ହାତ ଧରିଲେ ସୁଦର୍ଶନ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ । କଂଗ୍ରେସରେ ମିଶିଲେ । ନିକଟରେ ବିଜେଡି ଛାଡ଼ିଥିବା ବାଲେଶ୍ୱର ଜିଲ୍ଲା ରେମୁଣାର ବିଧାୟକ ସୁଦର୍ଶନ ଜେନା ଶେଷରେ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ଶ୍ରୀ ଜେନା କଂଗ୍ରେସରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗଣତନ୍ତ୍ର ଏବେ ବିଦପରେ । ଗଣତନ୍ତ୍ରକୁ ବଞ୍ଚାଇବାକୁ ଯାଇ କଂଗ୍ରେସରେ ମିଶିଲି ।ପ୍ରକାଶ ଯେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଗତ ୮ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ଅଣଦେଖା ଓ ଅପମାନିତ କରାଯାଇଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୫,୮୪୭ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।

Mar 11, 2024 - 17:30
 7
ହାତ ଧରିଲେ ସୁଦର୍ଶନ