୧୮ଟି ପ୍ରକଳ୍ପକୁ ମଂଜୁରୀ, ୩୮୭୭ କୋଟି ନିବେଶରେ ୭୫୬୫ଟି ନିଯୁକ୍ତି ସୁଯୋଗ । ସୃଷ୍ଟି ହେବ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ର କ୍ଷେତ୍ରରେ ରୂପାନ୍ତରଣ ପ୍ରତିବଦ୍ଧତାକୁ ସୁଦୃଢ କରୁଛି
ଭୁବନେଶ୍ବର, ୨୧.୦୪.୨୦୨୬
ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଏକ ବିକଶିତ ରାଜ୍ୟରେ ରେ ପରିଣତ କରିବାରେ ରାଜ୍ୟର ମିଶନକୁ ସଶକୁ କରିବା ପାଇଁ, ଓଡ଼ିଶା ସରକାର ଆଜି ଅର୍ଥନୈତିକ ବୃଦ୍ଧି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ରଖୁଥୁବା ନୂତନ ରଣନୈତିକ ଔଦ୍ୟୋଗିକ ପୁଞ୍ଜିନିବେଶଗୁଡ଼ିକୁ ଅନୁମୋଦନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ । ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଏକ ଫଳପ୍ରଦ ଶିଳ୍ପାୟନ ମଡେଲ ଗ୍ରହଣ କରିଛି, ଯାହା ପୁଞ୍ଜି ବିନିଯୋଗ ସୁବିଧା, ଦ୍ରୁତ ପ୍ରକଳ୍ପ ଗ୍ରାଉଣ୍ଡିଂ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ଯାନ ଦେଇଛି ଛି । କେବଳ ଗତ ଦୁଇ ବର୍ଷ ମଧ୍ଯ ମଧ୍ୟରେ, ରାଜ୍ୟ ସରକାର ସଫଳତାର ସହି ୧୫୦ ରୁ ଅଧୂକ ଶିଳ୍ପ ପ୍ରକଳ୍ପର ମୂଳଦୁଆ ପ ପକାଇଛନ୍ତି ଏବଂ ଉଦଘାଟନ କରିଛନ୍ତି । ଫଳରେ ରାଜ୍ୟରେ ପୁଞ୍ଜି ବିନିଯୋଗର ଉଦ୍ଦେଶ୍ୟ ବାସ୍ତବତାରେ ପରିଣତ ହେଉଛି ଏବଂ ଶିଳ୍ପାୟନ ଦିଗରେ ଦ୍ରୁତ ଅଗ୍ରଗତି, ରାଜ୍ୟର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ରାଜ୍ୟସ୍ତରୀୟ 1 ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟି( ଏସଏଲଏସଡବ୍ଲୁସିଏ) ର ୧୪୬ ତମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ १०००.९४ କୋଟି ନିବେଶ ଲକ୍ଷ୍ୟ ରଖୁଥୁବା ୧୮ଟି ଶିଳ୍ପ ପ୍ରକଳ୍ପକୁ ମଂଜୁର କରାଯାଇଛି । ଏହି ପ୍ରକଳ୍ପଗୁଡିକ ବାଲେଶ୍ବର, ଦେବଗଡ଼, ଗ ଗଞ୍ଜାମ, ଯାଜପୁର, ଝରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ୧୧ ଟି ଜିଲ୍ଲାରେ ୭୫୬୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଶା କରାଯାଉଛି । ୧୪୬ତମ ଏସଏଲଏସିଡବ୍ଲୁସିଏ ବୈଠକରେ ଅନୁମୋଦନ ମିଳିଥୁବା । ପ୍ରକଳ୍ପଗୁଡ଼ିକ ଉନ୍ନତ ଉତ୍ପାଦନ, ସବୁଜ ଶିଳ୍ପ, ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବା ଏବଂ ପର୍ଯ୍ୟଟନ ଇକୋ ସିଷ୍ଟମ ସହିତ ଜଡ଼ିତ ରହିଛି ଯାହାକି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟିକୁ ସୁନିଶ୍ଚିତ କରିବ ।
