କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର ; ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି, ଅଫିସ୍ ଆସିବେ ୪ ଦିନ !
ନୂଆଦିଲ୍ଲୀ : ଆଉ ଚାପରେ ରହିବେନି କର୍ମଚାରୀ । ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀମାନେ କେବଳ ଅଫିସରେ କାମ କରିବେ ମାତ୍ର ୪ ଦିନ । ଗୋଟିଏ ସପ୍ତାହକୁ ଅର୍ଥାତ୍ ୭ଦିନ ମଧ୍ୟରେ କର୍ମଚାରୀମାନେ ୩ ଦିନ ଛୁଟିରେ ରହିବେ । ତେବେ ବ୍ରିଟେନର ୪ ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷା ଆରମ୍ଭ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏପରି କରିବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ କମ୍ ଚାପ ଓ ବ୍ରେନଆଉଟ୍ ସ୍ତର କମ୍ ଦେଖାଯାଇଥିବା ସୂଚନା ମିଳିଛି । ସେହିପରି ୟୁରୋପର ବୃହତ୍ତମ ଅର୍ଥନୀତି ଦେଶ ଜର୍ମାନୀ ଏହି ନିୟମ ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ଆରମ୍ଭ କରିବାକୁ ଯାଉଛି ।
କରୋନା ପରେ ଅନେକ ଦେଶ ଧୀରେ ଧୀରେ ଏବେ ଅଣ୍ଟା ସଳଖି ଛିଡ଼ା ହେବାରେ ସକ୍ଷମ ହୋଇଛନ୍ତି । ନିଜର ଅର୍ଥନୀତିରେ ମଧ୍ୟ ସୁଧାର ଆଣୁଛନ୍ତି । ଏପରି ସମୟରେ ଆର୍ଥିକସ୍ଥିତି ମଜଭୁତ କରିବା ଓ ଶ୍ରମ ସଙ୍କଟ ସହ ମୁକାବିଲା କରିବାକୁ ପ୍ରୟାସ କରୁଛନ୍ତି ଅନେକ ଦେଶ । ହେଲେ ଜର୍ମାନୀ ୨୦୨୪ ଫେବ୍ରୁଆରୀ ୧ ତାରିଖରୁ ଚାରି ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ଯାଉଛି । ଯାହାକି କର୍ମଚାରୀମାନଙ୍କ ପାଇଁ ବେଶ୍ ଭଲ ଖବର ।ତେବେ ଜର୍ମାନୀ ସହ ଆହୁରି କିଛି ଦେଶ ୪ ଦିନିଆ କାର୍ଯ୍ୟ ଦିବସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ସେହି ଦେଶଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ,ଅଷ୍ଟ୍ରିଆ,ବେଲଜିୟମ୍, କାନାଡ଼ା, ଡେନମାର୍କ,ଫ୍ରାନ୍ସ, ଜର୍ମାନୀ, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ଜାପାନ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ,ନରୱେ,ପର୍ତ୍ତୁଗାଲ୍, ସ୍କଟଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍,ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ, ଯୁକ୍ତରାଷ୍ଟ୍ର, ସଂଯୁକ୍ତ ଆରବ ଏମିରେଟ୍ସ ଇତ୍ୟାଦି । ତେବେ ଏହି ସମସ୍ତ ଦେଶ ପରୀକ୍ଷାମୂଳକ ଭାବେ ୪ ଦିନିଆ କାର୍ଯ୍ୟ ଦିବସ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଦ୍ୱାରା କର୍ମଚାରୀମାନେ ମାନସିକ ଭାବେ ଚିନ୍ତା ମୂକ୍ତ ରହିବେ ବୋଲି ଆଶା କରାଯାଉଛି ।
Editor
Jan 30, 2024 - 22:28
Updated: Jan 30, 2024 - 22:30