"ଏକ ଭାରତ ଶ୍ରେଷ୍ଠ ଭାରତ" ସଚେତନତା ପାଇଁ ଟ୍ରେନ ଯାତ୍ରା...

Dec 1, 2025 - 10:20
 17
"ଏକ ଭାରତ ଶ୍ରେଷ୍ଠ ଭାରତ" ସଚେତନତା ପାଇଁ ଟ୍ରେନ ଯାତ୍ରା...

୨୧୬ ପ୍ରତିନିଧୂଙ୍କ ସହିତ କନ୍ୟା କୁମାରୀରୁ ଯାତ୍ରା ଆରମ୍ଭ କରିଛି, କେଟିଏସ୍ ୪.୦ ପାଇଁ ସ୍ବତନ୍ତ୍ର ଉଦଘାଟନୀ ଟ୍ରେନ

୨୯.୧୧.୨୦୨୫: ତାମିଲନାଡୁ ଏବଂ କାଶୀ ମଧ୍ଯରେ ସଭ୍ୟତା ସମ୍ପର୍କ ଏବଂ କାଳଜୟୀ ବନ୍ଧନକୁ ପାଳନ କରୁଥିବା ଏକ ପ୍ରୟାସ, କାଶୀ ତାମିଲ ସଙ୍ଗମମ, ୦୨ ରୁ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବାରାଣସୀରେ ଏହାର ଚତୁର୍ଥ ସଂସ୍କରଣରେ ପ୍ରବେଶ କରୁଛି।

କାଶୀ ତାମିଲ ସଙ୍ଗମମ ୪.୦ ର ପ୍ରଥମ ଟ୍ରେନ ଆଜି (୨୯ ନଭେମ୍ବର ୨୦୨୫) ୪୫ ପ୍ରତିନିଧୂଙ୍କ ସହିତ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରିଛି। ଏଥୁରେ ତିରୁଚିରାପାଲିରେ ୮୬ ଜଣ ପ୍ରତିନିଧୂ ଏବଂ ଚେନ୍ନାଇରୁ ୮୭ ଜଣ ପ୍ରତିନିଧୂ ରହିଛନ୍ତି। ଏହି ପ୍ରଥମ ବ୍ୟାଚରେ ମୋଟ ୨୧୬ ଜଣ ପ୍ରତିନିଧୂ ଯୋଗ ଦେଇଛନ୍ତି। ଏହି ଗୋଷ୍ଠୀରେ ଛାତ୍ର, ଶିକ୍ଷକ, କାରିଗର, ଶାସ୍ତ୍ରୀୟ ଗାୟକ ଏବଂ ଆଧ୍ୟାତ୍ମିକ ପାଠର ପ୍ରଶିକ୍ଷକ ଏବଂ ଛାତ୍ରଙ୍କ ବ୍ୟତୀତ ୫୦ ଜଣ ତାମିଲ ସାହିତ୍ୟିକ ବିଶେଷଜ୍ଞ, ୫୪ ଜଣ ସାଂସ୍କୃତିକ ବିଦ୍ବାନ ଅଛନ୍ତି।

କନ୍ୟାକୁମାରୀ ରେଳ ଷ୍ଟେସନରେ, ପ୍ରତିନିଧୂମାନଙ୍କୁ ଆଜି ସକାଳେ ସ୍ଥାନୀୟ ବିଧାୟକ ଶ୍ରୀ ଏମ.ଆର, ଗାନ୍ଧୀ ଏବଂ ଜନସାଧାରଣ ବିଦାୟ ଦେଇଥିଲେ। କାଶୀ ତାମିଲ ସଙ୍ଗମମ୍ ୪.୦ ଆନୁଷ୍ଠାନିକ ଭାବରେ ୨ ଡିସେମ୍ବର ୨୦୨୫ ରେ ବାରାଣସୀର ନମୋ ଘାଟରେ ଏକ ଉଦଘାଟନୀ ସମାରୋହ ସହିତ ଆରମ୍ଭ ହେବ।