ଧାତୁ, ଇସ୍ପାତ ଏବଂ ଏଲୁମିନିୟମ୍ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଧାତୁ ଏବଂ ମୂଲ୍ୟଯୁକ୍ତ ଉତ୍ପାଦକୁ ସୁଦୃଢ଼ କରିବାକୁ, ରୁନାୟା ନାୟା ଏକ୍ସାର୍ଟ ଆଲୁମିନିୟମ ପାଉଡର ପ୍ରାଇଭେଟ୍ ଲିମିଟେଡ୍ ଏକ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଉତ୍ପାଦନ ସୁବିଧା ସ୍ଥାପନ କରିବ, ଯାହା ଉନ୍ନତ ପଦାର୍ଥ ଉତ୍ପାଦନ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ମୂଲ୍ୟଯୁକ୍ତି ଉତ୍ପାଦକୁ ପ୍ରୋତ୍ସାହନ ଦେବ । ଏହି ପ୍ରକଳ୍ପ ଝାରସୁଗୁଡ଼ା ଲ୍ଲାରେ ୩୦୦ କୋଟି ଟଙ୍କା ନିବେଶରେ ୫୦୦ ନିଯୁକ୍ତି ସୃଷ୍ଟି କରିବ ।
ଧାତବ ଇକା ସିଷ୍ଟମର ବିକାଶକୁ ତ୍ବରାନ୍ବିତ କରିବା ପାଇଁ, ସ୍କାନ ଷ୍ଟିଲ୍ସ ଲିମିଟେଡ୍, ଜୟ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାଓ୍ବାର ଲିଂ, ଏବଂ ଏସ୍ ଏସ୍ ଆଲୁଫଏଲ୍ ଲିମିଟେଡ୍ ଇସ୍ପାତ, ଲୌହ ଏବଂ ଫେରୋ-ଆଲୟ ଉତ୍ପାଦନ କ୍ଷମତା ବୃଦ୍ଧି କରିବେ, ଯାହା ଓଡ଼ିଶାକୁ ଭାରତର ତର ପ୍ରମୁଖ ଧାତୁ ଉତ୍ପାଦନ କେନ୍ଦ୍ର ଭାବେ ସୁଦୃଢ କରିବା ସହିତ ଶିଳ୍ପୀ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଏହି ପ୍ରକଳ୍ପ ସୁନ୍ଦରଗଡ଼ ଜିଲ୍ଲାରେ ୫୦୩.୬୮ କୋଟି ଟଙ୍କା ନିବେଶରେ ୫୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖୁଛି । ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ ଝାରସୁଗୁଡାରେ ଏକ ବିସ୍ଫୋରକ ଉତ୍ପାଦନ ସୁବିଧା ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ବାରା ଦେବଗଡ ଜିଲ୍ଲାରେ ୨୧୦ .୧୦ କୋଟି ଟଙ୍କା ନିବେଶ ସହ ୯୧୦ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି । ଉଚ୍ଚ-ଜ୍ଞାନକୌଶଳ ଉତ୍ପାଦନକୁ ପ୍ରୋତ୍ସାହିତ କରି
