କର୍ପୋରେଟ ସ୍ୱାର୍ଥ ପାଇଁ ମହାନଦୀ ଓ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ କଲେ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ...

Sep 29, 2026 - 15:42
 4
କର୍ପୋରେଟ ସ୍ୱାର୍ଥ ପାଇଁ ମହାନଦୀ ଓ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ କଲେ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ...

ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ପରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ୧ ତାରିଖରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପର୍ଣ୍ଣ ବୈଠକ ବସିବ ଯେଉଁଥିରେ ଦେଶର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହା ଏବଂ ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ଯୋଗ ଦେବେ l 

ତାଙ୍କର ଏହି ସୂଚନାରୁ ଅନୁମାନ କରାଯାଏ ଯେ ମହାନଦୀ ଜଳ ବିବାଦର ସମାଧାନ ପ୍ରାୟ ଶେଷ ପର୍ଯ୍ୟାୟରେ l 

କେନ୍ଦ୍ରୀୟ ଜଳ ଆୟୋଗଙ୍କ ମଧ୍ୟସ୍ଥତା ରେ ବୈଷୟିକ କମିଟି ଜଳ ବିବାଦର ମୌଳିକ କାରଣ ଗୁଡିକୁ ଚିହ୍ନିତ କରିବା ସହିତ ସମାଧାନର ସୂତ୍ର ମଧ୍ୟ ବାହାର କରିସାରିଛନ୍ତି ବୋଲି ଆଡଭୋକେଟ ଜେନେରାଲ ମଧ୍ୟ କହିଛନ୍ତି l 

ପ୍ରକାଶ ଥାଉ କି ମହାନଦୀ ଜଳ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଓଡ଼ିଶାର ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ମହାନଦୀ ଉପରେ ନିର୍ଭର କରୁଥିବା ବିଭିନ୍ନ ବର୍ଗ ତଥା ନଦୀ ବିଶେଷଜ୍ଞ ମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଷ ଆବଶ୍ୟକ କରେ l ଏମାନଙ୍କ ଭିତରେ ଜଳ ବିବାଦର ସମାଧନ ପାଇଁ ଏକ ସହମତି ଅଣାଯିବା ଜରୁରୀ l 

ଏଥିପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତଥା ରାଜନୈତିକ ଦଳ ମାନଙ୍କର ବାରମ୍ବାର ଦାବି ସତ୍ତ୍ୱେ ଓଡ଼ିଶା ସରକାର ଏହାକୁ ଏଡାଇ ଦେଲେ l କାହା ସହିତ ପରାମର୍ଶ କଲେ ନାହିଁ l 

ତେଣୁ ବର୍ତ୍ତମାନ ଯେଉଁ ସମାଧାନର ସୂତ୍ର ନେଇ ଅକ୍ଟୋବର ୧ ତାରିଖରେ ବୈଠକ ହେବ ତାହା କେବଳ ଦୁଇ ରାଜ୍ୟ ତଥା କେନ୍ଦ୍ର ଜଳ ଆୟୋଗର ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରସ୍ତୁତ l ବିବାଦର ମୌଳିକ ପ୍ରଶ୍ନ ଗୁଡିକୁ ସେମାନେ ଅଣଦେଖା କରିବାର ସମ୍ଭାବନା ରହିଛି ବୋଲି ଆମ ଭିତରେ ଆଶଙ୍କା ରହିଛି l 

ଏହି ଆଶଙ୍କାକୁ ଦୃଢ଼ୀଭୂତ କରେ ଦୁଇ ରାଜ୍ୟର ବିଶେଷଜ୍ଞ କମିଟି ମହାନଦୀରେ ଜଳର ଉପଲବ୍ଧତା କୁ ନେଇ ଯେଉଁ ରିପୋର୍ଟ ଟ୍ରିବ୍ୟୁନାଲ ରେ ଦାଖଲ ହୋଇଛି l 

ଓଡ଼ିଶାରେ ମହାନଦୀରେ ବିଭିନ୍ନ ସ୍ଥାନରେ କେତେ ପାଣି ଉପଲବ୍ଧ ତାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଆପୋଷ ଆଲୋଚନା ମାଧ୍ଯମରେ ସମାଧାନ ପୂର୍ବରୁ ଛତିଶଗଡ ପାଖରେ ଓଡ଼ିଶାର ସ୍ୱାର୍ଥ ବଳି ଦିଅ ସାରିଛି l 

ଅକ୍ଟୋବର ୧ ତାରିଖରେ ଅମିତ୍ ଶାହାଙ୍କ ଉପସ୍ଥିତିରେ ଯେଉଁ ବୈଠକ ବସିବ ସେଥିରେ ଓଡ଼ିଶାର କଣ ପକ୍ଷ ରହିବ ତାକୁ ଓଡ଼ିଶାବାସୀଙ୍କ ପାଖରୁ ଲୁଚାଇ ରଖାଯାଇଛି ବୋଲି ଆମର ହୃଦବୋଧ l କାରଣ ଛତିଶଗଡ ମହାନଦୀକୁ କର୍ପୋରେଟ ମାନଙ୍କ ପାଖରେ ବନ୍ଧା ପକାଇ ସାରିଛନ୍ତି 

ସେହି କର୍ପୋରେଟ ହାଉସ ର ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ଏବଂ କେନ୍ଦ୍ର ସରକାର ନଯିବାର ସମ୍ଭାବନା ଅଧିକ l 

ଯଦି ତାହା ହୁଏ ଏବଂ ଓଡ଼ିଶା ଓ ମହାନଦୀର ସ୍ୱାର୍ଥ ସହିତ ସାଲିସ କରାଯାଏ ତେବେ ଓଡ଼ିଶା ସରକାର ଓ ଆଡଭୋକେଟ୍ ଜେନେରାଲ ଙ୍କୁ ଲୋକଙ୍କ କାଠଗଡାକୁ ଟଣାଯିବା ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି l 

ଏକ ପ୍ରେସ ବାର୍ତ୍ତାରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଙ୍କ ସମେତ ବାସୁଦେବ ଭଟ୍ଟ, ଗିରିଜା ଶଙ୍କର ଦାସ, ପ୍ରସନ୍ନ ବିଷୋୟୀ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ପ୍ରକାଶ ରଥ, ଅଶୋକ ପାଇକରାୟ ପ୍ରମୁଖ ଏହି ଚେତାବନୀ ଦେଇଛନ୍ତି l