ସ୍ବାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍-ହୋମ୍ ଅଳ୍ପ ଅନୁଷ୍ଠିତ
ଓଡିଶା ରାଷ୍ଟ୍ରର ୭୯ତମ ସ୍ବାଧୀନତା ଦିବସ ଅବସରରେ ତା୧୫.୦୮.୨୦୨୫ରିଖ ଅପରାହ୍ନରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ସୌଜନ୍ୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସହଧର୍ମିଣୀ ଡ. ପ୍ରିୟଙ୍କା ମାଣ୍ଡି, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏତଦ୍ବ୍ୟତୀତ ଓଡ଼ିଶାର ମାନ୍ୟବର ଆଇନ୍, ପୂର୍ଭ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ, ସ୍ବାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ବିଜେତା, ରାଜନୈତିକ ଦଳର କର୍ମକର୍ତ୍ତା | ବ୍ୟକ୍ତି ବିଶେଷ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧୁକାରୀ, ବିଭିନ୍ନ ବୈଧାନିକ ସଂସ୍ଥାର ମୂଖ୍ୟ ଏବଂ କର୍ମକର୍ତ୍ତା, ଅବସର ପ୍ରାପ୍ତ ବରିଷ୍ଠ ଅଧୁକାରୀ, ପ୍ରତିରକ୍ଷା ବିଭାଗର ପଦାଧିକାରୀ ଏବଂ ଅବସର ପ୍ରାପ୍ତ ବରିଷ୍ଠ ପଦାଧିକାରୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ଯମର ପ୍ରତିନିଧୁ, କ୍ରୀଡ଼ାବିତ୍, ସାରସ୍ବତ ସ୍ରଷ୍ଟା, କଳାକାର ଓ ଶିଳ୍ପୀ, କର୍କଟ ରୋଗରୁ ମୁକ୍ତ ବ୍ୟକ୍ତି, ପିଭିଟିଳି ବର୍ଗର ବ୍ୟକ୍ତି ବିଶେଷ, ସରକାରଙ୍କ ବିଭିନ୍ନ ଯୋଜନାର ହିତାଧୁକାରୀ ପ୍ରମୁଖ ଆଟ୍-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି ଅବସ ବସରରେ ରାଜ୍ୟପ ପାଳ ଡ. କମ୍ଭମ୍ପାଟି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟପାଳ ବିଭିନ୍ନ ବର୍ଗର ଅତିଥୁମାନଙ୍କ ସହ ମିଶିବା ସହିତ ଭାବବିନିମୟ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଏକ ବାର୍ଭାରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ଆହ୍ୱାନ ଜଣାଇଛନ୍ତି।