ଏହି ସଂସ୍କରଣଟି ଅତିରିକୁ ଗୁରୁତ୍ବ ବହନ କରେ କାରଣ ଏହା ତାମିଲନାଡୁର ସବୁଠାରୁ ଶୁଭ ପର୍ବ, ଯାହା ଡିସେମ୍ବର ୪ ରେ ପାଳିତ ହୁଏ, କାର୍ଷିଗାଇ ଦୀପମ ସହିତ ମେଳ ଖାଉଛି। ଭାରତର ବିବିଧ ସାଂସ୍କୃତିକ ପରମ୍ପରାର ଗଭୀର ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ ରୁ ଅଧୂକ ପ୍ରତିନିଧୂ ଜ୍ଞାନ ବଣ୍ଟନ ଅଧିବେଶନର ଏକ ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଆଠ ଦିନିଆ ଗସ୍ତ ସମୟରେ, ତାମିଲନାଡୁର ଅଂଶଗ୍ରହଣକାରୀମାନେ, ଯେଉଁମାନେ ବିଭିନ୍ନ କ୍ଷେତ୍ରର ପ୍ରତିନିଧୂତ୍ବ କରୁଛନ୍ତି, ପ୍ରୟାଗରାଜ ଏବଂ ଅଯୋଧ୍ୟା ସମେତ ବାରଣାସୀ ଏବଂ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଅନୁସନ୍ଧାନ କରିବେ, ଏହି ସାଂସ୍କୃତିକ କେନ୍ଦ୍ରଗୁଡ଼ିକରେ ଜୀବନର ବିଭିନ୍ନ ଦିଗ ପ୍ରତି ନିବିଡ଼ ଅନୁଭବ ଲାଭ କରିବେ। ପ୍ରତିନିଧୂମାନେ କାଶୀ ବିଶ୍ବନାଥ ମନ୍ଦିର, ନମୋ ଘାଟ, ହନୁମାନ ଘାଟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ସାରନାଥ ଏବଂ ଅଯୋଧ୍ଯା ମନ୍ଦିର ଭଳି ଧାର୍ମିକ ଏବଂ ଐତିହାସିକ ଗୁରୁତ୍ବର ସ୍ଥାନଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ।

"ଏକ ଭାରତ ଶ୍ରେଷ୍ଠ ଭାରତ" ଜ୍‌ମ୍ ଅଧୀନରେ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ, କେଟିଏସ୍ ୪.୦ ସହିତ ଚାରୋଟି ପ୍ରମୁଖ ସହଯୋଗୀ କାର୍ଯ୍ୟକ୍ରମ ଯୋଜନା କରାଯାଇଛି।

ଏହି ବର୍ଷର ସଙ୍ଗମମ - "ଆସନ୍ତୁ ଆମେ ତାମିଲ ଶିଖୁବା – ତାମିଲ କରକଲମ" - ଏହି ବାର୍ତ୍ତାକୁ ଗୁରୁତ୍ବ ଦିଏ ଯେ ସମସ୍ତ ଭାରତୀୟ ଭାଷା ଗୋଟିଏ ପରିବାରର। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ଦେଶର ଅନ୍ୟାନ୍ୟ ଅଂଶରେ ତାମିଲ ଭାଷା ଏବଂ ସଂସ୍କୃତିକୁ ପହଞ୍ଚାଇବା, ଯାହା ଏକତାର ପ୍ରତୀକ ଏବଂ ପ୍ରାଚୀନ ତାମିଲ ଗ୍ରନ୍ଥଗୁଡ଼ିକର ପ୍ରସାରକୁ ଅନ୍ୟ ଭାରତୀୟ ଭାଷାରେ ପ୍ରୋତ୍ସାହିତ କରି ଏହାର ପ୍ରସାରକୁ ବିସ୍ତାର କରିବ।

ତାମିଲନାଡୁର ତେଙ୍କାସିରୁ ଉତ୍ତର ପ୍ରଦେଶର କାଶୀ ପର୍ଯ୍ୟନ୍ତ ଋଷୀ ଅଗସ୍ତ୍ୟ ଯାନ ଅଭିଯାନ ମଧ୍ଯ ଡିସେମ୍ବର ୨ ତାରିଖରେ ଆରମ୍ଭ ହେବ ଏବଂ ଡିସେମ୍ବର ୧୨ ତାରିଖରେ ବାରଣାସୀରେ ସମାପ୍ତ ହେବ। ଏହି ରାଲି ପାଣ୍ଡିଆନଙ୍କ ସ୍ମୃତିଚାରଣ କରେ, ଯିଏ ତାମିଲନାଡୁରୁ କାଶୀ ପର୍ଯ୍ୟନ୍ତ ତାଙ୍କର ଐତିହାସିକ ଯାତ୍ରା ମାଧ୍ୟମରେ ସାଂସ୍କୃତିକ ଏକତାର ବାର୍ତ୍ତା ପ୍ରସାର କରିଥିଲେ ଏବଂ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ, ଏକତାର ଆତ୍ମାକୁ ପ୍ରତିଫଳିତ କରିବା ପାଇଁ ସହରକୁ ତେଙ୍କାସି (ଦକ୍ଷିଣ କାଶୀ) ନାମରେ ନାମିତ କରିଥିଲେ। ରାଲିରେ ଚେର, ଚୋଳ, ପାଣ୍ୟା, ପଲ୍ଲବ ଏବଂ ଚାଲୁକ୍ୟ ରାଜବଂଶ ଦ୍ବାରା ପ୍ରତିପାଳିତ ତାମିଲନାଡୁ ଏବଂ କାଶୀ ମଧ୍ଯରେ ଐତିହାସିକ ସଂଯୋଗକୁ ଗୁରୁତ୍ବ ପ୍ରଦାନ କରି ଶିକ୍ଷାଗତ ସାମଗ୍ରୀ ପ୍ରଦର୍ଶନ କରାଯିବ।

କେଟିଏସ୍ ୪.୦ ସମୟରେ ଆରମ୍ଭ ହେବାକୁ ଥିବା ଆଉ ଏକ ପ୍ରମୁଖ ପଦକ୍ଷେପ ହେଉଛି "ଆସନ୍ତୁ ତାମିଲ ଶିଖୁବା- କାର୍ପୋମ ତାମିଲ" ଅଭିଯାନ । ଏହି ପଦକ୍ଷେପ ଅଧୀନରେ, ତାମିଲନାଡୁ ପରିଦର୍ଶନରେ ଆସୁଥିବା ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀମାନଙ୍କୁ ତାମିଲ ଭାଷାର ଐତିହ୍ୟ ସହିତ ପରିଚିତ କରାଯିବ। ଉତ୍ତର ପ୍ରଦେଶରୁ ପ୍ରତ୍ୟେକ ୩୦ ଜଣ କଲେଜ ଛାତ୍ରଙ୍କ ଦଶଟି ବ୍ୟାଚ୍ ତାମିଲନାଡୁର ନିର୍ଦ୍ଦିଷ୍ଟ କଲେଜ ପରିଦର୍ଶନ କରିବେ। କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ପ୍ରତିଷ୍ଠାନ (ସିଆଇସିଟି), ଚେନ୍ନାଇର ଅଧ୍ୟାପକମାନେ ଶିକ୍ଷକ ଅଧ୍ୟାପକମାନଙ୍କୁ ଓରିଏଣ୍ଟେସନ୍ ତାଲିମ ପ୍ରଦାନ କରିବେ, ଯେଉଁମାନେ ଉତ୍ତର ପ୍ରଦେଶର ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ତାମିଲ ଶିକ୍ଷା ଦେବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ, କାଶୀ ତାମିଲ ସଙ୍ଗମମ୍ବୁ, ଏହି ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ବର୍ତିତ ଉତ୍ସାହକୁ ପୂରଣ କରିବା ସହିତ ତାର୍ମିଲନାଡୁ ଏବଂ କାଶୀ ମଧ୍ଯରେ ସ୍ଥାୟୀ ସାଂସ୍କୃତିକ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ଏକ ବାର୍ଷିକ କାର୍ଯ୍ୟକ୍ରମ ।