“କ୍ଲବ ଲାଇଫ ଲାଇନ ” ଆନୁକୂଲ୍ୟରେ ତାସ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ବର ତା-୧୬.୦୬.୨୦୨୬
ଓଡ଼ିଶାର ଲୋକପ୍ରିୟ ରଜ ପର୍ବରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପାରମ୍ପରି ମ୍ପରିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ଖେଳ ମଧ୍ଯରେ ତାସ ଖେଳ ଅନ୍ୟତମ । ଏହି ଅବସରରେ ଭୁବନେଶ୍ବର ୟୁନିଟ୍- ୬ ସ୍ଥିତ “କ୍ଲବ ଲାଇଫ ଲାଇନ ।ନୁକୂଲ୍ୟରେ ଏକ ତାସ ପ୍ରତିଯୋଗିତା କ୍ଲଟ କ୍ଲବର ସ ସଦସ୍ୟମାନଙ୍କ ମଧ୍ୟ ରେ ଗତକାଲି ୧୫ ତାରିଖ ସୋମବାର ମବାର କ୍ଲବ ପ୍ରାଙ୍ଗ ପ୍ରାଙ୍ଗଣରେ ଅନୁଷ୍ଠିତ ଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ 1
ଏହି ଉଦଘାଟନ ସମୟରେ କ୍ଲବର ସଭ ସଭାପତିଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଓ ପ୍ରତିଯୋଗୀମାନେ ଉପସ୍ଥିତ ରହି ପ୍ରତିଯୋଗିତାର ଆନନ୍ଦ ନେ ନେଇଥିଲେ । ଏହି ପ୍ରତିଯୋଗିତାରେ ମୋଟ ୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଲିଗ୍ ପର୍ଯ୍ୟାୟରେ ୬ଟି ଦଳ ଖେଳିଥିଲେ । ସେଥ୍ ମଧ୍ୟରୁ ୪ଟି ଦଳ ସେମିଫାଇନାଲ୍ କୁ ପ୍ରବେଶ କରିଥିଲେ । ଫାଇନାଲରେ ଶ୍ରୀ ଅମୀୟ ରଞ୍ଜନ ଜେନା ଏବଂ ଶ୍ରୀ ପ୍ରମୋଦ କୁମାର ସୁବୁଦ୍ଧିଙ୍କ ଯୋଡି, ଶ୍ରୀ ମନୋରଞ୍ଜନ ପାଣି ଓ ଶ୍ରୀ ସୁଶାନ୍ତ କୁମାର ବେହେରା ଙ୍କ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । ଏହି ମ୍ୟାଚ୍ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା ।