା କର୍ମକର୍ତ୍ତାଙ୍କ ସହାଯ୍ୟ ସହଯୋଗରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।