୧୮୨ତମ ରାଜ୍ୟ ସୁରୀୟ ବ୍ୟାଙ୍କର୍ସ କମିଟି (ଏସ୍ ଏଲ୍ ବିସି) ପାଇଁ ପ୍ରେସ୍ ବିଜ୍ଞପ୍ତି

Mar 11, 2026 - 08:57
 6
୧୮୨ତମ ରାଜ୍ୟ ସୁରୀୟ ବ୍ୟାଙ୍କର୍ସ କମିଟି (ଏସ୍ ଏଲ୍ ବିସି) ପାଇଁ ପ୍ରେସ୍ ବିଜ୍ଞପ୍ତି

୧୮୨ତମ ରାଜ୍ୟ ସୁରୀୟ ବ୍ୟାଙ୍କର୍ସ କମିଟି (ଏସ୍ ଏଲ୍ ବିସି) ପାଇଁ ପ୍ରେସ୍ ବିଜ୍ଞପ୍ତି

୧୮୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ (SLBC) ୧୦ ମାର୍ଚ୍ଚ, ୨୦୨୬ରେ ଭୁବନେଶ୍ବରସ୍ଥିତ ହୋଟେଲ ମେଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଉନ୍ନୟନ କମିଶନର ତଥା ଅତିରିକୁ ମୁଖ୍ୟ ଶାସନ ସଚିବ ବିକଶିତ ଓଡ଼ିଶା ଭିଜନ୍‌ ୨୦୩୬ ଏବଂ ୨୦୪୭ ଅନୁଯା ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ନିବେଶ ପ୍ରକ୍ରିୟାକୁ ସକ୍ରିୟ ଭାବେ ସମର୍ଥନ କରିବା ଏବଂ ରାଜ୍ୟରେ ଋଣ ଅଭିବୃଦ୍ଧିକୁ ପ୍ରୋତ୍ସାହି କରିବା ପାଇଁ ଅନୁରୋଧ କରିଥିଲେ।

» ବ୍ୟାଙ୍କିଙ୍ଗ୍ ସେବା ନଥୁବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଭଡ଼ାମୁକୁ ବ୍ୟାଙ୍କିଙ୍ଗ୍ ସୁ ପ୍ରଦାନ କରୁଛନ୍ତି ।

PMEGP, PMAY,PMSVANidhi 9.0, PM-ঘূর্ণฯ คด คุณ จิตติ เด ซจิ ศ ଯୋଜନା ଅଧୀନରେ ଋଣ ପ୍ରସ୍ତାବର ତ୍ବରିତ ପ୍ରକ୍ରିୟାକରଣ ଏବଂ ସମାଧାନ ସୁନିଶ୍ଚିତ କରିବା ଲାଗି ବ୍ୟାଙ୍କଗୁଡ଼ି ଅନୁରୋଧ କରାଯାଇଛି ।

» ୩୧.୦୩,୨୦୨୬ ସୁଦ୍ଧା ଦାବି ହୋଇନଥୁବା ରାଜ୍ୟ ସରକାରଙ୍କ ଜମାରାଶି ଅର୍ଥ ବିଭାଗକୁ ଫେରସ୍ତ କରିବାକୁ ବ୍ୟାଙ୍କମାନ ପରାମର୍ଶ ଦିଆଯାଇଛି।

» ବ୍ୟାଙ୍କଗୁଡ଼ିକୁ ପାରଦର୍ଶିତା ବଢ଼ାଇବା, ନକଲ ହ୍ରାସ କରିବା ଏବଂ ଆର୍ଥିକ ଇକୋସିଷ୍ଟମରେ ବ୍ୟବସାୟ କରିବା ସହଜତାରେ ଉନ୍ନତି ଆଣିବା ଲାଗି କେନ୍ଦ୍ରୀୟ କେୱାଇସି (CKYC)ର ଉପଯୋଗ କରିବା ପାଁଇଁ ପରାମର୍ଶ ଦିଆଯାଇଛି।

ଭଡ଼ାମୁକୁ ଘର ଯୋଗାଇ ଦେଉଥିବାରୁ ବ୍ୟାଙ୍କ ସେବା ନଥୁବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ନେଟୱାକ ସମ୍ପ୍ରସାରଣ କରିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ । ଶିକ୍ଷା ଏବଂ ଗୃହ କ୍ଷେତ୍ରକୁ ପର୍ଯ୍ୟାପ୍ତ ଋଣ ଯୋଗାଇବା ପାଇଁ ସେ ବ୍ୟାଙ୍କଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ ।

ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ତଥା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି ଯେ ପ୍ରାଥମିକତା କ୍ଷେତ୍ରରେ ୨୦୨୫-୨୬ ପାଇଁ ଏସିପି ଅଧୀନରେ ୨.୫୨ ଲକ୍ଷକୋଟି ଟଙ୍କାର ବାର୍ଷିକ ଲକ୍ଷ୍ୟ ସତ୍ତ୍ବେ ସମସ୍ତ ବ୍ୟାଙ୍କ ୩୦.୧୨.୨୦୨୫ ସୁଦ୍ଧା ୧.୭୩ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି ।

ଆର୍ଥକ ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ହାସଲ କରିବାକୁ ସେ ସମସ୍ତ ବ୍ୟାଙ୍କକୁ ଅନୁରୋଧ କରିଥିଲେ ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର କେନ୍ଦ୍ରୀୟ କେୱାଇସି (CKYC)ର ଆନ୍ତଃ-ଉପ‌ଯୋଗିତା, ଏସିପି ସଫଳତା ଏବଂ ରାଜ୍ୟର ଋଣ-ଜମାରାଶି ଅନୁପାତ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଞ୍ଚଳିକ ନିର୍ଦ୍ଦେଶକ, RBI, ଭୁବନେଶ୍ବର ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି ୩୧,୦୩,୨୦୨୬ ସୁଦ୍ଧା ସକ୍ରିୟ ନଥୁବା ଓ ଦାବି ହୋଇନଥିବା ରାଜ୍ୟ ସରକାରଙ୍କ ଜମାରାଶି ଅର୍ଥ ବିଭାଗକୁ ଫେରସ୍ତ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

କମିଶନର ତଥା ସଚିବ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ, ସୁଶ୍ରୀ ରଶ୍ମିତା ପଣ୍ଡା ବ୍ୟାଙ୍କଗୁଡ଼ିକୁ PMEGP, PMSVANidhi ଆଦି ସରକାରୀ ଯୋଜନା ଅଧୀନରେ ଅଧୂକ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ।

କମିଶନର ତଥା ସଚିବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ, ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ କୃଷି ଏବଂ ସମ୍ବନ୍ଧୀୟ କ୍ଷେତ୍ରକୁ ଯଥେଷ୍ଟ ଋଣ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ସଂଯୋଜକ, ଏସ୍ ଏଲ୍ ବିସି, ରାଜ୍ୟ ଓ କେନ୍ଦ୍ର ସରକାର, ନାବାର୍ଡର ବରିଷ୍ଠ ଅଧୂକାରୀ ଏବଂ ସମସ୍ତ ବ୍ୟାଙ୍କର ଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟମାନେ ଉପସ୍ଥିତ ଥିଲେ ।

***