ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଜୁଳି ଦର

ଭୁବନେଶ୍ଵର:ରାଜ୍ୟ ସରକାର ବିଜୁଳି ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଓଆଇଆରସି। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଯାଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟାଗୋରୀରେ ଦର ଅପରବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି। କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍ ନେବେ ୧୦ ଟଙ୍କା ରିହାତି ମିଳିବ। ସେହିଭଳି ଇଭି ଚାର୍ଜିଂ ପାଇଁ ୟୁନିଟ୍ ପିଛା ଦର ୫ ଟଙ୍କା ୫୦ ପଇସାରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ଏହା ବାଦ୍ ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତିରେ ବିଜୁଳି ମିଳିବ। ଶୀତଳ ଭଣ୍ଡାର ପାଇଁ ୟୁନିଟ୍ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ଧାର୍ୟ୍ୟ ସମୟରେ ବିଲ୍ ପୈଠ କଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ମିଳିବ।

ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଜୁଳି ଦର