ମେଡିକାଲ କର୍ମଚାରୀ ଦ୍ୱାରା ବଳାତ୍କାର ଶିକାର ହେଲେ ଡାକ୍ତରଖାନାରେ ଥିବା ରୋଗୀଙ୍କ ଝିଅ

ମେଡିକାଲ କର୍ମଚାରୀ ଦ୍ୱାରା ବଳାତ୍କାର ଶିକାର ହେଲେ ଡାକ୍ତରଖାନାରେ ଥିବା ରୋଗୀଙ୍କ ଝିଅ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ନାବାଳିକାଜଣକ ଏବେ ଗୁରୁତର ଅବସ୍ଥାରେ ଉକ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାୟକଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି । ଗତ ବୁଧବାର ରାତିରେ ମା’ଙ୍କ ପାଇଁ ମେଡିସିନ ଆଣି ନାବାଳିକାଜଣକ ଲିଫ୍ଟରେ ୱାର୍ଡକୁ ଫେରୁଥିଲେ। ଉକ୍ତ ସମୟରେ ତାଙ୍କୁ ଏକୁଟିଆ ପାଇ ପ୍ରତାପ ତାଙ୍କ ସହ ଅଶାଳୀନ ବ୍ୟବହାର ଦେଖାଇବାକୁ ଲାଗିଲେ। ଏପରିକି ନାବାଳିକାଜଣକ ଯେତେ ପ୍ରତିବାଦ କଲେ ମଧ୍ୟ ସେ ତାହାକୁ ଖାତିର କଲେନି। ଶେଷରେ ପ୍ରତାପଙ୍କ ଆଚରଣରେ ଭୟଭୀତ ହୋଇ ପଡ଼ିଥିବା ପୀଡ଼ିତା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହାଦେଖି ପ୍ରତାପ ଘଟଣାସ୍ଥଳରୁ ଫେରାର ହୋଇଗଲେ।

ମେଡିକାଲ କର୍ମଚାରୀ ଦ୍ୱାରା ବଳାତ୍କାର ଶିକାର ହେଲେ ଡାକ୍ତରଖାନାରେ ଥିବା ରୋଗୀଙ୍କ ଝିଅ