VOM ର ପ୍ରଶାସନିକ ଗୃହରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଭାତ ମିଶ୍ରଙ୍କୁ ଭୁବନେଶ୍ୱର ଜିଲ୍ଲା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ସାହୁଙ୍କ ଦ୍ୱାରା ପରିଚୟ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସଭାପତି
ସେମାନଙ୍କୁ VOM ର ପରିଚୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |
ଆଗାମୀ ଜାନୁଆରୀ ୧୭ ତାରିଖରେ VOM ର ବାର୍ଷିକ ଉତ୍ସବ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା |
ରାଜ୍ୟ ସଭାପତି ଭୁବନେଶ୍ୱର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ନାୟକଙ୍କୁ ମାସିକ "ସାମ୍ବାଦିକ ଭତ୍ତା" ୧୫୦୦/- ଲେଖାଏଁ ପ୍ରଦାନ କରାଯିବାକୁ ସାଧାରଣରେ ଘୋଷଣା କରିଥିଲେ |
ସେ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ |ସେମାନେ ହେଲେ ସଭାପତି - ମଧୁସୂଦନ ମିଶ୍ର, କାର୍ଯ୍ୟକାରୀ ସଭାପତି - ପ୍ରକାଶ ଚନ୍ଦ୍ର ସାହୁ ଓ ଜାବେରାଲ ଖାନ, ଉପସଭାପତି -ବିଜୟ ଖୁଣ୍ଟିଆ, ସାହେନାଜ ପରବୀନ, ଦୀନବନ୍ଧୁ ମଲ୍ଲିକ, ସାଧାରଣ ସମ୍ପାଦକ -ଶଶାଙ୍କ ଶେଖର ଦାସ, ଯୁଗ୍ମ ସମ୍ପାଦକ - ଅସିତ କୁମାର ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବେ - ପଦ୍ମ ଚରଣ ମହାପାତ୍ର, ପ୍ରଦୀପ ବିଶ୍ୱାଳ, ଟୁକୁନା ପାହାଣ, ଦୁର୍ଗାଚରଣ ରାଉଳ, ସାଧାରଣ ସଦସ୍ୟ ଭାବେ - ଅରବିନ୍ଦ ତ୍ରିପାଠୀ, ତାପସ କୁମାର ମହାପାତ୍ର, କେଦାରନାଥ ମିଶ୍ର, ଉର୍ବଶୀ ଦାସ, ବିଶ୍ୱଜିତ ଦାସ ଓ ଆହୁରି ଅନେକ |
ସହଦେଵ ମହାରଣାଙ୍କୁ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ ଦିଆଯାଇଥିଲା |
ନର୍ଥ ଜୋନ ସଭାପତି ସହେଲ ହୁସେନ VOM ର ଲକ୍ଷ୍ୟ ଓ ଉଦେଶ୍ୟ କହିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ରୀନା ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |