ଜଳଖିଆ ନଦେବାରୁ ମା କୁ ମାରିଲା ନୃସଂଶ ପୁଅ
କର୍ଣ୍ଣାଟକା : କର୍ଣ୍ଣାଟକାର ମୂଲବାଗଲ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଳଖିଆ ନଦେବାରୁ ମା କୁ ମାରିଲା ପୁଅ । ଏପରି ଘଟଣାକୁ ବିଶ୍ୱାଶ କରି ନ ହୋଉଥିଲେ ବି ସତ। ତେବେ ଏହି ଘଟଣାରେ ନାବାଳକଙ୍କୁ ବାନ୍ଧିଛି ପୁଲିସ୍ । ତେବେ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସେ ସ୍କୁଲ ଯିବାକୁ ରେଡ୍ଡି ହେଉଥିଲେ ନାବାଳକ। ଉକ୍ତ ସମୟରେ ସେ ବ୍ୟସ୍ତ ଥିବା ବେଳେ ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିବା ସହ ତୁ ମୋ’ ପୁଅ ନୁହେଁ ବୋଲି ବି କହିଥିଲେ। ଏଥିରେ ରାଗି ଯାଇ ନାବାଳକଜଣକ ଘରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।ଏହାପରେ ନାବାଳକଜଣକ ନିକଟସ୍ଥ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ରକ୍ତାକ୍ତ ମୃତଦେହ ଘର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପରିବାର ସଦସ୍ୟଙ୍କ ପକ୍ଷରୁ ମହିଳାଙ୍କ ଶେଷକୃତ ସମ୍ପନ୍ନ କରାଯାଇଥିଲା। ଏହି ମାମଲାରେ ପୁଲିସ୍ ମୃତ ମହିଳାଙ୍କ ନାବାଳକ ପୁଅକୁ ବାନ୍ଧିଛି।