ଚନ୍ଦକା ଅଭୟାରଣ୍ୟରେ ଶୁଭାରମ୍ଭ ହେଲା ନାଇଟ ସଫାରୀ

ଖୋର୍ଦ୍ଧା : ଗତକାଲି ଚନ୍ଦକା ଅଭୟାରଣ୍ୟରେ ଶୁଭାରମ୍ଭ କରାଯାଇଛି ନାଇଟ ସଫାରୀ। ଏଥର ପ୍ରତିଦିନ ରାତିରେ ପର୍ଯ୍ୟଟକମାନେ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଏଣିକି ଅଫଲାଇନ ଓ ଅନଲାଇନ ଉଭୟ ମାଧ୍ୟମରେ ଟିକେଟ କାଟି ଲୋକମାନେ ଏହି ନାଇଟ ସଫାରୀର ମଜା ନେଇପାରିବେ। ତେବେ ଏହି ନାଇଟ ସଫାରୀ ଶୁଭାରମ୍ଭ ଯିବା ପରେ ରାଜଧାନୀର ବିଭିନ୍ନ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ଘଞ୍ଚ ଜଙ୍ଗଲକୁ ବୁଲାଇବାକୁ ନିଆଯାଇଥିଲା। ପିଲାମାନେ ମଧ୍ୟ ଜଙ୍ଗଲ ସଫାରୀ ବୁଲି ବେଶି ଖୁସି ହୋଇଛନ୍ତି । ସେଠାରେ ପିଲାମାନେ ଜଙ୍ଗଲି ହାତୀ, ହରିଣ, ଠେକୁଆ, କୋକିଶିଆଳି, ଶିଆଳ, ବାରହା, କୁଟ୍ରା ଆଦି ଜନ୍ତୁଙ୍କୁ ଦେଖି ବେଶ ଆନନ୍ଦିତ ହୋଇଛନ୍ତି। ତେବେ ଚନ୍ଦକା ଡମପଡା ଅଭୟାରଣ୍ୟ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ୟବସ୍ଥାରୁ ସମସ୍ତେ ବେଶ ଖୁସି ଥିବା ଜଣାପଡିଛି।

Jan 30, 2024 - 20:30
 16
ଚନ୍ଦକା ଅଭୟାରଣ୍ୟରେ ଶୁଭାରମ୍ଭ ହେଲା ନାଇଟ ସଫାରୀ