୩ ଦିନ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ପୂର୍ବରୁ ଅତ୍ୟାଧିକ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ । ଏବେବି ବର୍ଷା ହେବାରୁ ସାମାନ୍ୟ ଅସ୍ବସ୍ତି ମିଳିଛି । ତେବେ ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଆହୁରି ଦୁଇଦିନ ବର୍ଷହେବର ସମ୍ଭାବନା ରହିଛି । ଏଥିସହ ୧୧ ତାରିଖରୁ ତାତି ବଢିପାରେ । ଗତକାଲି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି।ଗତକାଲି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିଭଳି ଆଜି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ୧୧ ତାରିଖରେ ପାଗରେ ପରିବର୍ତ୍ତନ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ଦିଆଯାଇଛି । ଏହାଫଳରେ ତାତି ମଧ୍ୟ ବଢିପାରେ । ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାରେ ସମ୍ଭାବନା ରହିଛି ।