ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବୀରେ କଂଗ୍ରେସର ଅହୋରାତ୍ର ଧାରଣାର ତୃତୀୟ ଦିବସ...
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବୀନେଇ 25 ତାରିଖ ଅପରାହ୍ନରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣା ଆଜି ତୃତୀୟ ଦିବସରେ ପହଁଚିଛି l
ସୂଚନାଯୋଗ୍ୟ, ପଅରଦିନ ସଭାପତି ଶ୍ରୀ ଦାସ ଧାରଣାସ୍ଥଳରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା l
ଆଜି ତୃତୀୟ ଦିବସ ଧାରଣାରେ ପୂର୍ବତନ ଓପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଓ ଓପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଲଲାଟେନ୍ଦୁ ମହାପାତ୍ର, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ, କଂଗ୍ରେସ ନେତା ବିଶ୍ୱଜିତ ଦାଶ, ଓପିସିସି ମୁଖପାତ୍ର ରଜନୀ ମହାନ୍ତି, କଂଗ୍ରେସ ନେତ୍ରୀ ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ତରୁଣ ମିଶ୍ର, ମନୋରଞ୍ଜନ ଦାଶ, ମିହିର ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ବହୁ କଂଗ୍ରେସ ନେତା ଏବଂ ଅନେକ ସଂଖ୍ୟାରେ ଜିଲ୍ଲା କଂଗ୍ରେସ କଂଗ୍ରେସ କର୍ମକର୍ତ୍ତା ଧାରଣାରେ ବସି ମୋଦୀ ସରକାର ଏବଂ ନିର୍ବାଚନ ଅଧିକାରୀଙ୍କ ଭୋଟ ଚୋରୀକୁ ନେଇ ପ୍ରତିବାଦ କରିଥିଲେ l
ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଇସ୍ତଫା ନ ଦେଲା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ପ୍ରକାଶ କରିଥିଲେ l