ଏନଭାୟର ଇଲେକ୍ଟ୍ରୋଡାଇନ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୩୬,୮୭ କୋଟି ଟଙ୍କା ନିବେଶରେ ୩୨୬ ନିଯୁକ୍ତି ଲକ୍ଷ୍ୟ ରଖ୍ ଏକ ଇଏସଡିଏମ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମରେ ଯୋଗଦାନ ସହ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କୁଶଳୀ ନିଯୁକ୍ତି ସୃଷ୍ଟିକୁ ସମର୍ଥନ କରିବ ।
ଓଡ଼ିଶା ସ୍ବାସ୍ଥ୍ୟସେବା ସଂପର୍କିତ ଉତ୍ପାଦନ କ୍ଷେତ୍ରରେ ତାହାର ପ୍ରଭାବକୁ ବିସ୍ତାର କରୁଛି, ଯେଉଁଥ୍ରେ ହାର୍ମନ୍ ଫିନୋକେମ୍ ଲିମିଟେଡ୍ ଗୋପାଳପୁର, ଗଞ୍ଜାମରେ ୫୩୦ କୋଟି ନିବେଶରେ ୯୦୦ ନିଯୁକ୍ତି ସୃଷ୍ଟି ସହ ଏକ ଔଷଧ ଉତ୍ପାଦନକାରୀ ୟୁନି ସ୍ଥାପନ କରିବ ଏବଂ ଆମ୍ବିଟେକ୍ ହେଲଥ କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ଖୋଦ୍ଧାରେ ୫୧ କୋଟି ଟଙ୍କା ନିବେଶରେ ୩୬୯ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖ୍ ଏକ ଚିକିତ୍ସା ଉପକରଣ ଉତ୍ପାଦନ ସୁବିଧା ସ୍ଥାପନ କରିବ । ସର୍କୁଲାର ଅର୍ଥନୀତି ଏବଂ ସ୍ଥାୟୀ ଉଦ୍ୟୋଗ କ୍ଷେତ୍ରରେ ଶିଳ୍ପାୟନ ଲକ୍ଷ୍ୟ ସହ ସଂଯୁକ୍ତ ହୋଇ ଖୋର୍ଦ୍ଧାଠାରେ ସାଉଥ ବ୍ଲକ୍ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ ପ୍ଲାଷ୍ଟିକ୍ ଏବଂ ଧାତୁ ଉତ୍ପାଦର ପୁନଃଚକ୍ରଣ । ପାଇଁ ଏକ ସମନ୍ବିତ ସୁବିଧା ଯୋଗାଇବ । ଏଥିରେ ୧୧୧ .୬୪ କୋଟି ଟଙ୍କା ନିବେଶରେ ୧୨୦ ନିଯୁକ୍ତି ସୃଷ୍ଟି ହେବ । ଭିତ୍ତିଭୂମି ଏବଂ ଶିଳ୍ପ ଆନୁଷଙ୍ଗିକ କ୍ଷେତ୍ରରେ ତାମିଲନାଡୁ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଲ୍ମସ୍ ମାଇନିଂ ସର୍ଭିସେସ୍ ପ୍ରାଇଭେଟ୍ ଭେଟ୍ ଲି ଲିମିଟେଡ୍ ଙ୍କ ଦ୍ବାରା ଝାରସୁଗୁଡା ଜିଲ୍ଲାରେ ଯଥାକ୍ରମେ ୧୧୩,୪୦ କୋଟି ଏବଂ ୫୨ କୋଟି ଟଙ୍କା ନିବେଶରେ ୨୫୦ ଏବଂ ୧୨୦ ନିଯୁକ୍ତି ସୃଷ୍ଟି କରିବେ ।
ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ବର ସିପ୍ ୟାର୍ଡ ଏବଂ ଇନ୍ସା ପ୍ରା. ଲିମିଟେଡ୍ ବାଲେଶ୍ବରରେ ଜାହାଜ ନିର୍ମାଣ ଓ ମରାମତି ଏବଂ ଯାନ୍ତ୍ରିକ ଯାନ୍ତ୍ରିକ ଭାସମାନ ଭେସେଲ୍ଫ ନିର୍ମାଣ କରିବ, ଯାହା ଓଡ଼ିଶାକୁ ଶାକୁ ତଟୀୟ ଏବଂ ସାମୁଦ୍ରିକ ଶିଳ୍ପ କାର୍ଯ୍ୟକଳାପରେ ଉଦୀୟମାନ କେନ୍ଦ୍ର ଭାବରେ ଅବସ୍ଥାପିତ କରିବ । ଏହି ପ୍ରକଳ୍ପରେ ୧୫୦ କୋଟି ନିବେଶ ସହ ୬୦୦ ନିଯୁକ୍ତି ଲକ୍ଷ୍ୟ ରହିଛି ।
ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ୟ ଅଗ୍ରଗତି ଘ ଘଟିଛି । ସମ୍ବଲପୁରରେ ଜାସ୍ କନସ୍ଟ କୃନ୍ସ ପ୍ରାଇଭେଟ୍ ଲିମିଟେଡ୍, ଖୋର୍ଦ୍ଧାରେ ରଥ ହସ୍ପିଟାଲିଟି ପ୍ରାଇଭେଟ୍ ଲିମି ଲିମିଟେଡ୍, କେନ୍ଦୁଝରରେ କେନ୍ଦୁଝର ରି ରିଗାଲ୍ ପାରାଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍, ପୁରୀରେ କାର୍ୟନ୍ ଭେଞ୍ଚର୍ସ୍ ପ୍ରାଇଭେଟ୍ ଲିମିଟେ ଟେଡ୍, କୋରାପୁଟରେ ସୂର୍ଯ୍ୟ ଇକୋ ରିସୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପୁରୀରେ ଚତୁର୍ଭୁଜ ହୋଟେଲ୍ ଏବଂ ରିସର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ୬ଟି ନୂତନ ଆତିଥ୍ୟ ପ୍ରକଳ୍ପ ମାଧ୍ଯମରେ ମରେ ବିଭିନ୍ନ ତାରକା ବିଶିଷ୍ଟ ହୋଟେଲ ଏବଂ ରିସୋର୍ଟ ଗ୍ରୁପିତ ହେବ । ଏସବୁ ଏସବୁ ପ୍ରକଳ୍ପରେ ୭୦୦ କୋଟିରୁ ଊର୍ଦ୍ଧ୍ବ ନିବେଶରେ ପ୍ରାୟ ୧୨୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ସୃଷ୍ଟି ହେବ । ଏହି ନିବେଶଗୁଡିକ ପର୍ଯ୍ୟଟନ ଭିତ୍ତଭୂମି ଭୂମିକୁ ସୁଦୃଢ଼ କରିବା ସହ ପର୍ଯ୍ୟଟନ ଅନୁଭବକୁ ବୃଦ୍ଧି ସହ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହି ତ୍ବରିତ ଶିଳ୍ପାୟନ ପ୍ରକ୍ରିୟା ରାଜ୍ୟର ଶକ୍ତିଶାଳୀ ଶାସନ ବ୍ୟବସ୍ଥା, ନିବେଶକମାନଙ୍କର ଆତ୍ମବିଶ୍ବାସ ଶ୍ବାସ ଏବଂ ଦକ୍ଷ ଅନୁମୋଦନ ବ୍ୟବସ୍ଥା ଦ୍ବାରା ସମ୍ଭବ ହୋଇପାରିଛି । ଏହାର ଫଳସ୍ୱରୂପ, ଓଡ଼ିଶାରେ ଶିଳ୍ପ ବିକାଶରେ ନିରନ୍ତର ପ୍ରଗତି ଦେଖାଯାଉଛି । ନୀତି ଗଠନରୁ ପ୍ରକଳ୍ପ କାର୍ଯ୍ୟାନ୍ବୟନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ସକ୍ରିୟ ପଦକ୍ଷେପ ନିବେଶକମାନଙ୍କର ବିଶ୍ବାସକୁ ଗୁରୁତ୍ବପୂର୍ଣ୍ଣ ଭାବେ ସୁଦୃଢ କରିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ ଅଭିବୃଦ୍ଧି ଇଂଜିନ୍ କେନ୍ଦ୍ର ହେବା ସହ "ବିକଶିତ ଓଡ଼ିଶା ୨୦୩୬' ଏବଂ ‘ବିକଶିତ ଭାରତ ୨୦୪୭' ଜାତୀୟ ଦୃଷ୍ଟିକୋଣକୁ ଅବଦାନ ପାଇଁ ଲକ୍ଷ୍ୟ ଦିଗରେ ନିରନ୍ତର ଏବଂ ଦ୍ରୁତ ଅଗ୍ରସର ହେଉଛି ।