ଟ୍ରେନିଂ ସମୟରେ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ
ପଶ୍ଚିମବଙ୍ଗ : ଦିନକୁ ଦିନ ଟ୍ରେନିଂ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଲାଗିଛି । ଯାହାଫଳରେ ଭାରତୀୟ ବିମାନରେ ଥିବା ପାଇଲଟମାନଙ୍କର ମୃତ୍ୟୁ ହେଉଛି । ସୂଚନା ଅନୁସାରେ, ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗରେ ଘଟିଛି । ଟ୍ରେନିଂ ସାରି ଫେରୁଥିବା ସମୟରେ ଭାରତୀୟ ବାୟୁସେନା ବିମାନଟି ଦୁର୍ଘଟଣାର ସାମ୍ନା କରିଛି । ଦୁର୍ଘଟଣାରେ ବିମାନଟି ବିଲକୁ ଖସି ପଡିଥିଲା । ଦୁର୍ଘଟଣାରେ ବିମାନରେ ଥିବା ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ବିଲରେ ଖସିପଡିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।