ପାରଦର୍ଶୀ ପୋର୍ଟାଲରେ ଅନେକ ସ୍କୁଲ ନଥିବାରୁ 25% ମାଗଣା ସିଟରେ ଆଡ଼ମିସନ ଅବ୍ୟବସ୍ଥା ନେଇ ଅଭିଭାବକ ମହାସଂଘର ଆମରଣ ଅନଶନ ସୋମବାର ଓସେପା କାର୍ଯ୍ୟାଳୟରେ ତାଲା ପାଇଁ ଚେତାବନୀ
ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାଖୋରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା ପାଇଁ ରାଜ୍ୟରେ 30 ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ର ଛାତ୍ରୀ ଏବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ 25% ମାଗଣା ସିଟରେ ନାମ ଲେଖାରୁ ବଞ୍ଚିଚ ହେବେ l ଆଜି ନତlଲା ସମୁଖରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱ ରେ 500ରୁ ଉର୍ଦ୍ଧ କର୍ମକର୍ତ୍ତା ଧାରଣା ଦେଇଥିଲେ । ମହାସଂଘ
ଆଗରୁ ଏ ଭଳି ଏକ ଘୋଟାଲା ହେବାର ଅଛି ବୋଲି ଗଣଶିକ୍ଷା ସଚିବଙ୍କୁ ସଚେତନ କରିଥିଲl ତା ସହିତ ସତର୍କ ମଧ୍ୟ୍ୟ କରିଥିଲl। ଏହି ନିଷ୍କ୍ରିୟତା ପାଇଁ ଶିକ୍ଷା ଅଧିକାର ଆଇନ୍ ଯାହାକି ଗରିବ, ଦଳିତ ଓ ଆଦିବାସୀ ଶ୍ରେଣୀର ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏ ବର୍ଷ ସମ୍ପୂର୍ଣ ଫେଲ୍ ମାରିବାକୁ ଯାଉଚି। ଗତ ବର୍ଷ ଓଡିଶା ଅଭିବଭକ ମହାସଂଘର ଜୋରଦାର ପ୍ରୟାସରେ 4264 ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଥିଲେ। ଏହାର ସିଟ୍ ସଂଖ୍ୟା ପ୍ରାୟ 60000ରୁ ଉର୍ଦ୍ଧ ଥିଲା । ଯାହା ଫଳରେ 18000 ରୁ ଉର୍ଦ୍ଧ ପାଖାପାଖି ପିଲା ପଞ୍ଜିକରଣ କରିଥିଲେ। ତଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର 3250 ଟି ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଛନ୍ତି l ଯାହାର ସିଟ୍ ସଂଖ୍ୟା ମାତ୍ର 40000 ମଧ୍ୟରେ ଅଛି । ଗତ ବର୍ଷ 60000 ରୁ ଉର୍ଦ୍ଧ ଥିଲା ବେଳେ ଏହି ବର୍ଷ ଅଧାରୁ ଅଧିକ ସିଟ୍ କମିଯାଇଛି। ପ୍ରାୟ 20000 ରୁ ଉର୍ଦ୍ଧ ସିଟ୍ କମିବା ଫଳରେ ଏ ବର୍ଷ ମାଗଣା ସିଟରେ ଗରିବ ଅନାଗ୍ରସର ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏକ କିକବ୍ୟlକ ବୋଲି ଓଡିଶା ଅଭିଭାବକ ମହାସଂଘ କହିଛି l ଆସନ୍ତା ଶୋମବାର ପରେ ଓସେପା କାର୍ଯ୍ୟାଳୟଠାରେ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପୂର୍ବରୁ ଅଭାସି ମାଧ୍ୟମରେ ଉପସ୍ଥିତ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତି ମିଶ୍ରଙ୍କ ସହିତ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଅlବାହିକା କଳ୍ପନା ସାହୁ, ସାଧାରଣ ସମ୍ପାଦକ ଡଃ ସତ୍ୟଜିତ ଦାଶ ପ୍ରମୁଖ ଆଲୋଚନା ସମୟରେ କାହିଁକି ସ୍କୁଲ ଗୁଡିକ ଏ ବର୍ଷ ରେଜିଷ୍ଟ୍ରେସନ କରିନାହାନ୍ତି, ଯଦ୍ୱାରା ସ୍କୁଲ ଗୁଡିକର ନାଁ ପୋର୍ଟାଲରେ ଦେଖାଯାଉନି ଫଳରେ ଅଭିଭାବକ ମାନେ ନିଜର ପାଖ ସ୍କୁଲରେ ପକାଇ ପାରୁନାହାନ୍ତି l କିଛି ଅଭିଭାବକଙ୍କ ଅଭିଯୋଗ ହେଉଛି କି ପୋର୍ଟାଲ ତାଙ୍କ ନିକଟରେ ଗୋଟିଏ ବି ସ୍କୁଲ ଦେଖାଯାଉନି l ପ୍ରାଥମିକ ଶିକ୍ଷା ନିର୍ଦେଶକ କିଛି ସ୍କୁଲ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କୁ ତାଗିଦ କରାଯାଉଛି, କିଛି