ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ ଗିରଫ

ଭୁବନେଶ୍ୱର: ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ଗିରଫ ହେଲେ ସ୍ୱାମୀ । ଗିରଫ ଜଣଙ୍କ ହେଲେ ଖୋଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଘନଶ୍ୟାମ ଦାସ ଓରଫ ବୁଲୁ(୩୫) । ବୁଲୁ ପୂର୍ବରୁ ବିବାହ କରିଥିଲେ । ହେଲେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବା ପରେ ସେ ଗତ ୨୦୧୯ ମସିହାରେ ପୀଡ଼ିତାଙ୍କୁ ଦ୍ୱିତୀୟ ବିବାହ କରି ଓଲ୍ଡ ଟାଉନ ଚେମେଡି ସାହିରେ ରହି ଆସୁଥିଲେ । ବିବାହ ପରଠାରୁ ଉଭୟେ ପରସ୍ପରଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ସେମାନଙ୍କ ମଧ୍ୟରେ ସର୍ବଦା ଅସନ୍ତୋଷ ଲାଗି ରହୁଥିଲା । ଏହାକୁ କେନ୍ଦ୍ର କରି ଗତ ୧୨ ତାରିଖରେ ବୁଲୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଏବଂ ପୀଡ଼ିତାଙ୍କୁ ହତ୍ୟା କରିବା ପାଇଁ ଭଙ୍ଗା ମଦ ବୋତଲରେ ଆକ୍ରମଣ କରିଥିଲେ । ଆଘାତ ଲିଗିବା ପରେ ପୀଡ଼ିତା ଚିତ୍କାର କରିବାରୁ କିଛି ପଡୋଶୀ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ଏହା ଦେଖି ବୁଲୁ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଏନେଇ ମହିଳା ଜଣଙ୍କ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସି ମାମଲାର ତଦନ୍ତ କରି ପୁଲିସ ବୁଲୁଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ନିଜ ଅପରାଧ ମାନିଥିଲେ ସେ । ତାର ପୂର୍ବ ରଚିତ ଅପରାଧ ଯାଞ୍ଚ ବେଳେ ତା ନାମରେ ପୂର୍ବରୁ କ୍ୟାପିଟାଲ ଥାନାରେ ଗୋଟିଏ ବେଆଇନ ମଦ ବିକ୍ରି ମାମଲା ଥିବା ଜଣାପଡିଛି । ଏନେଇ ପୁଲିସ ଅଭିଯୁକ୍ତ ବୁଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ ଗିରଫ