କେଶରୀନଗ୍ର ଅନନ୍ତଗାଦିଠାରେ “ମହାନ ନିତ୍ୟ-ରାହାସ” ଅନୁଷ୍ଠିତ...

May 3, 2026 - 08:33
 5
କେଶରୀନଗ୍ର ଅନନ୍ତଗାଦିଠାରେ “ମହାନ ନିତ୍ୟ-ରାହାସ” ଅନୁଷ୍ଠିତ...

କେଶରୀନଗ୍ର ଅନନ୍ତଗାଦିଠାରେ “ମହାନ ନିତ୍ୟ-ରାହାସ” ଅନୁଷ୍ଠିତ...

ଗହଣ ଦଳ ଷୋଳ ମଣ୍ଡଳ ପକ୍ଷରୁ କେଶରୀନଗ୍ର ଉଆସ ନିକଟ ଅନନ୍ତଗାଦିଠାରେ ବୈଶାଖ ପୂର୍ଣ୍ଣିମା ଅବସରରେ ମହାନ ନିତ୍ୟ-ରାହାସ ଅନୁଷ୍ଠିତ ହୋଇଯାଇଛି । 

ଏହି ଦିବ୍ୟ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି, ଓଡ଼ିଶା ମାନବାଧିକାର କମିଶନର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । 

ଷୋଳ ମଣ୍ଡଳରୁ ଆସିଥିବା ଭକ୍ତମାନେ ଧର୍ମ ସଂସ୍ଥାପନ, ଦୁଷ୍କୃତ ନାଶନ ଓ ଜୀବ ପରିତ୍ରାଣ କାମନା କରି ବନ୍ଦାପନା କରିଥିବା ବେଳେ ସମଗ୍ର ପରିବେଶ ଭାବମୟ ହୋଇ ଉଠିଥିଲା । 

ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବ ରାସ ମଣ୍ଡପ ନିକଟକୁ ଆସି ଭକ୍ତଙ୍କୁ ଧର୍ମରେ ଧାରଣା ରଖିବା ପାଇଁ ଉତ୍ସାହିତ କରିଥିଲେ । 

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ନିତ୍ୟ ରାହାସ ଷୋଳ ମଣ୍ଡଳ ପକ୍ଷରୁ ପରିବେଷଣ କରାଯାଇଥିଲା । ସ୍ଵପ୍ନା ରଥ, ସୁନିତା ଓ ଲଳିତା ବିଷୋୟୀ, ସଜନୀ ଦଳାଇ, ପ୍ରତିମା ସାହୁ, ଗୀତାଞ୍ଜଳି ଦାଶ, ରଶ୍ମିରେଖା ଦଳାଇ ପ୍ରମୁଖ ନିତ୍ୟ ରାହାସ ପରିବେଷଣ କରିଥିଲେ । 

ବୃନ୍ଦାବନ ପ୍ରଧାନ ଗୁରୁବନ୍ଦନା ଗାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ଆଶୁତୋଷ ଦେବ ଓ ଦେବାଶିଷ ଦେବ କରିଥିବା ବେଳେ ସଭାପତିତ୍ଵ କରିଥିଲେ ଗଞ୍ଜା-ବ୍ରହ୍ମପୁର ମଣ୍ଡଳର ଉଚ୍ଛବ ଚରଣ ସାହୁ । 

ଏହି କାର୍ଯ୍ୟକ୍ରମରେ ଚୌଧୁରୀ ବିଶ୍ଵକେଶ ଦାଶ, କୈଳାସ ଚନ୍ଦ୍ର ଦାଶ, ଅନୁପ ବେହେରା, ଦେବ ବନିତା ଆଚାର୍ଯ୍ୟ, ଦିପ୍ତିମୟୀ ଦେବ, ଅନସୂୟା ସାହୁ, ବଂଶୀଧର ଦାଶ, ରଶ୍ମିକଳା ନାୟକ, ମାଗୁ ବାବୁ, ରିନା ମା’, ସଞ୍ଜୁ ମା’, ସ୍ନେହଲତା ବେହେରା, କମଳା ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।