୨୮ ଜାନୁଆରୀରେ କରିଅପ୍ପା ଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ପରେଡ ଗ୍ରାଉଣ୍ଡ ତ କରିବେ ପ୍ରଧାନମନ୍ତ୍ରୀ ସମ୍ବୋଧୂତ
୨୮ ଜାନୁଆରୀରେ କରିଅପ୍ପା ଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ପରେଡ ଗ୍ରାଉଣ୍ଡ ତ କରିବେ ପ୍ରଧାନମନ୍ତ୍ରୀ ସମ୍ବୋଧୂତ
ରାଲିର ବିଷୟବସ୍ତୁ: ‘ରାଷ୍ଟ୍ର ପ୍ରଥମ – କର୍ତ୍ତବ୍ୟନିଷ୍ଠ ଯୁ ଯୁବପିଢ଼ି'
୨୭ ଜାନୁଆରୀ ୨୦୨୬: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଜାନୁଆରୀ ୨୦୨୬ ଅପରାହ୍ନ ପ୍ରାୟ ୩:୩୦ ସମୟରେ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧୂତ କରିବେ ।
ଚଳିତ ବର୍ଷ ରାଲିର ବିଷୟବସ୍ତୁ ହେଉଛି ‘ରାଷ୍ଟ୍ର ପ୍ରଥମ-କର୍ତ୍ତବ୍ୟନିଷ୍ଠ ଯୁବପିଢ଼ି', ଯାହା ଭାରତର ଯୁବପିଢ଼ିଙ୍କ ମଧ୍ୟରେ କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ଜାତୀୟ ପ୍ରତିବଦ୍ଧତାର ଭାବନାକୁ ପ୍ରତିଫଳିତ କରେ ।
ଏନ୍ସିସି ପିଏମ୍ ରାଲି ସହ ଏକ ମାସ ବ୍ୟାପୀ ଚାଲିଥିବା ଏନ୍ସିସି ଗଣତନ୍ତ୍ର ଦିବସ ଶିବିର ୨୦୨୬ର ଭବ୍ୟ ପରିସମାପ୍ତି ହେବ । ଯେଉଁଥିରେ ସମଗ୍ର ଦେଶରୁ ୨,୪୦୬ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ୮୯୮ ଜଣ ବାଳିକା କ୍ୟାଡେଟ୍ ମଧ୍ୟ ସାମିଲ ଥିଲେ । ଏହି ରାଲିରେ ୨୧ଟି ଦେଶର ୨୦୭ ଜଣ ଯୁବକ ଏବଂ ଅଧୂକାରୀ ମଧ୍ୟ ଅଂଶଗ୍ରହଣ କରିବେ ।
ଏହି ଅବସରରେ, ରାଷ୍ଟ୍ରୀୟ ରଙ୍ଗଶାଳା ଏବଂ ଜାତୀୟ ସେବା ଯୋଜନାର ସଦସ୍ୟ ତଥା ଏନ୍ସିସି କ୍ୟାଡେଟମାନଙ୍କ ଦ୍ବାରା ଏକ ସ୍ପନ୍ଦନଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ଯେଉଁଥ୍ରେ ଦେଶ ନିର୍ମାଣ, ସମାଜ ସେବା ଏବଂ ଚରିତ୍ର ବିକାଶରେ ସେମାନଙ୍କର ଭୂମିକା ପ୍ରଦର୍ଶନ କରାଯିବ ।
ପୂର୍ବ ଉପକୂଳ: ହଳଦିଆ, କୋଣାର୍କ, ପାରାଦୀପ, ବିଶାଖାପାଟନମ୍, ଚେନ୍ନାଇ, ପୁଡୁଚେରୀ, କନ୍ୟାକୁମାରୀ
ଅଂଶଗ୍ରହଣକାରୀ ଏବଂ ପ୍ରସ୍ତୁତି
୬୫ ଜଣ ମହିଳା କର୍ମଚାରୀଙ୍କ ସମେତ ୧୩୦ ଜଣ ସିଆଇଏସଏଫ୍ କର୍ମଚାରୀ ସାଇକ୍ଲୋଥନରେ ଅଂଶଗ୍ରହଣ କରିବେ, ଯାହା ଅନୁର୍ଭୁକ୍ତି, ସ୍ଥିରତା ଏବଂ କାର୍ଯ୍ୟକ୍ଷମ ଶକ୍ତିକୁ ପ୍ରତିଫଳିତ କରିବ।
ସମସ୍ତ ଅଂଶଗ୍ରହଣକାରୀ ଏକ ମାସରୁ ଅଧିକ ସମୟ ଧରି କଠୋର ତାଲିମ ଗ୍ରହଣ କରିଛନ୍ତି, ଯାହା ଉପରେ ଧ୍ୟାନ ଦିଆଯାଇଛି:
ସହନଶୀଳତା ନିର୍ମାଣ
ପୁଷ୍ଟି ପରିଚାଳନା
ସାଇକେଲ ସୁରକ୍ଷା ଏବଂ ଦୂରଗାମୀ ଚାଳନା
ସାଇକେଲ ରକ୍ଷଣାବେକ୍ଷଣ, ଠିକଣା ଭାବେ ବସିବା ଏବଂ ଦକ୍ଷ ପେଡାଲିଂ କୌଶଳ
♦ ପ୍ରସ୍ତୁତି ଅଧୂବେଶନ ସମୟରେ କାର୍ଯ୍ୟଦକ୍ଷତା ଏବଂ ସୁରକ୍ଷା ମାନଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ବୃତ୍ତଗତ ସାଇକେଲ ଚାଳକମାନଙ୍କୁ ନିୟୋଜିତ କରାଯାଇଥିଲା।
ସାଇକ୍ଲୋଥନର ଉଦ୍ଦେଶ୍ୟ
ସି. ଆଇ. ଏସ୍. ଏଫ୍. ଉପକୂଳ ସାଇକ୍ଲୋଥନ୍-୨୦୨୬ର ଲକ୍ଷ୍ୟ ହେଉଛି:
ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଚୋରାଚାଲାଣ ଭଳି ବିପଦ ପ୍ରତି ଉପକୂଳବର୍ତ୍ତୀ ଲୋକଙ୍କୁ ସଚେତନ କରିବା ଏବଂ ସତର୍କତାକୁ ପ୍ରୋତ୍ସାହିତ କରିବା।
ଏକ ସୁଦୃଢ଼ ଉପକୂଳ ସୁରକ୍ଷା ନେଟୱାର୍କ ପାଇଁ ଉପକୂଳବର୍ତ୍ତୀ ସମୁଦାୟ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା।
ସ୍ବାଧୀନତା ସଂଗ୍ରାମୀ, ସହିଦ, ସୁରକ୍ଷା କର୍ମୀ ଏବଂ ସେମାନଙ୍କ ପରିବାରର ବଳିଦାନକୁ ସମ୍ମାନ ଜଣାଇ ବନ୍ଦେ ମାତରମ୍ ଭାବନାକୁ ଜାଗ୍ରତ କରିବା।
ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ପରମ୍ପରା, ଇତିହାସ ଏବଂ ଭୂଗୋଳକୁ ପାଳନ କରିବା, ଯେଉଁଥ୍ରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟ, ବିଶେଷ କରି ମତ୍ସ୍ୟଜୀବୀଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରିବା।
ବିଶେଷ କରି ଯୁବବର୍ଗ ଏବଂ ଉପକୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ସୁସୁତା, ଶୃଙ୍ଖଳା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା।