୨୦୨୪-୨୫ ମସିହାରେ ଅଧୂସୂଚିତ ୧,୨୦,୫୭୯ ପଦବୀ ପାଇଁ ଜାରି ରହିଛି ନିଯୁକ୍ତି ପ୍ରକ୍ରିୟା
ଗତ ୧୧ ବର୍ଷ ମଧ୍ୟରେ ରେଳବାଇ ୫.୦୮ ଲକ୍ଷ ଚାକିରି ପ୍ରଦାନ କରିଛି: ଅଶ୍ବିନୀ ବୈଷ୍ଣବ
କୌଣସି କାଗଜ ଲିକ୍, ତ୍ରୁଟି ବିନା ଏବଂ ପରୀକ୍ଷାର ନିଶ୍ଚିତତା ସହିତ ରେଳବାଇ ୫୯,୬୭୮ ପଦବୀ ପାଇଁ ଏକକ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା ସମାପ୍ତ କରିଛି
ଚାଲିଥିବା ନିଯୁକ୍ତିରେ ଟେକ୍ନିସିଆନ୍, ଜୁନିଅର ଇଞ୍ଜିନିୟର, ପାରାମେଡିକାଲ୍ ଷ୍ଟାଫ୍, ଆରପିଏଫ୍ ଏସଆଇ ଏବଂ ଏଏଲ୍ପି ଭଳି ସୁରକ୍ଷା ବର୍ଗରେ ୨୩,୦୦୦ ପ୍ରାର୍ଥୀ ଅନୁର୍ଭୁକ୍ତ
୦୩.୧୨,୨୦୨୫: ଭାରତୀୟ ରେଳରେ ଏହାର ଆକାର ଏବଂ କାର୍ଯ୍ୟର ଗୁରୁତ୍ବପୂର୍ଣତାକୁ ବିଚାରକୁ ନେଇ ଖାଲି ପଦବୀର ପୂରଣ ଏକ ନିରନ୍ତର ପ୍ରକ୍ରିୟା। ନିୟମିତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତନ, ଯାନ୍ତ୍ରିକୀକରଣ ଏବଂ ଅଭିନବ ଅଭ୍ୟାସଗୁଡ଼ିକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ମାନବସମ୍ବଳ ଯୋଗାଇ ଦିଆଯାଏ। ମୁଖ୍ୟତଃ କାର୍ଯ୍ୟକ୍ଷମ ଏବଂ ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ଅନୁସାରେ ରେଲୱେ ଦ୍ବାରା ନିଯୁକ୍ତି ଏଜେନ୍ସିଗୁଡ଼ିକ ସହିତ ଇଣ୍ଡେଣ୍ଟ ସ୍ଥାପନ କରି ଖାର୍ଲି ପଦବୀ ପୂରଣ କରାଯାଏ ।
ବର୍ତ୍ତମାନ ଭାରତୀୟ ରେଳବାଇରେ ବାର୍ଷିକ କ୍ୟାଲେଣ୍ଡର ୨୦୨୪-୨୫ ଅନୁଯାୟୀ ୧୨୦,୫୭୯ ପଦବୀରେ ନିଯୁକ୍ତି ଗ୍ରହଣ କରାଯାଉଛି।
ଜାନୁଆରୀରୁ ଡିସେମ୍ବର ୨୦୨୪ ମଧ୍ୟରେ, ରେଳ ସୁରକ୍ଷା ବଳ (ଆରପିଏଫ୍)ରେ ସହାୟକ ଲୋକୋ ପାଇଲଟ୍ (ଏଏଲପି), ଟେକ୍ନିସିଆନ୍, ସବ -ଇନ୍ସପେକ୍ଟର, କନଷ୍ଟେବଳ, ଜୁନିଅର ଇଞ୍ଜିନିୟର (ଜେଇ) / ଡିପୋ ମ୍ୟାଟେରିଆଲ୍ ସୁପରିନଟେଣ୍ଡେଣ୍ଟ (ଡିଏମଏସ) / ରାସାୟନିକ ଏବଂ ଧାତୁ ସହାୟକ (ସିଏମଏ), ପାରାମେଡିକାଲ୍ ବର୍ଗ, ନନ୍ ଟେକ୍ନିକାଲ୍ ପପୁଲାର କାଟେଗୋରିଜ୍ (ସ୍ନାତକ), ନନ୍ ଟେକ୍ନିକାଲ୍ ପପୁଲାର କାଟେଗୋରିଜ୍ (ଅଣ୍ଡର ଗ୍ରାଜୁଏଟ୍), ମନ୍ତ୍ରୀ ସୁରୀୟ ଏବଂ ବିଚ୍ଛିନ୍ନ ବର୍ଗ ଏବଂ ସ୍ମର-୧ ବର୍ଗ ଯେପରିକି ସହାୟକ, ଟ୍ରାକ୍ ଏବଂ ପଏଣ୍ଡ୍ମ୍ୟାନ୍ ପଦବୀ ପୂରଣ ପାଇଁ ୯୨,୧୧୬ ପଦବୀ ପାଇଁ ଦଶଟି କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି (ସିଇଏନ୍) ଜାରି କରାଯାଇଛି। ରକ୍ଷଣ କ୍ଷଣାବେକ୍ଷଣକାରୀ
