ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ମାନିବେ : ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମେଣ୍ଟ ନେଇ ସେ କହିଛନ୍ତି ଅପେକ୍ଷା କରନ୍ତୁ କଣ ହେବ ଦେଖିବେ । ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ମାନିବେ । ସେହିଭଳି ମେଣ୍ଟ ପ୍ରସଙ୍ଗରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେପି ଏକା ଲଢିବା ନେଇ ସମ୍ଭାବନା ରହିଛି । ସେ କହିଛନ୍ତି ଯେ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢିଲେ ଭଲ କରିବାକୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି ଭାରତୀୟ ଜନତା ପାର୍ଟି ତାହା ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ ଆମେ ସେ ଅନୁସାରେ ଚାଲିବୁ । ତେବେ ଯେତେଦୂର ସମ୍ଭବ, ବିଜେପି ଏକା ଲଢିବାର ବହୁ ସମ୍ଭାବନା ଅଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଅନ୍ୟପଟେ ଭୁବନେଶ୍ୱରେ ପହଞ୍ଚିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଉଭୟ ଗତକାଲି ଦିଲ୍ଲୀ ଯାଇଥିବାବେଳେ ବେଳେ ଆଜି ଉଭୟ ଭୁବନେଶ୍ୱରକୁ ଫେରିଆସିଛନ୍ତି । ଉଭୟ ମେଣ୍ଟ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଯାଇଥିଲେ । ତେବେ ମେଣ୍ଟ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ପାରୁନି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମ୍ରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ । ହେଲେ କାହାକୁ କେତେ ଆସନ ମିଳିବ ତାହା ସ୍ୱଷ୍ଟ ହୋଇନାହିଁ ।

ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ମାନିବେ : ସ୍ନେହାଙ୍ଗିନୀ ଛୁରିଆ