ଆଜି ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମେଳା

ଭୁବନେଶ୍ୱର : ଆଜି ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା। ତେବେ ଏହି ମାଘମେଳା ବିଗତ ୯ଦିନ ଧରି ଚାଲିବ। ଆଜି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ମାନେ ବୁଡ ପକାଇବା ସହିତ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ। ଏହାସହିତ ମା ବାରଭୁଜାଙ୍କ ପୀଠରେ ରାମଚରିଚ ମାନସପରାୟଣ ହେବ। ଏହାପରେ ରାତିରେ ଯାତ୍ରା ପେଣ୍ଡାଲ ପଡିବା ସହିତ ଯାତ୍ରା କଳାକାରଙ୍କ ଅଭିନୟରେ ସାରା ଖଣ୍ଡଗିରି ଦୁଲୁକିବାକୁ ଯାଉଛି। । ତେବେ ମେଳା ବୁଲିବା ପାଇଁ ଏବଂ ଯାତ୍ରା କଳାକାରଙ୍କର ଅଭିନୟ ଦେଖିବା ପାଇଁ ଖଣ୍ଡଗିରିରେ ଲୋକଙ୍କର ପ୍ରବଳ ଭିଡ ଲାଗିବ। ତେଣୁ ଲୋକମାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗାଡ଼ି ପାର୍କିଂ ଠାରୁ ଆରମ୍ଭ କରି ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହିତ ସମସ୍ତେ ନିଜର ଜିନିଷକୁ ଦାୟିତ୍ୱରେ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ଆରମ୍ଭ  ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମେଳା