ସିବିସି ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ

Nov 1, 2025 - 11:35
 6
ସିବିସି ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ଯୋଗଯୋଗ ଏବଂ ଲୋକସମ୍ପର୍କ କାର୍ଯ୍ୟକ୍ରମ ଖୋର୍ଦ୍ଧାସ୍ଥିତ ଜୟୀରାଜଗୁରୁ ଟାଉନହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥ୍ ରୂପେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ ଶ୍ଯ ଥ୍‌ଲା–ଜାତୀୟ ଏକତା, ସାମାଜିକ ସମରସତା, ଶାନ୍ତି, ଅଖଣ୍ଡତା ଓ ସୁଶାସନ ବିଷୟରେ ଜନସା ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।

ମୁଖ୍ୟ ଖ୍ୟ ଅତିଥ୍‌ ଶ୍ରୀ ଜଗଦେବ କହିଥିଲେ, ସର୍ଦ୍ଦାର ପଟେଲଙ୍କ ଦୃଢ଼ ନେତୃତ୍ବ ଓ ଦୂରଦୃଷ୍ଟି ବିନା ଆଜିର ସଂଗଠିତ ଭାରତ ସମ୍ଭବ ହୋଇନଥାନ୍ତି। ସେ ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ଅଞ୍ଚଳର ମହତ୍ଵପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ସର୍ଦ୍ଦାର ପଟେଲ୍‌ ତାଙ୍କର ଯଥୋଚିତ ସ୍ବୀକୃତି ପାଇପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଯୁବଶକ୍ତି ଏବଂ ନାରୀଶ ରୀଶକ୍ତିକୁ ଦେଶ ଗଢ଼ିବାରେ ଆଗକୁ ଆଗକୁ ବଢ଼ାଇବା ଜରୁରୀ । । ଏହି ଅବସରରେ ଖୋର୍ଦ୍ଧା ବିଧାୟକଙ୍କ ନେତୃତ୍ୱରେ ଉପସ୍ଥିତ ଲୋକମା ଲାକମାନେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେ ଦେଶର ଏକୀକରଣ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଯୋଗଦାନର ସ୍ମରଣ କରାଯାଇଥିଲା ।

କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରୀୟ ଏକତା ଦିବସର ବାର୍ତ୍ତା ନେଇ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ ସ୍ଲୋଗାନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅବସରପ୍ରାପ୍ନ ଆଇଏଏସ ତଥା ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବା ବିଶ୍ବାଳ ପୁରସ୍କୃତ କରିଥିଲେ। ଶ୍ରୀ ବିଶ୍ବାଳ ନିଜ ବକ୍ତବ୍ୟରେ ଜାତୀୟ ଏକତାର ଏକତାର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିବା ସହ ଦେଶକୁ ଏକାଠି କରିବାରେ ସର୍ଦ୍ଦାର ପଟେଲଙ୍କ ମହାନ ତ୍ଯା ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥ୍‌ମାନେ ଜନସାଧାରଣଙ୍କୁ ସଚେତନ, ସହିଷ୍ଣୁ ଓ ସମ୍ପ୍ରତିପୂର୍ଣ ହେବା ପାଇଁ ଆହ୍ବାନ ଦେଇଥିଲେ। ତ୍ଯାଗ

ସିବିସି ଭୁବନେଶ୍ବରର ବରିଷ୍ଠ କଳାକାରମାନଙ୍କ ଦ୍ବାରା ଜାତୀୟ ଏକତା ଉପରେ ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏସବୁ କାର୍ଯ୍ୟକ୍ରମରେ ଭାରତର ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦିଆଯାଇଥିଲା । ସିବିସିର ମାନ୍ୟତାପ୍ରାପ୍ତ କଳାକାରମାନେ ରାଷ୍ଟ୍ରୀୟ ଏକତା ଦିବସ ଉପରେ ସ୍ବତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ

– କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକ୍ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପ ଉପାଧ୍ଯକ୍ଷ ସୂର୍ଯ୍ୟରଞ୍ଜନ ମହାନ୍ତି, ପିଆଇବି ସ‌ହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସିବିସିର କ୍ଷେତ୍ର ପ୍ରଚାର ଅଧୂକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।