ସ୍କୁଲ ଏହି ଭିତରେ ପଞ୍ଜିକରଣ କରୁଛନ୍ତି l ତେଣୁ ସାତ ଦିନ ଭିତରେ ଏ ସମସ୍ୟା ସମାଧାନ ହେବ ଏବଂ ଆବେଦନ ପାଇଁ ମଧ୍ୟ ସମୟ ଅବଧି ବଢ଼ାଯିବ ବୋଲି ପ୍ରତିଶୃତି ଦେଇଥିଲେ l ହେଲେ ଦୀର୍ଘ ମାସେରୁ ଅଧିକ ସମୟ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଆଜି ବାଧ୍ୟ ହୋଇ ନତlଲା ସମୁଖରେ ଧାରଣା ଦିଆ ଯାଇଥିଲା l ପୂର୍ବରୁ ଏ ସଂକ୍ରାନ୍ତ ରେ ସୂଚନା ଦିଆ ଯାଇଥିଲା ହେଲେ ଶିକ୍ଷା ନିର୍ଦେଶକ ଜ୍ୟୋତି ମିଶ୍ର ଜାଣିଶୁଣି ଅନୁପସ୍ଥିତ ରହିଥିଲେ l ସେ ଏଥିପାଇଁ ବିଶେଷ ଭାବେ ଦାୟୀ ଅଟନ୍ତି l ଯେହେତୁ ଗତ ବର୍ଷ ବହୁ ସ୍କୁଲ ଶିକ୍ଷା ଅଧିକାର ଆଇନ ଅନୁସାରେ ପିଲାଙ୍କୁ ନାମ ଲେଖେଇଥିଲେ, ସେମାନେ ପଞ୍ଜିକରଣ ନ କଲେ ଭବିଷ୍ୟତରେ ଆମ ପିଲାଙ୍କୁ ବାହାର କରିଦେବେ l ଏହାକୁ ଆଶଙ୍କା କରି ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି l ବହୁ ସ୍କୁଲ ସିଟ ସଂଖ୍ୟା କମେଇ ଥିବାରୁ ଏହାକୁ ବିରୋଧ କରାଯାଉଛି l ଅଷ୍ଟମ ପରେ ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବ୍ୟବସ୍ଥା ସହ ବହି ଓ ପୋଷାକ ଯୋଗେଇ ଦେବାପାଇଁ ନିର୍ଦେଶ ଥିଲେ ମଧ୍ୟ୍ୟ ଏହାକୁ ସେମାନେ କରୁନାହାନ୍ତି l ସବୁ ଜାଣି ପ୍ରାଥମିକ ନିର୍ଦେଶକ ନିଜେ ଏହାକୁ କରିଥିବାରୁ ସେ ଆଜି ଏହି ଆଲୋଚନାକୁ ଆସିଲେନାହିଁ l ଏଥିରେ ଉତକ୍ଷିପ ହୋଇ ଅଭିଭାବକ ମାନେ ନ ତାଲା ଭିତରେ ପଶି ପ୍ରାଥମିକ ନିର୍ଦେଶକ ଅଫିସକୁ ଘେରିଥିଲେ l ଧସ୍ତା ଧସ୍ତିରେ କିଛି ଅଭିଭାବକ ଆହତ ହୋଇଥିବା ପ୍ରକାଶ କରିଛନ୍ତି ଆବାହକ କଳ୍ପନା ସାହୁ l ପୋଲିସର ମଧ୍ୟସ୍ତତାରେ ପ୍ରାଥମିକ ନିର୍ଦେଶକଙ୍କ ଅନୁପସ୍ଥିତରେ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷା ନିର୍ଦେଶକଙ୍କ ସହିତ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ଅବାହିକା କଳ୍ପନା ସାହୁ, ମୀନାରାଣୀ ଦାସ ଆଦି ଆଲୋଚନା କରିଥିଲେ l ସେ ଅଳ୍ପ ଦିନ ହେଲା ଏଠାରେ ଜଏନ କରିଛନ୍ତି ଦିନେ ଦୁଇଦିନ ସମୟ ଦେବାକୁ କହିବାରୁ ଉପସ୍ଥିତ ଧାରଣା ରତ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚାପା ଉତେଜନା ସୃଷ୍ଟି ହୋଇଥିଲା l ଯେହେତୁ ଆଜି ଶନିବାର କାଲି ରବିବାର ଛୁଟି ତେଣୁ ଆଜିର ଅନଶନ ସ୍ଥଗିତ ରଖାଯାଇଛି l ଆସନ୍ତା ସୋମବାର ପରେ ଓସେପା କାର୍ଯ୍ୟାଳୟ ରେ ଅଭିଯୋଗ ଶୁଣାଣି ରହିଛି l ତେଣୁ ସୋମବାର ଦିନ ଆହୁରି ଅଧିକ ଅଭିଭାବକ ହଜାର ହଜାର ସଂଖ୍ୟାରେ ଆସି ସମ୍ପୂର୍ଣ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ ରଖାଯିବ ଆଜି ବୋଲି ମହାସଂଘର ସଭାପତି ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି l ଆଜିର ଅନଶନରେ ସତ୍ୟବ୍ରତ ପରିଜା, ବ୍ରଜକିଶୋର ଠାକରେ, ଦାଶରଥି ସାମନ୍ତରାୟ, ରାଜେଶ ଜେନା, ସଦାନନ୍ଦ ଗଣ୍ଡା, ଅନୁକୂଳ ସାହୁ, ଖାଈରୁନ ଖଟୁନ, ପ୍ରଫୁଲ୍ଲ ବଡ଼ସେଠ, ସନ୍ତୋଷ ଆଚାର୍ଯ୍ୟ, ବାବୁଲା ସାହୁ, ଅଜିତ ଦିଗଗଲ, ସ୍ଵର୍ଣ ସାହୁ, ଅମର ନାୟକ, ମିଲ୍ଲୀ ସାହୁ, ରିଙ୍କି ମହାରଣା, ପ୍ରମୁଖଙ୍କ ସହିତ 500ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ l