ଦାରା ସିଂ ହୋଇପାରିଲେନି ଜେଲ ରୁ ମୁକ୍ତି...

Sep 15, 2026 - 22:00
 3
ଦାରା ସିଂ ହୋଇପାରିଲେନି ଜେଲ ରୁ ମୁକ୍ତି...

ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଜେଲରୁ ମୁକୁଳିବା ସମ୍ଭାବନା କ୍ଷୀଣ ହୋଇପଡ଼ିଛି। 

ଷ୍ଟେଟ୍ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ (SSRB) ଦ୍ୱାରା ତାଙ୍କର ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। 

ଗତ ମାସ ୩୧ ତାରିଖରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି।

ଗତ ଅଗଷ୍ଟ ୧୫ ତାରିଖରେ ‘ଦାରା ସେନା’ର ପ୍ରାୟ ୨୫୦ ଜଣ କର୍ମୀ ଆଗୁଆ ମୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିଲେ। 

ଏହି ଘଟଣା ଏବଂ ସମଗ୍ର ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ସମୀକ୍ଷା କରିବା ପରେ SSRB ଦାରାଙ୍କ ଆଗୁଆ ମୁକ୍ତି ପିଟିସନକୁ ନାକଚ କରିଦେଇଛନ୍ତି। 

ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ମଧ୍ୟ ୫ ଥର (୨୦୧୬, ୨୦୧୯, ୨୦୨୦, ୨୦୨୨ ଏବଂ ୨୦୨୩ରେ) SSRB ଦାରା ସିଂଙ୍କ ମୁକ୍ତି ଆବେଦନକୁ ଖାରଜ କରିସାରିଛି। ଏହି ଆବେଦନ ଷଷ୍ଠ ଥର ପାଇଁ ଖାରଜ ହୋଇଛି ।  

ଆବେଦନ ରିପୋର୍ଟ ପ୍ରଦାନରେ ବିଳମ୍ବ ହୋଇଥିବାରୁ ପୂର୍ବରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଛି।