ଗଣକବି ବୈଷ୍ଣବପାଣିଙ୍କ ଜୟନ୍ତୀ ଉତ୍ସବ ପାଳିନ...

Oct 8, 2025 - 13:33
 10
ଗଣକବି ବୈଷ୍ଣବପାଣିଙ୍କ ଜୟନ୍ତୀ ଉତ୍ସବ ପାଳିନ...

ରାଜଧାନୀର ଅଗ୍ର ଗଣ୍ୟ ସାହିତ୍ୟ ଓ ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ ସୁନ୍ଦରମ୍, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍, ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ଗଣକବି ବୈଷ୍ଣବପାଣି ଙ୍କ ଜୟନ୍ତୀ ଉତ୍ସଵ ଏଡ଼ିଟର ଇଂଜିନିୟର ଶ୍ରୀ ଜିତେନ୍ କୁମାର ରାଉତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। 

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଗଣକବି ବୈଷ୍ଣବ ପାଣି ଙ୍କ ପ୍ରତିମୂର୍ତ୍ତି ରେ ଶ୍ରୀ ରାଉତରାୟ ମାଲ୍ୟାର୍ପଣ କରି ଗଣକବି ଙ୍କ ଜୀବନ ଦର୍ଶନ ସମ୍ବନ୍ଧ ରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ବାଗ୍ମୀ ଓ ସୁବକ୍ତା ପ୍ରଫେସର ଡ଼ଃ ଯୁଧିଷ୍ଠୀର ଖଟୁଆ, ବିଶିଷ୍ଟ ସମାଜସେବୀ ତଥା ଉତ୍କଳ ବିକାଶ ପରିଷଦ ରାଜ୍ୟ ସଙ୍ଗଠକ ଶ୍ରୀ ସୁରଜିତ ପରିଡ଼ା , ସୁସାହିତ୍ୟିକ ଶ୍ରୀ ଅମୂଲ୍ୟ ସ୍ୱାଇଁ, ଦକ୍ଷ କଳାକାର ଋଷି ପଟ୍ଟନାୟକ, ବିଶିଷ୍ଟ କବି ଡଃ ନାରାୟଣ ମୁଦୁଲି, ସମାଜସେବୀ ଉପେନ୍ଦ୍ର ରଣା ପଣ୍ଡିତ ଶ୍ରୀ ଗିରିଜା ମହାପାତ୍ର , ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ଶର୍ମିଷ୍ଠା କୁମାରୀ, ଇଂ ପ୍ରଦୀପ ଷଡ଼ଙ୍ଗୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।