୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬...

Nov 29, 2026 - 10:10
 3
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬...

ଓଡିଶା ସର୍ଭିସେସକୁ ହରାଇଲା କିଟ ବିଶ୍ୱବିଦ୍ୟାଳୟ 

ଓଡ଼ିଶା ସଚିବାଳୟ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ର ଲିଗ୍‌ ମ୍ୟାଚ୍‌ରେ କିଟ ବିଶ୍ୱବିଦ୍ୟାଳୟ ଦଳ ଓଡିଶା ସର୍ଭିସେସକୁ ହରାଇ ବିଜୟୀ ହୋଇଛି । 

ହାଇଟେକ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଓଡିଶା ସର୍ଭିସେସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୨୦୨ ରନ୍‌ କରିଥିବାବେଳେ କିଟ ବିଶ୍ୱବିଦ୍ୟାଳୟ ୨୦ ଓଭରରେ ୭ ୱିକେଟ୍‌ ହରାଇ ୨୦୮ ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା।ସର୍ଭିସେସ ପକ୍ଷରୁ ରିତେଶ ପାଣ୍ଡେ ୮୪ ରନ୍‌, ସ୍ୱରାଜ ଚୌଧୁରୀ ୫୬ ରନ୍‌ ଓ ଲେଲିନ ବାଲ ଅପରାଜେୟ ୩୦ ରନ୍‌ ସଂଗ୍ରହ କରିଥିଲେ । 

କିଟ ପକ୍ଷରୁ କିଶୋର ବାରିକ ୪ ଓଭରରେ ୨୨ ରନ୍‌ ଦେଇ ୨ ୱିକେଟ୍‌ ପାଇଥିଲେ । ସେହିପରି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଶୋର ବାରିକ ୬୫, ରତିରଞ୍ଜନ ୨୭ ରନ ଓ ଦୁର୍ଗା ମଲ୍ଲିକ ଅପରାଜେୟ ୩୯ ରନ୍‌ କରିଥିବାବେଳେ ଓଡିଶା ସର୍ଭିସେସର ସ୍ୱରାଜ ଚୌଧୁରୀ ୪ ଓଭରରେ ୨୬ ରନ୍‌ ଦେଇ ୨ଟି ୱିକେଟ୍‌ ପାଇଥିଲେ । 

 ଖେଳରେ କିଟର କିଶୋର ବାରିକଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା । 

ହାଇଟେକ ଗ୍ରୁପର ଲଳିତ ମହାନ୍ତି, ଓଡିଶା ପୋଷ୍ଟାଲ ଦଳର ପୂର୍ବତନ ଅଧିନାୟକ ଲିଙ୍ଗରାଜ ସାହୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରିଥିଲେ । 

ରାକେଶ ପାତ୍ର ଓ ରାଜେନ୍ଦ୍ର ନାୟକ ଅମ୍ପାୟାର ଭାବେ କାର୍ଯ୍ୟ ତୁଲାଇ ଥିବାବେଳେ ଶିବାଶିଷ ବେହେରା ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଆଜିର ଦ୍ଵିତୀୟ ମ୍ୟାଚରେ ଡିସିବି ବ୍ୟାଙ୍କ ବିରୁଦ୍ଧରେ କୃଷି ନିର୍ଦ୍ଦେଶାଳୟ ୱାକ ଓଭର ଭାବେ ବିଜୟୀ ହୋଇଛି ।