ଆଧାର ସଂଶୋଧନ ପାଇଁ ନିଜେ ଘରେ ବସି ଆଧାର ସଂଶୋଧନ କରି ପାରିବେ...

Apr 27, 2026 - 19:12
 24
ଆଧାର ସଂଶୋଧନ ପାଇଁ ନିଜେ ଘରେ ବସି ଆଧାର ସଂଶୋଧନ କରି ପାରିବେ...

ଆଧାର ସଂଶୋଧନ ପାଇଁ ନିଜେ ଘରେ ବସି ଆଧାର ସଂଶୋଧନ କରି ପାରିବେ...

ଯଦି ଆପଣଙ୍କ ଆଧାର କାର୍ଡରେ ପିତାଙ୍କ ନାମ ଭୁଲ୍ ରହିଛି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଅନେକ ସମୟରେ ବନାନ (Spelling) ଭୁଲ୍ ହେବା କାରଣରୁ ଏପରି ସମସ୍ୟା ଦେଖାଦେଇଥାଏ। 

UIDAI ର ସଦ୍ୟତମ ଆଧାର ଆପ୍‌ରେ ଏପରି କୌଣସି ସୁବିଧା ନାହିଁ ଯାହା ଦ୍ୱାରା ଆପଣ ପିତାଙ୍କ ନାମ ସଂଶୋଧନ କରିପାରିବେ।

ଆପଣ ନିଜ ଫୋନ୍ କିମ୍ବା ଲାପଟପ୍ ସାହାଯ୍ୟରେ ଘରେ ବସି ମଧ୍ୟ ଏହାକୁ ଠିକ୍ କରିପାରିବେ। ତେବେ ମନେ ରଖନ୍ତୁ, ଏହି କାମଟି ନୂଆ ଆଧାର ଆପ୍‌ ମାଧ୍ୟମରେ ହୋଇପାରିବ ନାହିଁ; ଏଥିପାଇଁ ଆପଣଙ୍କୁ UIDAI ର ଅଫିସିଆଲ୍ ୱେବସାଇଟ୍‌ (Official Website) ର ସାହାଯ୍ୟ ନେବାକୁ ପଡ଼ିବ।

ଆଧାର କାର୍ଡରେ ପିତାଙ୍କ ନାମ ସଂଶୋଧନ କରିବା ପାଇଁ ଏହି ସରଳ ଷ୍ଟେପ୍ସଗୁଡ଼ିକୁ ଅନୁସରଣ କରନ୍ତୁ:

????ଲଗ୍-ଇନ୍ କରନ୍ତୁ: 

ସର୍ବପ୍ରଥମେ UIDAI ର ୱେବସାଇଟ୍ myaadhaar.uidai.gov.in କୁ ଯାଆନ୍ତୁ ଏବଂ ନିଜ ଆଧାର ନମ୍ବର ଓ OTP ସାହାଯ୍ୟରେ ଲଗ୍-ଇନ୍ କରନ୍ତୁ।

????ଅପଡେଟ୍ ବିକଳ୍ପ ବାଛନ୍ତୁ: ଲଗ୍-ଇନ୍ କରିବା ପରେ ‘Address Update’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ମନେରଖନ୍ତୁ, ପିତାଙ୍କ ନାମ ‘Care of’ (c/o) ସେକ୍ସନର ଅଂଶ, ଯାହା ଠିକଣା ଅପଡେଟ୍ ସହିତ ବଦଳିଥାଏ।

????ସଠିକ୍ ସୂଚନା ଦିଅନ୍ତୁ: 

ଏବେ c/o କଲମରେ ପିତାଙ୍କ ସଠିକ୍ ନାମ ଲେଖନ୍ତୁ ଏବଂ ନିଜର ସମ୍ପୂର୍ଣ୍ଣ ଠିକଣା ଭରନ୍ତୁ।

????ଡକ୍ୟୁମେଣ୍ଟ ଅପଲୋଡ୍: ପିତାଙ୍କ ନାମର ସଠିକ୍ ପ୍ରମାଣ ପାଇଁ ଆବଶ୍ୟକ ଦଲିଲ ବା ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।

????ଫିସ୍ ପୈଠ କରନ୍ତୁ: ସଂଶୋଧନ ପାଇଁ ଧାର୍ଯ୍ୟ କରାଯାଇଥିବା ଶୁଳ୍କ (Fee) ଅନଲାଇନ୍ ମାଧ୍ୟମରେ ପୈଠ କରନ୍ତୁ।

????SRN ନମ୍ବର ରଖନ୍ତୁ: 

ପେମେଣ୍ଟ ପରେ ଆପଣଙ୍କୁ ଏକ SRN (Service Request Number) ମିଳିବ। ଏହି ନମ୍ବର ସାହାଯ୍ୟରେ ଆପଣ ଆଧାର ଅପଡେଟ୍‌ର ସ୍ଥିତି (Status) ଯାଞ୍ଚ କରିପାରିବେ।

ସମୟ ସୀମା: ପ୍ରାୟ ୧୫ ରୁ ୨୦ ଦିନ ମଧ୍ୟରେ ଆପଣଙ୍କ ଆଧାର କାର୍ଡରେ ସଂଶୋଧନ ହୋଇଯିବ।

ଆଧାର କାର୍ଡରେ ପିତାଙ୍କ ନାମ (C/o ସେକ୍ସନ) ସଂଶୋଧନ କରିବା ପାଇଁ ଆପଣ ନିମ୍ନଲିଖିତ ଦଲିଲ ବା ଡକ୍ୟୁମେଣ୍ଟଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବ୍ୟବହାର କରିପାରିବେ-

ରାସନ କାର୍ଡ

ପାସପୋର୍ଟ

ପାନ୍ କାର୍ଡ

ଭୋଟର ଆଇଡି କାର୍ଡ

ସରକାରୀ ଫୋଟୋ ଆଇଡି କାର୍ଡ

କୃଷକ ପାସବୁକ୍

ପେନସନ କାର୍ଡ

ଭିନ୍ନକ୍ଷମ ପ୍ରମାଣପତ୍ର (Disability Card)

ସ୍କୁଲ ଟ୍ରାନ୍ସଫର ସାର୍ଟିଫିକେଟ୍ (TC) କିମ୍ବା ମାର୍କଶିଟ୍ (ଯେଉଁଥିରେ ପିତାଙ୍କ ନାମ ଥିବ)

ବ୍ୟାଙ୍କ ପାସବୁକ୍ (ଫୋଟୋ ଥିବା ଆବଶ୍ୟକ)

ବିଜୁଳି କିମ୍ବା ପାଣି ବିଲ୍ (୩ ମାସରୁ ଅଧିକ ପୁରୁଣା ହୋଇନଥିବ)

ଆଧାର କାର୍ଡରେ ପିତାଙ୍କ ନାମ ସଂଶୋଧନ କରିବା ସମୟରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ |

????ମୋବାଇଲ୍ ନମ୍ବର ଲିଙ୍କ୍: ଅନଲାଇନ୍‌ରେ ସଂଶୋଧନ କରିବା ପାଇଁ ଆପଣଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ରହିବା ଅନିର୍ବାଯ୍ୟ, କାରଣ ଲଗ୍-ଇନ୍ ପାଇଁ ଆବଶ୍ୟକ OTP ସେହି ନମ୍ବରକୁ ହିଁ ଆସିବ।

????Care of (C/o) ସେକ୍ସନ୍: ମନେରଖନ୍ତୁ ଯେ ଆଧାରରେ ପିତାଙ୍କ ନାମ ପାଇଁ କୌଣସି ଅଲଗା କଲମ ନଥାଏ। ଏହା ‘Address’ ସେକ୍ସନ୍‌ର ‘C/o’ (Care of) କଲମରେ ହିଁ ସଂଶୋଧନ କରାଯାଇଥାଏ।

????ସୂଚନା ଯାଞ୍ଚ: 

ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପୂର୍ବରୁ ଆପଣ ଆଧାରରେ ଦେଇଥିବା ନାମ ଏବଂ ଡକ୍ୟୁମେଣ୍ଟରେ ଥିବା ନାମ ସହିତ ଭଲଭାବେ ମିଳାଇ ନିଅନ୍ତୁ।

ସ୍ପଷ୍ଟ ଡକ୍ୟୁମେଣ୍ଟ: ଆପଣ ଅପଲୋଡ୍ କରୁଥିବା ଦଲିଲ ବା ଡକ୍ୟୁମେଣ୍ଟଟି ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ପଢ଼ାଯାଉଥିବା ଭଳି ହେବା ଉଚିତ୍।

????ଭାଷା ଏବଂ ବନାନ (Spelling): 

ଯେତେବେଳେ ଆପଣ ଇଂରାଜୀରେ ନାମ ଲେଖନ୍ତି, ତାହା ସ୍ୱୟଂଚାଳିତ ଭାବେ ସ୍ଥାନୀୟ ଭାଷାରେ ବଦଳିଯାଏ। 

ତେଣୁ ଓଡ଼ିଆରେ ଲେଖା ହୋଇଥିବା ବନାନଟି ଠିକ୍ ଅଛି କି ନାହିଁ ତାହା ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ, କାରଣ ଅନେକ ସମୟରେ ଅଟୋମେଟିକ୍ ଟାଇପିଂରେ ଭୁଲ୍ ରହିଯାଇଥାଏ।