ରାସ୍ତାରୁ ହଟିବ ପୁରୁଣା ଆମ୍ବୁଲାନ୍ସ...

Dec 1, 2025 - 10:56
 8
ରାସ୍ତାରୁ ହଟିବ ପୁରୁଣା ଆମ୍ବୁଲାନ୍ସ...

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ମାଗଣା ରୋଗୀସେବାକୁ ନେଇ ପୂର୍ବ ସରକାରଙ୍କ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ବେଶ ଆଦୃତ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ନଷ୍ଟ ହୋଇ ବାଟରେ ଅଟକୁଥ‌ିବା ଘଟଣା ସାମ୍ନାକୁ ଆସୁଥିଲା। କିଛି ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥିଲା। ପ୍ରାୟ ବର୍ଷେ ହେବ ରାଜ୍ୟରେ ୪୨୦ଟି ୧୦୮ ଆମ୍ବୁଲାନ୍ସର ସ୍ଥିତି ବେହାଲ ହୋଇପଡିଛି।