'ଔଷଧୀୟ ବୃକ୍ଷ ପ୍ରଦର୍ଶନୀ' ଜୟଦେବ ଭବନରେ ଆରମ୍ଭ ହୋଇଯାଇଛି...
ও ଥୂବା ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନର ‘ଔଷଧୀୟ ବୃକ୍ଷ ପ୍ରଦର୍ଶନୀ’ ଆଜି ତା୧୦.୧୧.୨୦୨୫ରିଖ ସନ୍ଧ୍ୟା ୬ ଘଟିକା ସମୟରେ ଜୟଦେବ ଭବନ, ପ୍ରଦର୍ଶନୀ କକ୍ଷରେ ଅତି ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଶ୍ରୀଯୁକ୍ତ କାର୍ତିକ ଭି., ଭା.ବ.ସେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ, ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଭୁବନେଶ୍ୱର ମୁଖ୍ୟ ଅ ମୁଖ୍ୟ ଅତିଥି ଭାବେ । ସମ୍ମାନିତ ଅତିଥୁ ରୂପେ ଶ୍ରୀଯୁକ୍ତ ଦେବପ୍ରିୟ କାମ୍ପା, ଓ.ବ.ସେ–୧, ବନ ଉପ ସଂରକ୍ଷକ, ଜଙ୍ଗଲ, ପରିବେଷ ଓ ଜଳବାୟୁ ପରିବର୍ତନ ପ ବିଭାଗ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ପେଟିକାମ୍ ଶ୍ରୀନିବାସ, ପ୍ରମୁଖ ବୈଜ୍ଞାନିକ, କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର, ଆଇଁଗିଣି ଗିଣିଆ, ରୋଟାରୀଆନ୍ ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, ପ୍ରାନ୍ତପାଳ, ରୋଟାରୀ ଜିଲ୍ଲା-୩୨୬୨ । ଅନୁଷ୍ଠାନର ଅଧ୍ଯକ୍ଷା ମମତା ବିଶ୍ୱାଳ ଓ ସହ-ପ୍ରତିଷ୍ଠାତା ଓ ସଭାପତି ଜୟ ପ୍ରକାଶ ମିଶ୍ର ଯୋଗଦାନ କରିଥିଲେ । ଅତିମାନଙ୍କୁ ଉତରୀୟ ଓ ନିଆରା ଢ଼ଙ୍ଗରେ ଏକ ୟୁରା ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥୁଲା ପରେ ସଭାକାର୍ଯ୍ୟ ଅନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା । ଅତିମାନେ ପ୍ରଦର୍ଶିତ ହୋଇଥ୍ ‘ଔଷଧୀୟ ବୃକ୍ଷ ଗୁଡିକ ଓ ଏହାର ଘରୋଇ ଉପଚାର ବିଷୟରେ ବୁଝିଥିଲେ । ଜୟ ପ୍ରକାଶ ମିଶ୍ର, ସଭାପତି ଦିବ୍ୟଦିଗନ୍ତ ସାମାଜି ଅନୁଷ୍ଠାନ ଗଠନ ହେବାର ଆଭିମୁଖ୍ୟ ଓ ବିଗତ ବର୍ଷମାନଙ୍କର କାର୍ଯ୍ୟବଳୀର ସମ୍ୟକ୍ ଧାରଣା ଦେଇଥିଲେ । ଶ୍ରୀମତୀ ମମତା ବିଶ୍ୱାଳ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀର ସୂଚନା ଦେବା ସହ ଦୈନନ୍ଦିନ ଜୀବନରେ ଔଷଧୀୟ ଗୁଳ୍ମର ଉପକାରିତା ବିଷୟରେ ଅତି ସୁନ୍ଦର ଭାବରେ ବୁଝାଇଥିଲେ । ଶ୍ରୀଯୁକ୍ତ କାର୍ତିକ ଭି. ସ୍ବାସ୍ଥ୍ୟ ସଚେତନତା ଉପରେ ଦେଶୀୟ ଚିକିତ୍ସା ପଦ୍ଧତିରେ ସୁସୁ ରହିବାର ବାର୍ତା ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଦେବପ୍ରିୟ କାମ୍ପା ଆଗାମୀ ଦିନରେ ଔଷଧୀୟ ବୃକ୍ଷର ପ୍ରସାର ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ପେଟିକାମ୍ ଶ୍ରୀନିବାସ, ପ୍ରମୁଖ ବୈଜ୍ଞାନିକ, ଜନସାଧାରଣଙ୍କର ଅପରିଣାମ ଦର୍ଶିତା, ଦୂରଦୃଷ୍ଟିର ଅଭାବ ହେତୁ ପରିବେଷ ଅସନ୍ତୁଳିତ ହେବାର କିଛି କାରଣ ଦର୍ଶାଇଥିଲେ । ଏହାକୁ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱ ଧ୍ବଂସ ହେବାର କିଛି ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, ପ୍ରାନ୍ତପାଳ, ରୋଟାରୀ ଜିଲ୍ଲା-୩୨୬୨, ଔଷଧୀୟ ବୃକ୍ଷ ଓ ବିଲୁପ୍ତପ୍ରାୟ ହୋଇଯାଉଥୁବା ବୃକ୍ଷମାନଙ୍କର ପ୍ଟରାକୁ ନେଇ ବିଭିନ୍ନ ରୋଟାରୀ କ୍ଲବ ମାଧ୍ଯମରେ ଗୋଟିଏ ଗୋଟିଏ ଉଦ୍ୟାନ ବଗିପ୍ତ ସୃଷ୍ଟି କରାଯିବାର ପ୍ରସ୍ତାବ ରଖୁଥିଲେ, ଯାହା କି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ‘ଦିବ୍ୟଦିଗନ୍ତ’ର ଏହି ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଓ ସମସ୍ତେ ନିଜ ନିଜ ବାଡିରେ କିଛି କିଛି ଔଷଧୂୟ ୟୁରା ରୋପଣର ସଂକଳ୍ପ ନେଇଥିଲେ । ପରିଶେଷରେ ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।