ଓଡ଼ିଆ ଭାଷାର ସୁରକ୍ଷା ଦାୟିତ୍ବ ସବୁ ଓଡ଼ିଆଙ୍କର : ଡଃ ପାଟ୍ଟଶାଣୀ

Dec 9, 2025 - 08:39
 6
ଓଡ଼ିଆ ଭାଷାର ସୁରକ୍ଷା ଦାୟିତ୍ବ ସବୁ ଓଡ଼ିଆଙ୍କର : ଡଃ ପାଟ୍ଟଶାଣୀ

ଭୁବନେଶ୍ବର, ୮.୧୨ : ୩ ଲକ୍ଷ ଶବ୍ଦ ଭଣ୍ଡାରରେ ରେ ଓଡ଼ିଆ ଭାଷା ସମୃଦ୍ଧ ହୋଇଥିବା ସ୍ଥଳେ ଏହାର ସୁରକ୍ଷା ଦାୟିତ୍ଵ ସବୁ ଓଡ଼ିଆଙ୍କର ବୋଲି ବିଶିଷ୍ଟ କବି ତଥା ଜନନେତା ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଛନ୍ତି । ସୋମବାର ସ୍ଥାନୀୟ ଭୁବନେଶ୍ଵର ଜୟଦେବ ଭବନଠାରେ ନିଖୁଳ ଓଡ଼ିଶା ଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ରୌପ୍ୟଜୟନ୍ତୀ ମହାସମାରୋହରେ ପାଳିତ ହେଉଥିବା ସ୍ଥଳେ ଏହାର ସମ୍ବଦ୍ଧନା ଉତ୍ସବକୁ ଉଦ୍‌ଘାଟନ କରି ଡଃ ଡଃ ପାଟ୍ଟଶାଣୀ କହିଛନ୍ତି ଯେ, ସାହିତ୍ୟ ସଭା ସଂଖ୍ୟା ଗଣନାର କ୍ଷେତ୍ର ନୁହେଁ, ଏଠାରେ ଚିନ୍ତାଶୀଳ କବି ଓ ଦିଗ୍‌ଦର୍ଶକ ସାହିତ୍ୟିକଙ୍କ ଉପସ୍ଥିତି ସଭାର ଗୁରୁତ୍ବ ବଢାଏ । ଇଂରାଜୀ ଭାଷାରେ ମାତ୍ର ୨୦ ହଜାର ଶବ୍ଦ ଥିବା ସ୍ଥଳେ ୩ ଲକ୍ଷ ଶବ୍ଦ ସମ୍ଭାରରେ ଓଡ଼ିଆ ଭାଷା ଏହାଠାରୁ ଶ୍ରେଷ୍ଠ ବୋଲି ସେ କହିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଏହି ଅବସରରେ ସାହିତ୍ୟ ସଭାର ଆଲୋଚନା ସହିତ ସାହିତ୍ୟ ବଞ୍ଚୁବାକୁ ଅର୍ଥ ମଧ୍ୟ ଆବଶ୍ୟକ ବୋଲି ଦର୍ଶାଇ ର୍ଶାଇଥିଲେ । ଓଡ଼ିଶାରେ ସମସ୍ତଙ୍କ ହୃଦ ହୃଦୟରେ ଶ୍ରୀଜଗନ୍ନାଥ ରହି ରହିଥ‌ିବା ସୁ ସ୍ଥଳେ ସମସ୍ତଙ୍କ ପାଇଁ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆବଶ ବଶ୍ଯକ ବୋଲି ମତ ଦେଇଥିଲେ ।

ଆଲୋଚନାରେ ସଭାପତିତ୍ୱ ତ୍ଵ କରି ପ୍ରଗତିଶୀଳ ଲେଖକ ମହାସ ହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଲେଖକ ମହାସଂଘର ୨୪ ୨୫ବର୍ଷ ପୂର୍ଭି ? ଅବସରରେ ସରରେ ଆସନ୍ତା ବର୍ଷବ୍ୟାପୀ । ବିଭିନ୍ନ ରଚନାତ୍ମକ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କହିଥିଲେ । ଏଥିସହିତ ପ୍ରଗତିଶୀଳ ଲେଖକ ଓ କବିମାନଙ୍କର ସମାଜ ପ୍ରତି ଗୁରୁଦାୟିତ୍ଵ ରହିଥ‌ିବା । କହିଥିଲେ । ମହାସଂଘର ର ପ୍ରତିଷ୍ଠାତା କବି କଣ୍ଡୁରୀ ଚରଣ ଦାସ ମହାସଂଘ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଉଲ୍ଲେଖନୀୟ ଘଟଣାର ଅବତାରଣା କରିଥିଲେ । କବି ଡ. ରକ୍ଷକ ନାୟକ ଏହି ସଂଗଠନ ସହ ଯୁବଗୋଷ୍ଠୀଙ୍କୁ ସମ୍ପୃକ୍ତ କରାଇବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବେହୁରା, ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା ପ୍ରମୁଖ କବି, ସାହିତ୍ୟିକ ଆଦିଙ୍କର । ସମାଜ ଗଠନ ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ସଭାର ପ୍ରାକ୍ ସୂଚନା ଦେଇ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦିରୁ ନବସୃଜନମାନଙ୍କୁ ନିର୍ବାଚିତ କରି ବିଭିନ୍ନ ସମୟରେ ଗୋଟିଏ ଗୋଟିଏ ଦିନ ଆଲୋଚନା ନିମିତ୍ତ ରଖାଯିବା ବ୍ଯ ବ୍ୟବସ୍ଥା ହେଲେ ଓଡ଼ିଆ ସାହିତ୍ୟର ପ୍ରଗତି ହେବ ବୋଲି କହିଥିଲେ ।

ଉଦ୍‌ଘାଟକ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି ଅବସରରେ ନିଖୂଳ ଓଡ଼ିଶ ଓଡ଼ିଶା ପ୍ରଗତିଶୀଳ ଲେଖକ ମହ ମହାସଂଘ ଟ୍ରଷ୍ଟର ସ୍ମରଣିକା- ୨୦ ୨୫ ଏବଂ ପ୍ରଗତିଶୀଳ ସମ୍ବାଦପତ୍ର ‘ଓଡ଼ିଶା ସ୍ଵର’ ଉନ୍ମୋଚନ କରିଥିଲେ । ମହାସଂଘର ୨୫ବର୍ଷର ପୂର୍ତି ଉପଲକ୍ଷେ ଲକ୍ଷେ ୨୫ଜଣ ବିଶିଷ୍ଟ ସାରସ୍ଵତ ସାଧକଙ୍କୁ ଉଦ୍‌ଘାଟକ ଏବଂ ଅତିଗଣ ସମ୍ମାନିତ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ଅଧ୍ୟାପିକା ସୌଦାମିନୀ ବେହେ ବହେରାଙ୍କ ସଂଯୋଜନାରେ ହେମଚନ୍ଦ୍ର ମହାପାତ୍ର ଓ ଗୋଲକ ବିହାରୀ ନାୟକଙ୍କ ସ‌ହଯୋଗରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହ 1 କାର୍ଯ୍ୟକ୍ରମରେ ଗୌରଚନ୍ଦ୍ର ମହାପାତ୍ର, ପ୍ରଭାସ ରଞ୍ଜନ ଦାସ, ବିଶ୍ୱରଞ୍ଜନ ସାହୁ ଓ ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ସହାୟତା କରିଥିଲେ ।