ୱାଲୂର ରସେଲ୍ ମେଡଙ୍କ ନେତୃତ୍ବାଧୀନ ଆମେରିକୀୟ ପ୍ରତିନିଧୂ ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ୱାଲ୍ସର ରସେଲ୍ ମେଡ୍ଙ୍କ ନେତୃତ୍ବାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧୂ ଦଳ ସହ ମତବିନିମୟ କରିଛନ୍ତି।
ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ବ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ୱାକ୍ଟର ରସେଲ୍ ମେଡ୍ଙ୍କ ନେତୃତ୍ବାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧୂ ଦଳ ସହ ମତବିନିମୟ କରିବା ଖୁସିର ବିଷୟ। ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ବ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନ ମୂଲ୍ୟବାନ ।