ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତି
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମଣ୍ତିରେ ଆଜି ସକାଳେ ସାମାନ୍ୟ ଭୂକମ୍ପ ଅନୁଭୂତି ହୋଇଥିଲେ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା । ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା କୁହାଯାଉଛି ଯେ ଭୂମି ଭିତରେ ଏହାର ଗଭୀରତା ୫ କିଲୋମିଟର ପର୍ଯ୍ୟନ୍ତ ଥିଲା । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଭୂକମ୍ପ ଝଟକାରେ କୌଣସି ଧନ-ଜୀବନ ନଷ୍ଟ ହୋଇନାହିଁ ।