୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା,
'ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର...
୭୧ ତମ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଅନୁଷ୍ଠିତ ହୋଇଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।
ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।
ଯବାନ ଚଳଚ୍ଚିତ୍ର ପାଇଁ ଶାହରୁଖ ଏବଂ ଦ୍ଵାଦଶ ଫେଲ ଚଳଚ୍ଚିତ୍ର ପାଇଁ ବିକ୍ରାନ୍ତଙ୍କୁ ସମ୍ମାନିତ କରାଯାଇଛି।
ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି।
‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର,
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ କଥଲ, ଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର- ଭାଷ୍, ଶ୍ରେଷ୍ଠ ବେଙ୍ଗଲୀ ଚଳଚ୍ଚିତ୍ର ଭାବେ 'ଡିପ୍ ଫ୍ରିଜ'କୁ ସମ୍ମାନିତ କରାଯାଇଛି।
‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରର ନିର୍ଦେଶକ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି।
‘ଦ୍ଵାଦଶ ଫେଲ’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିବାବେଳେ ‘ହନୁମାନ’ ଆନିମେସନ କ୍ଷେତ୍ରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି।