"ଅରୋଶିଖା" ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ପଞ୍ଜିକୃତ ଦିବ୍ୟାଙ୍ଗ (2- 15 ବୟସର ) ଶିଶୁମାନଙ୍କୁ "ବର୍ଷା କାଳୀନ ରିଲିଫ" ସହାୟତା ଯୋଗାଇ ଦିଆଯାଉଛି |

Aug 11, 2026 - 11:58
 21
"ଅରୋଶିଖା" ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ପଞ୍ଜିକୃତ ଦିବ୍ୟାଙ୍ଗ (2- 15 ବୟସର ) ଶିଶୁମାନଙ୍କୁ "ବର୍ଷା କାଳୀନ ରିଲିଫ" ସହାୟତା ଯୋଗାଇ ଦିଆଯାଉଛି |

ବ୍ଲକର 6/7 ଟି ଗ୍ରାମ ପଂଚାୟତ ପରିସରରେ ଆସୁଥିବା 35/40 ପିଲାଙ୍କୁ ଏହି ସହାୟତା ଯୋଗାଇବା ଦେବାର ବ୍ୟବସ୍ଥା ହୋଇଛି ବୋଲି ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର କହିଛନ୍ତି |

'ଫିଜିଓ ଥେରାପି ସେବା' କାର୍ଯ୍ୟକ୍ରମର ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ ଘରକୁ ଘର ବୁଲି ପିଲାମାନଙ୍କୁ ସେହି ରିଲିଫ ପକେଟ ବଣ୍ଟନ କରାଯାଉଛି ବୋଲି କହିଛନ୍ତି |

ସେହି ପକେଟରେ ଛତା, ଛତୁଆ, ବିସ୍କୁଟ, ଗୁଡ଼, ତେଲ, ସାବୁନ, ଚୁଡା ଇତ୍ୟାଦି, ବଲ, ସାବୁନ ଇତ୍ୟାଦି ରହିଛି ବୋଲି ଫିଜିଓଥେରାପି ଡାକ୍ତର ସଂଜୀବ କହିଛନ୍ତି |

ଏହି ସେବା କେନ୍ଦ୍ର ଖମଙ୍ଗ ଛକ ସ୍ଥିତ କାକରୁଦ୍ରପୁର ପଂଚାୟତ ପରିସରରେ ଅବସ୍ଥିତ |

ଏହି କେନ୍ଦ୍ରରେ ପ୍ରତିଦିନ ସକାଳ 8-00 ରୁ 12-00 ପର୍ଯ୍ୟନ୍ତ ଗୁରୁବାର ଦିନକୁ ଛାଡି ଫିଜିଓ ଥେରାପି କାର୍ଯ୍ୟ କରିବା ସଂଗେ ସଙ୍ଗେ ଅତି ଗୁରୁତର ଅବସ୍ଥାରେ ପିଲାଙ୍କ ଘରକୁ ଯାଇ ମଧ୍ୟ ସେବା ଯୋଗାଇ ଦିଆଯାଇଥାଏ ||