ଏହା ବ୍ୟତୀତ, ଏକ ବ୍ୟବସ୍ଥାର ଉନ୍ନତି ସ୍ବରୂପ, ରେଳ ମନ୍ତ୍ରଣାଳୟ ବିଭିନ୍ନ ବର୍ଗର ଗ୍ରୁ ଗ୍ରୁପ୍ 'ସି' ପଦବୀରେ ନିଯୁକ୍ତି ପାଇଁ ୨୦୨୪ରୁ ଏକ ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିବାର ଏକ ବ୍ୟବସ୍ଥା ପ୍ରଚଳନ କରିଛି। ବାର୍ଷିକ କ୍ୟାଲେଣ୍ଡର ପ୍ର ପ୍ରଚଳନ ଆଶାୟୀମାନଙ୍କୁ ନିମ୍ନଲିଖୂତ ଉପାୟରେ ଲାଭଦେଉଛି:-
ପ୍ରାର୍ଥୀଙ୍କ ପାଇଁ ଅଧୂକ ସୁଯୋଗ;
ପ୍ରତିବର୍ଷ ଯୋଗ୍ୟ ହେଉଥିବା ଲୋକଙ୍କ ପାଇଁ ସୁଯୋଗ;
ପରୀକ୍ଷାର ନିଶ୍ଚିତତା;
ଦ୍ରୁତ ନିଯୁକ୍ତି ପ୍ରକ୍ରିୟା, ତାଲିମ ଏବଂ ନିଯୁକ୍ତି।
କାର୍ଯ୍ୟର ଜରୁରୀକାଳୀନ ପରିସ୍ଥିତିରେ, ନିୟମିତ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ପଦବୀରେ ଯୋଗଦାନ ନଦେବା ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଏକ ଷ୍ଟପ୍-ଗ୍ୟାପ୍ ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଏ। ଏପରି ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ ଭାବରେ ଅସ୍ଥାୟୀ ଏବଂ ସମୟସୀମା ସହିତ ଜଡିତ, ଏବଂ ପ୍ରଚଳିତ ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ ନିୟମିତ ଚୟନ ମାଧ୍ଯମରେ ପଦବୀ ପୂରଣ ନହେବା ପର୍ଯ୍ୟନ୍ତ କେବଳ ରେଳବାଇ କାର୍ଯ୍ୟର ସୁନିଶ୍ଚିତ କରିବା ପାଇଁ କରାଯାଏ।
ଚୁକ୍ତିଭିତ୍ତିକ ନିଯୁକ୍ତି, ସମ୍ପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ଏବଂ ରେଳ ସେବାରେ ନିୟମିତ ନିଯୁକ୍ତି, ଅବଶୋଷଣ କିମ୍ବା ଜାରି ରଖୁବା ପାଇଁ ଏପରି କର୍ମଚାରୀଙ୍କୁ କୌଣସି ଅଧୂକାର ପ୍ରଦାନ କରେ ନାହିଁ। ଯେହେତୁ ଚୁକ୍ତିଭିତ୍ତିକ ନିଯୁକ୍ତି କେବଳ ଜରୁରୀ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ କରାଯାଇଥାଏ, ତେଣୁ ଭାରତୀୟ ରେଳବାଇରେ ଏପରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାର କୌଣସି ବ୍ୟବସ୍ଥା ନାହିଁ।
ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ଏକ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ପ୍ରଶ୍ନର ଲିଖୂତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।